Advertisment

ଚେହେରାରେ ଚମକ ପାଇଁ ଲଗାଉଛନ୍ତି କି ଭିଟାମିନ-ଇ କ୍ୟାପ୍ସୁଲ?

ଭିଟାମିନ-ଇ କ୍ୟାପ୍ସୁଲର ବହୁଳ ବ୍ୟବହାର ମଧ୍ୟରେ ଏହା ଚର୍ମ ପାଇଁ ଉପକାରୀ ନା ଅପକାରୀ, ଜାଣନ୍ତୁ...

Vitamin E Capsule

Vitamin E Capsule

Advertisment

ପ୍ରତ୍ୟକ ବ୍ୟକ୍ତି ଚାହାଁନ୍ତି ଚେହେରାରେ ଚମକ। ଏଥିପାଇଁ କିଏ କେତେ ପ୍ରକାରର କେମିକାଲ ପ୍ରଡକ୍ଟ ବ୍ୟବହାର କରନ୍ତି। ଏସବୁ ମଧ୍ୟରେ ବର୍ତ୍ତମାନ ସମୟରେ ଭିଟାମିନ-ଇ କ୍ୟାପ୍ସୁଲର ବ୍ୟବହାର ବହୁଳ ହେଉଛି।

Advertisment

ଅନେକ ଲୋକ ଭିଟାମିନ-ଇ କ୍ୟାପ୍ସୁଲକୁ ସ୍କିନ୍ ଗ୍ଲୋ ପାଇଁ ବ୍ୟବହାର କରୁଛନ୍ତି। କୌଣସି ଫେସ୍ ପ୍ୟାକ୍ ହେଉ କିମ୍ବା ସିଧାସଳଖ ଏହି କ୍ୟାପ୍ସୁଲକୁ ଚେହେରାରେ ଲଗାଉଛନ୍ତି। ତେବେ ଡାକ୍ତରଙ୍କ ବିନା ପରାମର୍ଶରେ କରାଯାଉଥିବା ଏହି ଫେସ୍ ଟ୍ରିଟମେଣ୍ଟ ବାସ୍ତବରେ ଉପକାରୀ ନା ଅପକାରୀ, ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କଣ କୁହନ୍ତି, ଜାଣନ୍ତୁ... 

ଚର୍ମ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭିଟାମିନ୍-ଇ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ, କିନ୍ତୁ ଭିଟାମିନ୍-ଇ କ୍ୟାପସୁଲକୁ ମୁହଁରେ ଲଗାଇବାର କୌଣସି ଉପକାରିତା ନାହିଁ। ଭିଟାମିନ୍-ଇ ସ୍କିନ୍ କେୟାର ଉତ୍ପାଦରେ ସୋଲେବେଣ୍ଟ ଏବଂ ଇମଲେସିଫାୟାରର ମିଶ୍ରଣ ରହିଥାଏ, ଯାହା ସାହାଯ୍ୟରେ ଭିଟାମିନ୍-ଇ ଚେହେରାରେ ଅବଶୋଷିତ ହୁଏ।

Advertisment

ତେଣୁ କେବଳ ଭିଟାମିନ୍-ଇ କ୍ୟାପସୁଲକୁ ମୁହଁରେ ଲଗାଇବା ଦ୍ୱାରା କୌଣସି ପ୍ରକାର ଲାଭ ମିଳିନଥାଏ, ବରଂ ଏହା ଚର୍ମକୁ କ୍ଷତି ପହଞ୍ଚାଇଥାଏ ଏବଂ ଜ୍ୱଳନ ଭଳି ଉତ୍ତେଜନା ସୃଷ୍ଟି କରୁଥିବା ଆଲର୍ଜି ହୋଇପାରେ ବୋଲି ଚର୍ମ ବିଶେଷଜ୍ଞ କହିଛନ୍ତି।

ଏହା ବ୍ୟତୀତ, କ୍ୟାପ୍ସୁଲ ତେଲିଆ ହୋଇଥିବାରୁ ଏହା ପିମ୍ପଲ୍ସ କିମ୍ବା ବ୍ରଣ କରିପାରେ। ତେଣୁ ଚର୍ମ ବିଶେଷଜ୍ଞଙ୍କମାନେ ଭିଟାମିନ-ଇ କ୍ୟାପ୍ସୁଲକୁ ସିଧାସଳଖ ମୁହଁରେ ଲଗାଇବାକୁ ବାରଣ କରନ୍ତି। ଏହା ବଦଳରେ ଭିଟାମିନ-ଇର ଅନ୍ୟ ଉପାଦାନ ବ୍ୟବହାର କରିପାରିବେ କିମ୍ବା ଭିଟାମିନ-ଇ ମିଳୁଥିବା ତାଜା ପନିପରିବା ଖାଇପାରିବେ। 

Vitamin E Vitamin E Capsule Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe