Advertisment

ଦିନକରେ କେତେ ଥର Face Wash କରିବା ଉଚିତ୍?

ବିଭିନ୍ନ ପ୍ରକାର ସ୍କିନ୍ ପାଇଁ ଫେସ୍ ୱାଶ୍ କରିବାର ଉପାୟ ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଫ୍ରେଶ୍‌ନେଶ୍‌ ପାଇଁ ଅଧିକାଂଶ ଲୋକ ଫେସ୍ ୱାଶ୍ ବ୍ୟବହାର କରନ୍ତି। ବିଶେଷ କରି ଯେଉଁମାନଙ୍କର ତେଲିଆ ସ୍କିନ୍, ସେମାନେ ଅଧିକ ଥର ଫେସ୍ ୱାଶ୍ କରନ୍ତି। ଏପରି କରିବା ଦ୍ୱାରା ସ୍କିନ୍ ଡ୍ୟାମେଜ୍ ହୋଇପାରେ। କାରଣ ବାରମ୍ବାର ଫେସ୍ ୱାଶ୍ କରିବା ଫଳରେ ଚର୍ମର ପ୍ରାକୃତିକ ତୈଳ ଅଂଶ ବାହିରି ଯାଏ। ଚର୍ମର ଉପର ଆସନ୍ତରଣ ମଧ୍ୟ ଡ୍ୟାମେଜ ହୁଏ। ଫଳରେ ଚର୍ମ ଖରାପ ହେବାକୁ ଲାଗେ। ସେଥିପାଇଁ ଆବଶ୍ୟକତା ଅନୁସାରେ ଫେସ୍ ୱାଶ୍ କରିବା ଉଚିତ୍। କେଉଁ ଚର୍ମର ଲୋକ କେତେ ଥର ଫେସ୍ ୱାଶ୍ କରିବା ଉଚିତ୍ ଏବଂ କିପରି କରିବେ, ଜାଣନ୍ତୁ... 

Advertisment

କେତେଥର ମୁହଁ ଧୋଇବା ଉଚିତ୍? 
ଅଧିକାଂଶ ଚର୍ମ ପ୍ରକାର ପାଇଁ ଦିନକୁ ଦୁଇଥର, ସକାଳେ ଥରେ ଏବଂ ସନ୍ଧ୍ୟାରେ ଥରେ ମୁହଁ ଧୋଇବାକୁ ପରାମର୍ଶ ଦିଆଯାଇଛି। ସକାଳେ ମୁହଁ ଧୋଇବା ହେଉଛି ଚର୍ମର ଯତ୍ନର ପ୍ରଥମ ପଦକ୍ଷେପ। ଏହା ପରେ ଆମେ ମୁହଁରେ ମଶ୍ଚରାଇଜର, ସେରମ୍ ଏବଂ ବିଭିନ୍ନ ପ୍ରକାର ମେକଅପ୍ ଲଗାଇଥାଉ। ତେଣୁ ରାତିରେ ମୁହଁ ଧୋଇବା ଜରୁରୀ, କାରଣ ଦିନର ମଇଳା ଏବଂ ତ୍ୱଚାରେ ଜମା ହୋଇଥିବା ମୃତ ଚର୍ମ କୋଷଗୁଡିକ ଦୂର ହୋଇପାରିବ।

ମୁହଁ କିପରି ଧୋଇବେ? 
ମୁହଁ ଧୋଇବାର ପ୍ରଥମ ନିୟମ ହେଉଛି ଗରମ ପାଣିର ବ୍ୟବହାରଠୁ ଦୂରେଇ ରହିବା। ମୁହଁ ଧୋଇବା ପାଇଁ ଥଣ୍ଡା କିମ୍ବା ଉଷୁମ ପାଣି ବ୍ୟବହାର କରନ୍ତୁ। ଏଥି ସହିତ, ସଠିକ୍ କ୍ଲିଜର୍ ବାଛିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

Advertisment

ସର୍ବପ୍ରଥମେ, ମୁହଁକୁ ପାଣିରେ ଓଦା କରନ୍ତୁ ଏବଂ ପରେ ବୃତ୍ତାକାର ଗତିରେ, ଯଥା ଆଙ୍ଗୁଠିକୁ ଏକ ବୃତ୍ତାକାର ଗତିରେ କ୍ଲିଞ୍ଜରକୁ ମସାଜ୍ କରନ୍ତୁ। ପ୍ରାୟ 30 ସେକେଣ୍ଡ ପାଇଁ କ୍ଲିଞ୍ଜର୍ କିମ୍ବା ଫେସ୍ ୱାଶକୁ ମୁହଁରେ ମସାଜ୍ କରିପାରିବେ। ଏହାପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ। ମନେ ରଖନ୍ତୁ ମୁହଁକୁ ସର୍ବଦା ସଫା ନରମ କପଡାରେ ପୋଛନ୍ତୁ, ଆଦୌ ଘଷନ୍ତୁ ନାହିଁ।

ଯଦି ସନ୍ଧ୍ୟାରେ ମୁହଁ ଧୋଉଛନ୍ତି, ତେବେ ପ୍ରଥମେ ମୁହଁରୁ ମେକଅପ୍ ସଫା କରନ୍ତୁ। ଏଥିପାଇଁ ମେକଅପ୍ ରିମୁଭର୍ ବ୍ୟବହାର କରନ୍ତୁ। ଏହା ସାହାଯ୍ୟରେ କାଜଲ୍, ଲିପଷ୍ଟିକ୍, ଫାଉଣ୍ଡେସନ୍ ଏବଂ ମସ୍କରା ଇତ୍ୟାଦିକୁ ମୁହଁରୁ ବାହାର କରନ୍ତୁ। ଏହା ପରେ ବିନା ଫେସ୍ ୱାଶରେ କେବଳ ମୁହଁକୁ ଧୋଇ ଦିଅନ୍ତୁ। 

ତେଲିଆ ଚର୍ମ ପାଇଁ ଟିପ୍ସ

ଅତ୍ୟଧିକ ତେଲିଆ ଚର୍ମ ପାଇଁ ସମସ୍ୟାରେ ପଡ଼ୁଥିବା ଲୋକମାନେ କଞ୍ଚା କ୍ଷୀର ସହ ମୁହଁ ସଫା କରିପାରିବେ। ଏକ ପାତ୍ରରେ କଞ୍ଚା କ୍ଷୀର ନିଅନ୍ତୁ, ସେଥିରେ ଏକ କପଡା ବୁଡ଼ାଇ ମୁହଁ ସଫା କରନ୍ତୁ। ଏହା ଉଭୟ ମୃତ ଚର୍ମ କୋଷ ଏବଂ ଅତ୍ୟଧିକ ତେଲକୁ ବାହାର କରିଥାଏ। ଏହା ପରେ, ଫେସ୍ ୱାଶରେ ମୁହଁକୁ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା ଚେହେରା ଅଧିକ ତୈଳ ହେବ ନାହିଁ, କି ଅଧିକ ଥର ଫେସ୍ ୱାଶ୍ କରିବାକୁ ପଡିବ ନାହିଁ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Skin Disease Skin Tips Face Wash Use Tips