Advertisment

ଅସନ୍ତୁଷ୍ଟ ହେବେ ଭୋଳାବାବା: ବେଲପତ୍ର ଅର୍ପଣ କଲାବେଳେ କରନ୍ତୁ ନାହିଁ ଏହି ସବୁ ଭୁଲ୍

ନିୟମ ମାନି ଭୋଳା ବାବାଙ୍କୁ ବେଲପତ୍ର ଅର୍ପଣ କଲେ ଭକ୍ତର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।

belpatra

belpatra

Advertisment

ଦେବଦେବ ମହାଦେବଙ୍କର ପ୍ରିୟ ଜିନିଷ ହେଉଛି ତ୍ରିଶାଖା ବେଲପତ୍ର। ଏହା ବିନା ଭଗବାନ ଶିବଙ୍କ ଉପାସନା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଶିବଙ୍କ ଠାରେ ବେଲପତ୍ର ଚଢେଇବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଓ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି। ଶିବପୁରାଣରେ ବେଲପତ୍ରର ମହତ୍ତ୍ୱ ବିଷୟରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି। ହେଲେ ଜାଣିଛନ୍ତି ଦେବ ଦେବ ମହାଦେବଙ୍କୁ ବେଲପତ୍ର ଅର୍ପଣ କଲାବେଳେ କିଛି ନିୟମ ରହିଛି। ଏହି ନିୟମ ମାନି ଭୋଳା ବାବାଙ୍କୁ ବେଲପତ୍ର ଅର୍ପଣ କଲେ ଭକ୍ତର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଆସନ୍ତୁ ଜାଣିବା ସେ ନିୟମ ବିଷୟରେ।

Advertisment

୧- ମହାଦେବଙ୍କୁ ଅର୍ପଣ କରୁଥିବା ବେଲପତ୍ରରେ ଯେପରି କୌଣସି ଛିଦ୍ର ନଥିବ। ଏହାସହ ବେଲପତ୍ରର କୌଣସି ଶାଖାର ପତ୍ର ଛିଡ଼ି ନ ଥିବ।

୨- ଯଦି ଆପଣ ମହାଦେବଙ୍କୁ ବେଲ ପତ୍ର ଅର୍ପଣ କରୁଛନ୍ତି, ତାହାହେଲେ ୫ଟି, ୧୧, ୨୧,୫୧ ନ ହେଲେ ୧୦୧ ଟି ଅର୍ପଣ କରନ୍ତୁ। ମହାଦେବ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ହେବେ।

Advertisment

୩- ଭୁଲରେ ସୋମବବାର ଦିନ ବେଲପତ୍ର  ଛିଡ଼ାନ୍ତୁ ନାହିଁ। ତା’ ପୂର୍ବ ଦିନ ବେଲପତ୍ର ତୋଳି ରଖନ୍ତୁ। ସୋମବାର ଦିନ ତୋଳି ରଖିଥିବା ବେଲପତ୍ରକୁ  ମହାଦେବଙ୍କ ନିକଟରେ ଅର୍ପଣ କରନ୍ତୁ।

Lifestyle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe