Advertisment

ଏହି ଦିନ ମାନଙ୍କରେ କିଣନ୍ତୁ ନାହିଁ ଜୋତା; ମାଡ଼ି ଆସିବ ଦାରିଦ୍ରତା

ଅବ୍ୟବହୃତ କିମ୍ବା ପୁରୁଣା ଜୋତା ଏବଂ ଚପଲ ଫିଙ୍ଗିବା ବିଷୟରେ ମଧ୍ୟ ଉଲ୍ଲେଖ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
slippers

slippers

ବାସ୍ତୁ ଶାସ୍ତ୍ରରେ ଶୁଭ ଓ ଅଶୁଭ ଦିନ ଉପରେ ବିସ୍ତାର ଭାବେ କୁହାଯାଇଛି। ଏହାକୁ ଅନୁସରଣ କଲେ ଜୀବନରେ ଆସୁଥିବା ବହୁ ବାଧାବିଘ୍ନ ଟଳି ଯାଇଥାଏ। ଏପରିକି ଜୀବନରେ ଦେଖାଦେଉଥିବା ଜଟିଳତା ବି ବହୁ ମାତ୍ରାରେ ସହଜ ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି। ଯେପରିକି ଘରୁ କୁଆଡେ ବାହାରକୁ ଗଲେ ଶୁଭ ସମୟ ଦେଖି ବାହାରିଥାନ୍ତି। ସେହିପରି କୌଣସି ଜିନିଷ କିଣିଲେ ବା ନୂଆ କରି ଘର ଆରମ୍ଭ କଲେ ଶୁଭଦିନ ଦେଖି କିରିଥାନ୍ତି। ସେହିପରି ଜୋତା କିଣିବାକୁ ବି ବାସ୍ତୁ ଶାସ୍ତ୍ରରେ ନିର୍ଦ୍ଧାରିତ ହୋଇଛି ଦିନ। ଏହି ଦିନ ବାଦ ଅନ୍ୟ ଦିନ ଜୋତା, ଚପଲ କିଣିଲେ ଜୀବନରେ ସମସ୍ୟା ଦେଖାଯିବା ସହ ଦାରିଦ୍ରତା ମାଡ଼ି ଆସିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

Advertisment

ଜୋତା କିଣିବାର ଅଶୁଭ ଦିନ; ବାସ୍ତୁ ଶାସ୍ତ୍ର ଅନୁଯାୟୀ ମଙ୍ଗଳବାର, ଶନିବାର କିମ୍ବା ଚନ୍ଦ୍ରଗ୍ରହଣ ଓ ଅମାବାସ୍ୟାରେ ଜୋତା କିଣନ୍ତୁ ନାହିଁ। ଏହି ଦିନ ମାନଙ୍କରେ ଜୋତା କିଣିଲେ ଘରେ ବିଭିନ୍ନ ସମ୍ୟସ୍ୟା ଦେଖାଯାଇଥାଏ। ଘରେ ସବୁବେଳେ ଅଭାବ ଓ ଅନଟନ ଲାଗି ରହିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀରେ ଶନି ଏବଂ ପାଦ ମଧ୍ୟରେ ସମ୍ପର୍କ ରହିଛି। ଏଥିପାଇଁ ବୟସ୍କ ଲୋକମାନେ ଶନିବାର ଦିନ ଜୋତା କିଣିବାକୁ ବାରଣ କରିଥାନ୍ତି। ଏହି ଦିନ ଜୋତା କିଣିଲେ ଶନିଙ୍କ କୋପ ପଡ଼ିଥାଏ। ଶନି ଦେବ କ୍ରୋଧିତ ହେବା ସହ ଘରେ ଦାରିଦ୍ରତା ଦେଖାଦେଇଥାଏ ।

Advertisment

ଜୋତା କିଣିବାର ଶୁଭ ଦିନ; ସେହିପରି ଜୋତା କିଣିବାର ଶୁଭଦିନ ରହିଛି। ଶୁକ୍ରବାର ଜୋତା କିଣିଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।

ଅବ୍ୟବହୃତ କିମ୍ବା ପୁରୁଣା ଜୋତା ଏବଂ ଚପଲ ଫିଙ୍ଗିବା ବିଷୟରେ ମଧ୍ୟ ଉଲ୍ଲେଖ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଆପଣ ନିଜ ଜୋତା, ଚପଲ ଫିଙ୍ଗିବାକୁ ଚାହୁଁଥିଲେ ଶନିବାର ତାହାକୁ କୌଣସି ଶନି ମନ୍ଦିର ବାହାରେ ରଖି ଦିଅନ୍ତୁ। ଏହି ପ୍ରତିକାର ଦ୍ୱାରା ଶନିଙ୍କ କୋପରୁ ରକ୍ଷା ପାଇପାରିବେ ।

Lifestyle