Advertisment

ମାଗଣାରେ ଧଣିଆପତ୍ର-କଞ୍ଚାଲଙ୍କା ଦେବ Blinkit

ଆଗକୁ Blinkitରୁ ପରିବା କିଣୁଥିବା ଗ୍ରାହକଙ୍କୁ ମାଗଣାରେ ଧଣିଆପତ୍ର ଓ କଞ୍ଚାଲଙ୍କା ଦେବ କମ୍ପାନୀ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଭାରତୀୟ ବଜାରରେ ପରିବା କିଣିବା ସମୟରେ ଏକ ପରମ୍ପରା ଭଳି ପୂର୍ବରୁ ବିନା ମୂଲ୍ୟରେ ଧଣିଆପତ୍ର ଏବଂ କଞ୍ଚାଲଙ୍କା ଦିଆଯାଉଥିଲା। ପରିବା କିଣି ସାରିବା ପରେ ଗ୍ରାହକଙ୍କୁ ଖୁସି କରିବାକୁ ହେଉ ଅବା ଅନ୍ୟ କିଛି କାରଣ, ବିକ୍ରେତା କିଛି ଧଣିଆପତ୍ର କିମ୍ବା କଞ୍ଚାଲଙ୍କା ବିନା ମୂଲ୍ୟରେ ଦେଇଥାନ୍ତି। 

Advertisment

କିନ୍ତୁ ବର୍ତ୍ତମାନର ଅନଲାଇନ୍ ସପିଂରେ ଏସବୁ ଆଉ ଦେଖିବାକୁ ମିଳୁନାହିଁ। ଯାହା ବି କିଣିବାକୁ ଚାହିଁବେ ନିଶ୍ଚିତ ରୂପେ ଟଙ୍କା ଦେବାକୁ ପଡୁଛି। ଏସବୁ ମଧ୍ୟରେ ଜୋମାଟୋ ମାଲିକାନାରେ ଥିବା ପ୍ରଥମ ପରିବା ବିକ୍ରୟ ଆପ୍ ବ୍ଲିଙ୍କିଟ୍ (Blinkit) ମାଗଣାରେ ଧଣିଆପତ୍ର ଓ କଞ୍ଚାଲଙ୍କା ଦେବାକୁ ନିଷ୍ପତ୍ତି ନେଇଛି।

କମ୍ପାନୀ କହିଛି ଯେ, ଆଗକୁ ସପିଂ ସାଇଟରୁ ପରିବା କିଣୁଥିବା ଗ୍ରାହକଙ୍କୁ ମାଗଣାରେ ଧଣିଆପତ୍ର ଓ କଞ୍ଚାଲଙ୍କା ଦିଆଯିବ। ଏନେଇ ବ୍ଲିଙ୍କିଟ୍ ସିଇଓ ଅଲବିନ୍ଦର ଧିଣ୍ଡସା ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛନ୍ତି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ସିଇଓ ଧିଣ୍ଡସା କହିଛନ୍ତି।  

Advertisment

ସୂଚନା ଅନୁସାରେ, ମୁମ୍ବାଇର ଅଙ୍କିତ ସାୱନ୍ତ ଏକ ଏକ୍ସ ପୋଷ୍ଟ କରି କହିଥିଲେ, ତାଙ୍କ ମାଆଙ୍କୁ ଧଣିଆପତ୍ର ପାଇଁ ବ୍ଲିଙ୍କିଟରେ ପେ'ମେଣ୍ଟ(ଟଙ୍କା ଦେବାକୁ) କରିବାକୁ ପଡିଛି। ଏହା ପରେ ଗ୍ରାହକଙ୍କୁ ମାଗଣାରେ ଧଣିଆପତ୍ର ଓ କଞ୍ଚାଲଙ୍କା ଦେବାକୁ ନିଷ୍ପତ୍ତି ନେଇଛି କମ୍ପାନୀ। 

Free Dhaniya Blinkit E-tailer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe