Advertisment

ପାଦ ସୁନ୍ଦର ଦିଶିବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ

ଘରୋଇ ଉପାୟରେ କିପରି ପାଦର ଯତ୍ନ ନେବେ, ଜାଣନ୍ତୁ...

Footcare

Footcare

Advertisment

ଅଧିକାଂଶ ଲୋକେ ସୁନ୍ଦରତା ପ୍ରତି ଧ୍ୟାନ ଦିଅନ୍ତି, ହେଲେ ସୁସ୍ଥତା ପ୍ରତି ନୁହେଁ। ହାତ, ମୁହଁ, ଚର୍ମ, କେଶ ଓ ତ୍ୱଚାର ଯତ୍ନ ନିଅନ୍ତି, କିନ୍ତୁ ପାଦର ସ୍ୱଚ୍ଛତାକୁ ଭୁଲି ଯାଆନ୍ତି। ଏହି କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ବିଶେଷ କରି ପାଦର ଯତ୍ନ ନ ନେବା ଦ୍ୱାରା ଫଙ୍ଗଲ ସଂକ୍ରମଣ ହୋଇପାରେ। ତେଣୁ ଏହାକୁ ଏଡାଇବା ପାଇଁ ଘରୋଇ ଉପାୟରେ କିପରି ପାଦର ଯତ୍ନ ନେବେ, ଜାଣନ୍ତୁ...

Advertisment

ପ୍ରତିଦିନ ପାଦର ସ୍ୱଚ୍ଛତା ଯାଞ୍ଚ କରନ୍ତୁ
ନିୟମିତ ଭାବରେ ଯେପରି ତ୍ୱଚା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଉଛନ୍ତି, ସେହିପରି ପାଦ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। କୌଣସି କଟା, ଦାଗ, ଫୁଲା କିମ୍ବା ଲାଲ୍ ପଡିଯିବା ଭଳି ଅସ୍ୱାଭାବିକତା ଅଛି କି ନାହିଁ ନୀରିକ୍ଷଣ କରନ୍ତୁ। ମଧୁମେହ କିମ୍ବା ପେରିଫେରାଲ୍ ନ୍ୟୁରୋପାଥି ରୋଗୀଙ୍କ ପାଇଁ ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନେ ପାଦରେ କୌଣସି ଯନ୍ତ୍ରଣା ଅନୁଭବ କରିପାରନ୍ତି ନାହିଁ। ତେଣୁ ନିୟମିତ ଭାବେ ପାଦକୁ ଯାଞ୍ଚ କରନ୍ତୁ। 

ସର୍ବସାଧାରଣ ସ୍ଥାନରେ ଖାଲି ପାଦରେ ଚାଲନ୍ତୁ ନାହିଁ
ଖାଲି ପାଦରେ ଚାଲିବା ସ୍ୱାସ୍ଥ୍ୟ ପାଇଁ ଭଲ କୁହାଯାଏ ସତ, କିନ୍ତୁ ସବୁ ସ୍ଥାନ ପାଇଁ ଏହା ପ୍ରଯୁଜ୍ୟ ନୁହେଁ। ତେଣୁ ସର୍ବଦା ପରିଷ୍କାର-ପରିଚ୍ଛନ୍ନ ଥିବା ସ୍ଥାନରେ ଚାଲିବାକୁ ଚେଷ୍ଟା କରନ୍ତୁ। ସର୍ବସାଧାରଣ ସ୍ଥାନରେ ଆଦୌ ଖାଲି ପାଦରେ ଚାଲନ୍ତୁ ନାହିଁ। 

Advertisment

ଦିନକୁ ଦୁଇଥର ପାଦ ଧୋଇ ଦିଅନ୍ତୁ 
ଯେପରି ଦାନ୍ତ ଘଷିବା ଏକ ନିତ୍ୟକ୍ରମ, ସେହିପରି ପାଦ ଧୋଇବା ମଧ୍ୟ ନିତ୍ୟକ୍ରମ। କିନ୍ତୁ ଅନେକ ଲୋକ ଏଥିରେ ଅବହେଳା କରନ୍ତି। ବାହାରୁ ଆସିବା ପରେ ନିଶ୍ଚିତ ରୂପରେ ପାଦ ଧୁଅନ୍ତୁ। ଅତି କମରେ ଗୋଟିଏ ଦିନରେ ନିଶ୍ଚିତ ରୂପେ ଦୁଇ ଥର ପାଦ ଧୋଇବା ଅଭ୍ୟାସ ରଖନ୍ତୁ। ଏହା ଫଳରେ ମଇଳା, ଜୀବାଣୁ ଆଦି ସଫା ହୋଇଯାଇଥାଏ।

ପାଦକୁ ସଠିକ୍ ଭାବରେ ଶୁଖାନ୍ତୁ
ପାଦ ଧୋଇ ସାରିବା ପରେ ଓଦା ପାଦରେ ଅଧିକ ସମୟ ରୁହନ୍ତୁ ନାହିଁ। ବିଶେଷ କରି ଓଦା ପାଦରେ ସ୍ଲିପର୍, ସକ୍ସ କିମ୍ବା ବୁଟ୍ ପିନ୍ଧନ୍ତୁ ନାହିଁ। ଆଙ୍ଗୁଠି ସନ୍ଧିରେ ବେଶି ସମୟ ପାଣି ରହିବାକୁ ଦିଅନ୍ତୁ ନାହିଁ। 

ମଶ୍ଚରାଇଜର
ଶରୀରର ସୁସ୍ଥତା ପାଇଁ ଯେପରି ଅନ୍ୟାନ୍ୟ ଅଙ୍ଗର ଯତ୍ନ ନେଉଛନ୍ତି, ଠିକ୍ ସେହିପରି ପାଦର ଧ୍ୟାନ ନିଅନ୍ତୁ। ପାଦକୁ ନିୟମିତ ଭାବେ ମଶ୍ଚରାଇଜ୍ କରନ୍ତୁ। ଏପରି କରିବା ଦ୍ୱାରା ଶୁଷ୍କ ଏବଂ ଫଟା ପାଦ ସମସ୍ୟାକୁ ଦୂର କରାଯାଇ ପାରିବ।

ଭଲ ସକ୍ସ ପିନ୍ଧନ୍ତୁ
ସୁନ୍ଦର ସକ୍ସ ଅପେକ୍ଷା ପରିଷ୍କାର-ପରିଚ୍ଛନ୍ନ ଥିବା ସକ୍ସ ପିନ୍ଧିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ସକ୍ସକୁ ସଫା ନକରି ବାରମ୍ବାର ପିନ୍ଧନ୍ତୁ ନାହିଁ। ସର୍ବଦା ବୁଟ୍ ଓ ସକ୍ସକୁ ସଫା ରଖନ୍ତୁ। ସଚେତ୍ ସଂକ୍ରମଣଜନିତ ସମସ୍ୟା ହୋଇପାରେ। 

Beauty Tips Lifestyle News Feet Look Footcare Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe