Advertisment

ସୁନ୍ଦର ଦିଶିବାର ସାତ ସୂତ୍ର

ପ୍ରାକୃତିକ ଉପାୟରେ କିପରି ଆକର୍ଷଣୀୟ ଚେହେରା ପାଇପାରିବେ, ଜାଣନ୍ତୁ...

Girl With Makeup Sticks

Girl With Makeup Sticks

Advertisment

ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବାକୁ କିଏ ବା ନଚାହେଁ, ହେଲେ ବଦଳୁଥିବା ପାଣିପାଗ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଉଛି। ଏହା ସାଙ୍ଗକୁ କେମିକାଲ୍ ପ୍ରଡକ୍ଟର ବ୍ୟବହାର ଚର୍ମ ଉପରେ କୁପ୍ରଭାବ ପକାଉଛି। ଫଳରେ ବର୍ତ୍ତମାନ ସମୟରେ ବୟସ ପୂର୍ବରୁ ଚୁଟି ପାଚିବା ଏବଂ ଚର୍ମ କୁଞ୍ଚନ ଭଳି ସମସ୍ୟା ଦେଖାଯାଉଛି। ଏପରିସ୍ଥିତିରେ ପ୍ରାକୃତିକ ଉପାୟରେ କିପରି ଆକର୍ଷଣୀୟ ଚେହେରା ପାଇପାରିବେ, ଜାଣନ୍ତୁ...  

Advertisment

ଭଲ ନିଦ
ଖାଦ୍ୟ ଏବଂ ସୁଖ ନିଦ ସୁନ୍ଦର ସ୍ୱାସ୍ଥ୍ୟର ମୂଳ ସୂତ୍ର। ଯେଉଁ ବ୍ୟକ୍ତି ପର୍ଯ୍ୟାପ୍ତ ଶୋଇଥାନ୍ତି ଏବଂ ଆବଶ୍ୟକ ପରିମାଣରେ ଖାଦ୍ୟ ସେବନ କରନ୍ତି, ସେମାନେ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖନ୍ତି। ତେଣୁ ସର୍ବଦା ଏକ ଭଲ ନିଦ ପାଇଁ ଚେଷ୍ଟା କରନ୍ତୁ। ଦିନକୁ 8-9 ଘଣ୍ଟା ଶୋଇବା ଫଳରେ ଆଖି ତଳେ ଦେଖା ଯାଉଥିବା ଡାର୍କ ସର୍କଲ ଦୂର ହୋଇଥାଏ। ଏଥିସହ ତ୍ୱଚାରେ ଚମକ ମଧ୍ୟ ଆସିଥାଏ।

ପର୍ଯ୍ୟାପ୍ତ ପାଣି ପିଅନ୍ତୁ 
ପର୍ଯ୍ୟାପ୍ତ ପରିମାଣର ପାଣି ଚର୍ମକୁ ଚମକାଇବାରେ ସାହାଯ୍ୟ କରେ। ଏହା ଆମ ଶରୀରରୁ ଆବର୍ଜନା ନିଷ୍କାସନ କରି ନୂଆ କୋଷ ସୃଷ୍ଟି କରିବାରେ ସହାୟକ ହୁଏ। ପାଣିରେ କିଛି ଉପକାରୀ ଦ୍ରବ୍ୟ ମଧ୍ୟ ମିଶ୍ରଣ କରି ପିଇପାରିବେ। ସକାଳେ ଗୋଟିଏ ଗ୍ଲାସ ପାଣିରେ ଡାଲଚିନି ମିଶାଇ ପିଅନ୍ତୁ। ଏହା କେବଳ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବନି, ବରଂ ତ୍ୱଚାରେ ମଧ୍ୟ ଚମକ ଆଣିବ। ଏହା ବ୍ୟତୀତ ପାଣିରେ ଷ୍ଟ୍ରବେରି ରସ ମଧ୍ୟ ମିଶାଇ ପିଇପାରିବେ। ଏହା ତ୍ୱଚାରେ ଦାଗ ସମସ୍ୟା ଦୂର କରିଥାଏ।  

Advertisment

ବ୍ୟାୟାମ 
ବ୍ୟାୟାମର ଅର୍ଥ କେବଳ ଓଜନ ହ୍ରାସ କରିବା ନୁହେଁ, ଏହା ଶରୀରର ସଠିକ୍ ଆକାର ଆଣିବା ସହ ଚେହେରାରେ ଚମକ ଆଣିଥାଏ ବ୍ୟାୟାମ। ବ୍ୟାୟାମ କରିବା ଦ୍ୱାରା ଚେହେରାରେ ଚମକ ବଢିଥାଏ ଏବଂ ମନ ମଧ୍ୟ ଉଲ୍ଲସିତ ରହିଥାଏ। ବ୍ୟାୟାମ ସମୟରେ ଶୀରରରୁ ଝାଳ ଏବଂ ଚର୍ମରୁ ମଇଳା ନିଷ୍କାସିତ ହୋଇଯାଏ, ଯାହା ତ୍ୱଚାରେ ଚମକ ଆଣିବାରେ ସହାୟକ ହୋଇଥାଏ। 

ଯୋଗ ଅଭ୍ୟାସ 
ଯୋଗ ତ୍ୱଚାକୁ ଚମକ ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଚେହେରାରେ ଚମକ ଆଣିଥିବା ମୁଖ୍ୟ ଯୋଗଗୁଡ଼ିକ ହେଉଛି - ଚକ୍ରାସନ, ସର୍ବାଙ୍ଗାସନ, ଶୀର୍ଷାସନ ଏବଂ ପ୍ରାଣାୟାମ। ଏହି ଆସନା ଶରୀରରେ ଅମ୍ଳଜାନ ଏବଂ ରକ୍ତ ପ୍ରବାହକୁ ବଢାଇଥାଏ, ଯାହା ଚେହେରାରେ ଚମକ ଆଣିଥାଏ। ଏହି ଯୋଗଗୁଡ଼ିକ ଚେହେରାର କୁଞ୍ଚନକୁ ହ୍ରାସ କରିଥାଏ। 

ସାବୁନ ବ୍ୟବହାର କରନ୍ତୁ ନାହିଁ 
ଅଧିକାଂଶ ଲୋକ ଅତ୍ୟଧିକ ସାବୁନ ବ୍ୟବହାର କରନ୍ତି। ଏହା ତୈଳ ଅଂଶ ଦୂର କରିଥାଏ ସତ, କିନ୍ତୁ ସାବୁନରେ ଥିବା କେମିକାଲ ଚର୍ମ ପାଇଁ ଭଲ ନୁହେଁ। ଏହା ବ୍ୟତୀତ ତ୍ୱଚାକୁ ଶୁଷ୍କ କରିଦିଏ ସାବୁନ ଏବଂ ଚର୍ମରୁ ପ୍ରାକୃତିକ ତୈଳ ଅଂଶକୁ ନଷ୍ଟ କରିଦିଏ। ତେଣୁ ସାବୁନ ପରିବର୍ତ୍ତେ ଚର୍ମକୁ ସୁହାଇଲା ଭଳି ଡାକ୍ତରଙ୍କ ପରାମର୍ଶିତ ପ୍ରଡକ୍ଟ ବ୍ୟବହାର କରନ୍ତୁ। 

ଚିନ୍ତା ମୁକ୍ତ ରୁହନ୍ତୁ
ଚାପ ହେଉଛି ସ୍ୱାସ୍ଥ୍ୟର ବଡ଼ ଶତ୍ରୁ। ଏହା ବାହାରକୁ ଦୃଶ୍ୟମାନ ହେଉନଥିଲେ ମଧ୍ୟ ଭିତରୁ ଶରୀରକୁ ଦୁର୍ବଳ କରିଦିଏ। ଚାପ କାରଣରୁ ଆମ ଶରୀର କର୍ଟିସୋଲ ନାମକ ଏକ ହରମୋନ୍ ମୁକ୍ତ କରିଥାଏ, ଯାହା ଚର୍ମକୁ କ୍ଷତି ପହଞ୍ଚାଇଥାଏ। ମୁହଁରେ ବ୍ରଣ ହେବାର ଗୋଟିଏ କାରଣ ହେଉଛି କ୍ରମାଗତ ଚାପରେ ରହିବା। ତେଣୁ ମନକୁ ଫୁର୍ତ୍ତି ରଖିବାକୁ ଚେଷ୍ଟା କରନ୍ତୁ। ଚାପ ସମୟରେ ଶରୀରକୁ ଶାନ୍ତ କରିବା ପାଇଁ, ଥଣ୍ଡା ପାଣିରେ ଗାଧୋଇବା ଉଚିତ୍। ଯଦି ଚାହାଁନ୍ତି, ଗାଧୋଇବା ସମୟରେ ସୁଗନ୍ଧିତ ଦ୍ରବ୍ୟ ମଧ୍ୟ ବ୍ୟବହାର କରିପାରିବେ।

ଶୋଇବା ପୂର୍ବରୁ ମୁହଁ ଧୁଅନ୍ତୁ
ଦିନ ସାରାର ମେକ-ଅପ୍ ଏବଂ ବାୟୁମଣ୍ଡଳରେ ଥିବା ଧୂଳିକଣା ମୁହଁରେ ଜମା ହୋଇଯାଇଥାଏ। ତେଣୁ ଶୋଇବା ପୂର୍ବରୁ ମୁହଁ ଧୋଇବାକୁ ଭୁଲନ୍ତୁ ନାହିଁ। ନଚେତ୍ ଡେଡ୍ ସେଲ୍ ଧିରେ ଧିରେ ତ୍ୱଚାକୁ କ୍ଷତି ପହଞ୍ଚାଇପାରେ। ସର୍ବପ୍ରଥମେ, ଘରକୁ ଆସିବା ମାତ୍ରେ ମୁହଁରୁ ମେକଅପ୍ କାଢନ୍ତୁ। ଏଥିପାଇଁ ଆପଣ କ୍ଲିନିଂ ଅଏଲ୍ କିମ୍ବା ମେକଅପ୍ ରିମୁଭର୍ ବ୍ୟବହାର କରିପାରିବେ। ଏଥିସହ ରାତିରେ ଶୋଇବା ପୂର୍ବରୁ ଭଲ ନାଇଟ୍ କ୍ରିମ୍ ବ୍ୟବହାର କରିପାରିବେ। ଏହା ଚେହେରାରେ ଚମକ ଆଣିବାରେ ସହାୟକ ହୋଇପାରିବ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Glowing Skin Tips Health Tips Skin Care Tips Beauty Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe