Advertisment

କ୍ରିଷ୍ଟିନା ଜିତିଲେ ମିସ୍‌ ୱାର୍ଲଡ୍ ୨୦୨୪ ମୁକୁଟ

୨୮ ବର୍ଷ ବ୍ୟବଧାନରେ ଭାରତରେ ପୁଣି ମିସ୍ ୱାର୍ଲଡ୍‌ ପ୍ରତିଯୋଗିତାର ଆୟୋଜନ ହୋଇଥିଲା।

Krystyna Pyszkova

Krystyna Pyszkova

Advertisment

ମିସ୍ ୱାର୍ଲଡ୍ ୨୦୨୪ର ବିଜେତା ହୋଇଛନ୍ତି ଚେକ୍ ରିପବ୍ଲିକ୍‌ର କ୍ରିଷ୍ଟିନା ପାଇସ୍କୋଭା। ଶନିବାର ମୁମ୍ବାଇର ଜିଓ ୱାର୍ଲ୍‌ଡ କନ୍‌ଭେନସନ ସେଣ୍ଟରରେ ଅନୁଷ୍ଠିତ ମିସ୍ ୱାର୍ଲଡ୍‌ର ୭୧ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେରେ ୨୪ ବର୍ଷୀୟା କ୍ରିଷ୍ଟିନାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଲେବାନନର ୟସମୀନା ଜୈତୁନ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି।

Advertisment

କ୍ରିଷ୍ଟିନା ପାଇସ୍କୋଭାଙ୍କୁ ମିସ୍ ୱାର୍ଲଡ୍ ମୁକୁଟ ପିନ୍ଧାଇଥିଲେ ଗତବର୍ଷର ମିସ୍ ୱାର୍ଲଡ୍ ବିଜେତା କାରୋଲିନା ବିଲାୱସ୍କା। କ୍ରିଷ୍ଟିନା ଜଣେ ଛାତ୍ରୀ। ସେ ଉଭୟ ଆଇନ୍ ଓ ବ୍ୟବସାୟ ପରିଚାଳନାରେ ଡିଗ୍ରୀ ହାସଲ କରିବା ପାଇଁ ଅଧ୍ୟୟନ କରୁଛନ୍ତି। ତା’ ସହିତ ସେ ମଡେଲିଂ ଓ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି। କ୍ରିଷ୍ଟିନା ପାଇସ୍କୋଭା ଫାଉଣ୍ଡେସନ ନାଁରେ ତାଙ୍କର ଏକ ସଂସ୍ଥା ରହିଛି, ଯାହା ମାଧ୍ୟମରେ ସେ ସମାଜ ସେବା କରୁଛନ୍ତି।

୨୮ ବର୍ଷ ବ୍ୟବଧାନରେ ଭାରତରେ ପୁଣି ମିସ୍ ୱାର୍ଲଡ୍‌ ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ଏହା ପୂର୍ବରୁ ୧୯୯୬ରେ ବେଙ୍ଗାଲୁରୁରେ ମିସ୍ ୱାର୍ଲଡ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ମିସ୍‌ ୱାର୍ଲଡ୍ ୨୦୨୪ରେ ଭାରତରୁ ପ୍ରତିନିଧିତ୍ୱ କରୁଥିଲେ ଫେମିନା ମିସ୍ ଇଣ୍ଡିଆ-ୱାର୍ଲଡ ୨୦୨୨ର ବିଜେତା ସିନି ସେଟ୍ଟୀ।

Advertisment
Miss World 2024 Krystyna Pyszkova
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe