Advertisment

ମା' ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିବା ପୂର୍ବରୁ ମିଳେ ଏହିସବୁ ଶୁଭ ସଙ୍କେତ

ଧନର ଦେବୀ ମା' ଲକ୍ଷ୍ମୀ ଆପଣଙ୍କ ପ୍ରତି କୃପା କରିବା ପୂର୍ବରୁ କିଛି ସଙ୍କେତ ବି ଦେଇଥା'ନ୍ତି।

ଅଦ୍ୟତନ ହୋଇଛି
Maa laxmi

Maa laxmi

Advertisment

ଆମ ବାସ୍ତୁ ଶାସ୍ତ୍ରରେ ଶୁଭ ଓ ଅଶୁଭ ସଙ୍କେତ ସମ୍ପର୍କରେ ବିସ୍ତାର ଭାବେ କୁହାଯାଇଛି। ଜୀବନରେ ଘଟିବାକୁ ଥିବା ବିଭିନ୍ନ ଘଟଣା ପୂର୍ବରୁ ଏ ନେଇ କିଛି ସଙ୍କେତ ସଂପୃକ୍ତ ବ୍ୟକ୍ତିଙ୍କୁ ମିଳିଥାଏ। ଏହି ଅନୁସାରେ, ଧନର ଦେବୀ ମା' ଲକ୍ଷ୍ମୀ ଆପଣଙ୍କ ପ୍ରତି କୃପା କରିବା ପୂର୍ବରୁ କିଛି ସଙ୍କେତ ବି ଦେଇଥା'ନ୍ତି। ଆଜି ଆମେ ଆପଣଙ୍କୁ ଏଭଳି କିଛି ଶୁଭ ସଙ୍କେତ ସମ୍ପର୍କରେ ଜଣାଇବୁ, ଯାହା ଆପଣ ଦେଖିଲେ ଖୁବ୍‌ ଶୀଘ୍ର ମା' ଲକ୍ଷ୍ମୀଙ୍କ କୃପାଦୃଷ୍ଟି ନିଶ୍ଚୟ ପଡ଼ିବ ବୋଲି ଜାଣିବେ।

Advertisment

ଘରେ ସାଧାରଣତଃ ନାଲି ରଙ୍ଗର ପିମ୍ପୁଡି ଦେଖିବାକୁ ପାଇଥାନ୍ତି। ଯଦି ଘରେ ହଠାତ୍ କଳା ପିମ୍ପୁଡି ଦେଖାଗଲେ। ଶୁଭ ମନାଯାଇଥାଏ।  ମା' ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିବା ପୂର୍ବର  ଏହି ସଂକେତ ଦେଖାଯାଇଥାଏ।

ଆମେ ସମସ୍ତେ ଶୋଇଲା ବେଳେ ସ୍ୱପ୍ନ ଦେଖିଥାନ୍ତି। ଯଦି ସ୍ୱପ୍ନରେ ଆମେ ଶଙ୍ଖ, ଗୋଲାପ ଫୁଲ ଓ ହାତୀକୁ ସ୍ୱପ୍ନରେ ଦେଖିଥାନ୍ତି, ତାହାହେଲେ ତେବେ ବୁଝିଯାଆନ୍ତୁ ଯେ ଆର୍ଥିକ ସମସ୍ୟା ଦୂର ହେବାର ସ୍ପଷ୍ଟ ସଙ୍କେତ ଦେଇଥାଏ।

Advertisment

ଯଦି ଘରେ ଏକା ସାଙ୍ଗରେ ତିନୋଟି ଛିଟିପିଟି ଦେଖାଯାଏ, ତାହା ହେଲେ ଆପଣଙ୍କ ଘରକୁ ମା' ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଦେଇଥାଏ।

ପେଚା ହେଉଛି ମା' ଲକ୍ଷ୍ମୀଙ୍କ ବାହନ। ଏହା ଏତେ ସହଜରେ କାହାରିକୁ ଦେଖାଯାଏ ନାହିଁ। ପେଚାମାନେ ସାଧାରଣତଃ ରାତିର ଅନ୍ଧାରରେ ବାହାରି ଥା'ନ୍ତି। ତେଣୁ ଯଦି ସୌଭାଗ୍ୟବଶତଃ ଆପଣଙ୍କୁ କେଉଁଠି ଧଳା ପେଚା ଦୃଶ୍ୟମାନ ହେଉଛି, ତେବେ ମା' ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ଅଛନ୍ତି ଓ ଆପଣଙ୍କ ଉପରେ ଖୁବ୍‌ ଶୀଘ୍ର ସେ କୃପା କରିବେ।

Astrology
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe