Advertisment

ଭୋଜନ ପରଷିବା ସମୟରେ ମାନନ୍ତୁ ଏହି ସବୁ ନିୟମ; ଦୂର ହେବ ଅଭାବ ଅନଟନ

କେବେ ରାତିରେ ଅଟା ଗୋଳା ଫ୍ରିଜରେ ରଖି ସକାଳେ ଖାଆନ୍ତୁ ନାହିଁ।

author-image
Tapaswini Nayak
Food

Food

ବିଶେଷ କରି ପରିବାରରେ ମା’ ସମସ୍ତଙ୍କୁ ଖାଦ୍ୟ ପରିଷିଥାନ୍ତି। ସମସ୍ତେ ମନ ଖୁସିରେ ଖାଇଥାନ୍ତି। ହେଲେ ଆପଣ ଜାଣିଛନ୍ତି ବାସୁଶାସ୍ତ୍ରରେ ଖାଦ୍ୟ ପରଷିବା ସମୟରେ କିଛି ବିଶେଷ ନିୟମ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଯାହାକୁ ନିଶ୍ଚିତ ଭାବରେ ପାଳନ କରାଯିବା ଆବଶ୍ୟକ। ଏହା କରିବା ଦ୍ୱାରା ଘରେ ସୁଖଶାନ୍ତି ବିରାଜମାନ ହେବା ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ନିୟମଗୁଡ଼ିକ ବିଷୟରେ।

Advertisment

ବାସ୍ତୁଶାସ୍ତ୍ରରେ କୌଣସି ବ୍ୟକ୍ତିଙ୍କୁ ଏକା ସାଙ୍ଗରେ ୩ ଖଣ୍ଡ ରୁଟି ଖାଇବାକୁ ଦିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ଅଶୁଭ ଫଳ ମିଳିଥାଏ। ଏହାସହ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିଥାଏ ।

କାହାକୁ ରୁଟି ଖାଇବାକୁ ଦେବାବେଳେ ରୁଟିକୁ ହାତରେ ଧରି ଆଣି ଖାଇବାକୁ ଦିଅନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଘରେ ସବୁବେଳେ ଅଭାବଅନଟନ ଲାଗିରହିଥାଏ ।

Advertisment

ରାତିରେ ବଳି ପଡ଼ିଥିବା ବାସିରୁଟିକୁ ନିଜେ ଖାଇଦେବା ଭଲ। ଏହି ବାସି ରୁଟିକୁ ସାଧୁ,ସନ୍ଥ ଓ ଭିକାରୀଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ମା’ ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି।

କେବେ ରାତିରେ ଅଟା ଗୋଳା ଫ୍ରିଜରେ ରଖି ସକାଳେ ଖାଆନ୍ତୁ ନାହିଁ। ଏହା କରିବା ଦ୍ୱାରା ଘରେ ଅଶାନ୍ତି ଲାଗି ରହିବ। ଘରେ ସବୁବେଳେ ଅଭାବଅନଟନ ଲାଗି ରହିବ।

Astrology Lifestyle