Advertisment

ଲମ୍ବା, ସୁନ୍ଦର ଓ ଘନ କେଶ ପାଇଁ ଏହିପରି ପ୍ରସ୍ତୁତ କରନ୍ତୁ ଅଅଁଳା ପାଣି

ଅଅଁଳା ପାଣି କିପରି ପ୍ରସ୍ତୁତ କରିବେ ଏବଂ ଏହାକୁ କେଶରେ ଲଗାଇବେ, ଜାଣନ୍ତୁ...

Representative Image

Representative Image

Advertisment

ଘନ ଓ ଲମ୍ବା କେଶ କାହର ବା ପସନ୍ଦ ନୁହେଁ। ହେଲେ ବର୍ତ୍ତମାନ ସମୟରେ କେଶ ଝଡ଼ିବା ସାଧାରଣ ହୋଇଗଲାଣି। ଏପରି ପରିସ୍ଥିତିରେ, କେଶକୁ ଲମ୍ବା ଏବଂ ଘନ କରିବା ପାଇଁ ଅଅଁଳା ପାଣି ବ୍ୟବହାର କରିପାରିବେ। ଏଥିରେ ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ଥାଏ, ଯାହା କେଶକୁ ଲମ୍ବା ଓ ଘନ କରିବାରେ ସାହାଯ୍ୟ କରେ। ଏଥି ସହ କେଶ ଅଧାରୁ ଛିଣ୍ଡିବା ଓ ଶୁଷ୍କତାକୁ ଦୂର କରି ମୂଳରୁ ଦୃଢ କରିଥାଏ। ତେବେ ଅଅଁଳା ପାଣି କିପରି ପ୍ରସ୍ତୁତ କରିବେ ଏବଂ ଏହାକୁ କେଶରେ ଲଗାଇବେ, ଜାଣନ୍ତୁ... 

Advertisment

ଲମ୍ବା କେଶ ପାଇଁ ଅଅଁଳା ପାଣି
ଏଥିପାଇଁ ଏକ ଚାମଚ ରିଠା ପାଉଡରକୁ ଏକ ଚାମଚ ଅଅଁଳା ପାଉଡରରେ ମିଶାଇ ସେଥିରେ ପ୍ରାୟ ୧୦୦ ମିଲିଲିଟର ପାଣି ମିଶାନ୍ତୁ। ବିନା ରିଠା ପାଉଡରରେ ମଧ୍ୟ ଏହି ପାଣି ପ୍ରସ୍ତୁତ କରିପାରିବେ। ଏହି ପାଣିକୁ କେଶ ମୂଳରୁ ଶେଷ ପର୍ଯ୍ୟନ୍ତ ଲଗାନ୍ତୁ ଏବଂ ୪ରୁ ୫ ମିନିଟ୍ ପର୍ଯ୍ୟନ୍ତ ହାତରେ ଘଷନ୍ତୁ। ଏହା ପରେ କେଶକୁ ଭଲ ଭାବରେ ସଫା କରିଦିଅନ୍ତୁ।

ଅଅଁଳା ପାଣି ପ୍ରସ୍ତୁତ କରିବାର ଆଉ ଏକ ଉପାୟ ଅଛି। ଏଥିପାଇଁ ଅଅଁଳାକୁ ଛୋଟ ଛୋଟ ଖଣ୍ଡ କରି କାଟି ଏଥିରେ ପାଣି ମିଶାନ୍ତୁ। ଏହି ପାଣିକୁ କିଛି ସମୟ ଫୁଟାନ୍ତୁ। ପାଣି ଫୁଟିବା ପରେ ଏହାକୁ ଥଣ୍ଡା କରନ୍ତୁ। ଏହି ପାଣିକୁ କେଶ ଧୋଇବା ପାଇଁ ବ୍ୟବହାର କରିପାରିବେ। ଏହା କେଶକୁ ଆର୍ଦ୍ରତା ଯୋଗାଇଥାଏ ଏବଂ ଲମ୍ବା ହେବାରେ ସାହାଯ୍ୟ କରେ। 

Advertisment

କେଶ ପାଇଁ ଅଅଁଳା ରସ

  • ଆମଲା ରସକୁ ଲେମ୍ବୁ ରସ ସହିତ ମିଶାଇ କେଶରେ ଲଗାଇ ପାରିବେ। ଏହି ମିଶ୍ରଣ ହେୟାର୍ ଟୋନିକ୍ ପରି କାମ କରେ। ଏହାକୁ ଗୋଟିଏ ଘଣ୍ଟା ମୁଣ୍ଡରେ ଲଗାଇବା ପରେ ଧୋଇଦେବେ।
  • ଭୃସଙ୍ଗା ପତ୍ରକୁ ମଧ୍ୟ ଅଅଁଳା ସହ ମିଶାଇ କେଶରେ ଲଗାଇ ପାରିବେ। ଏଥିପାଇଁ ଅଅଁଳାକୁ ଛୋଟ ଛୋଟ ଖଣ୍ଡରେ କାଟି ସେଥିରେ ଭୃସଙ୍ଗା ପତ୍ର ମିଶାଇ ଗ୍ରାଇଣ୍ଡିଂ କରନ୍ତୁ। ଏହି ପେଷ୍ଟକୁ କିଛି ଘଣ୍ଟା ମୁଣ୍ଡରେ ଲଗାଇବା ପରେ ଧୋଇ ଦିଅନ୍ତୁ। ସପ୍ତାହରେ ଥରେ କିମ୍ବା ଦୁଇଥର ଏହାକୁ ବ୍ୟବହାର କରିପାରିବେ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Health Tips Hair Care Tips Amla Water Amla For Hair
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe