Advertisment

ଦୀର୍ଘାୟୁର ମନ୍ତ୍ର କହିଲେ ୧୧୧ ବର୍ଷୀୟ ବୃଦ୍ଧ

ବିଶ୍ୱର ଦୀର୍ଘାୟୁ ବ୍ୟକ୍ତି ତାଙ୍କ ଲମ୍ବା ଆୟୁଷ ପଛର କାରଣ କଣ କହନ୍ତି, ଜାଣନ୍ତୁ...

author-image
Debibandita Barick
 John Tinniswood

John Tinniswood

ବର୍ତ୍ତମାନ ସମୟରେ ଯେଉଁପରି ଭାବେ ରୋଗ-ବ୍ୟାଧି ଗ୍ରାସ କରୁଛି ଦୀର୍ଘାୟୁ ହେବା ଏକ ପ୍ରକାର ଚ୍ୟାଲେଞ୍ଜ। ଚିକିତ୍ସାର ଅଗ୍ରଗତି ଏବଂ ବ୍ୟାପକ ସୁବିଧା ସୁଯୋଗ ସତ୍ତ୍ୱେ ଲମ୍ବା ଆୟୁଷର ଜୀବନ କ୍ୱଚିତ କାହାକୁ ମିଳିଥାଏ। ଏହି କ୍ୱଚିତ ଲୋକମାନଙ୍କ ମଧ୍ୟରୁ ଜଣେ ୧୧୧ ବର୍ଷୀୟ ବ୍ୟକ୍ତି ତାଙ୍କ ଲମ୍ବା ଆୟୁଷ ପଛର କାରଣ କହିଛନ୍ତି।

Advertisment

ଏହି ବୟସ୍କ ବ୍ୟକ୍ତି ଜଣକ ହେଉଛନ୍ତି ଇଂଲଣ୍ଡର ବ୍ରିଟୋନ ଜନ ଟିନ୍ନିସଉଡ୍। ସେ ବର୍ତ୍ତମାନ ବିଶ୍ୱର ସବୁଠୁ ଦୀର୍ଘାୟୁ ଜୀବିତ ବ୍ୟକ୍ତି। ଲମ୍ବା ଆୟୁଷର କାରଣ ପଚରାଯିବାରୁ ସେ କହିଛନ୍ତି, "ଦୀର୍ଘାୟୁ ହେବା ଏକ ସୌଭାଗ୍ୟ। ଏହା ପଛରେ ସେପରି କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ।"

"ମୁଁ ସେପରି କୌଣସି ବିଶେଷ ଖାଦ୍ୟ ଖାଏ ନାହିଁ। ମୋର ପ୍ରିୟ ଖାଦ୍ୟ ହେଉଛି ମାଛ ଏବଂ ଚିପ୍ସ। ବଡ଼ କଥା ହେଉଛି, ଅଧିକ ଦିନ ବଞ୍ଚିବେ କି କମ୍ ଦିନ, ଏ ଉପରେ ଆପଣ କିଛି କରିପାରିବେନି।" 

Advertisment

ବିଶ୍ୱର ପରିସ୍ଥିତି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, "ଦୁନିଆ ତା ବାଟରେ ବଦଳି ଚାଲିଛି। ଏହା ଏକ ପ୍ରକାର ନିରନ୍ତର ଅନୁଭୂତି... ଦୁନିଆ ବଦଳିଛି, କିନ୍ତୁ ସେପରି କୌଣସି ବିରାଟ ପରିବର୍ତ୍ତନ ହୋଇଯାଇନି, ସଠିକ୍ ବାଟରେ ଚାଲିଛି।"

ପ୍ରକାଶ ଥାଉକି, ଟିନ୍ନିସଉଡ ଦୀର୍ଘାୟୁ ହେବାରେ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି। ସେ ୧୧୪ ବର୍ଷୀୟ ଭେନିଜୁଏଲାନ ଜୁଆନ୍ ଭିସେଣ୍ଟେ ପେରେଜ୍ ମୋରାଙ୍କଠାରୁ ଗିନିଜ୍ ୱାର୍ଲ୍ଡ ରେକର୍ଡ ଟାଇଟଲ୍ ପାଇଥିଲେ। ଏହି ସପ୍ତାହରେ ପେରେଜ୍ ମୋରାଙ୍କ ମୃତ୍ୟୁ ଘଟିଥିବା ଘୋଷଣା କରାଯାଇଥିଲା।

ଟିନ୍ନିସଉଡ ୧୯୧୨ ମସିହାରେ ଉତ୍ତର ଇଂଲଣ୍ଡର ମର୍ସିସାଇଡରେ ଜନ୍ମଗ୍ରହଣ କରିଥିଲେ। ସେ ଆକାଉଣ୍ଟାଣ୍ଟ ତଥା ଡାକ ବିଭାଗରେ କାମ କରିଛନ୍ତି। ପ୍ରାୟ ଅର୍ଦ୍ଧ ଶତାବ୍ଦିରୁ ଅଧିକ ସମୟ ହେବ ଅବସର ନେଇ ସାରିଲେଣି। ବର୍ତ୍ତମାନ ତାଙ୍କୁ ୧୧୧ ବର୍ଷ ୨୨୨ ଦିନ ଚାଲିଛି। 

ଟିନ୍ନିସଉଡଙ୍କ ପୂର୍ବରୁ ସର୍ବ ପୁରାତନ ଜଣାଶୁଣା ବ୍ୟକ୍ତି ହେଉଛନ୍ତି ଜାପାନର ଜିରୋମୋନ କିମୁରା, ଯିଏ ୧୧୬ ବର୍ଷ ୫୪ ଦିନ ବଞ୍ଚିଥିଲେ। 

Guinness World Records World's Oldest Man John Tinniswood