Advertisment

ସ୍ୱାଦରେ ପିତା କିନ୍ତୁ ଶରୀର ପାଇଁ ରାମବାଣ; ଲିମ୍ବ ପତ୍ରରେ ଲୁଚି ରହିଛି ଅନେକ ଔଷଧୀୟ ଗୁଣ

ପ୍ରତିଦିନ ଖାଲିପେଟରେ ଲିମ୍ବ ପତ୍ର ଖାଇବା ଦ୍ୱାରା ଆମ ଶରୀରର ବିଭିନ୍ନ ରୋଗ ଭଲ ହୋଇଯାଇଥାଏ ବୋଲି ବିଶେଷଜ୍ଞମାନେ ମଧ୍ୟ ମତ ଦେଇଛନ୍ତି।

Neem leaves

Neem leaves

Advertisment

ଲିମ୍ବପତ୍ରର ସ୍ୱାଦ ସହିଦ ଆମେ ସମସ୍ତେ ଜଡ଼ିତ। କିନ୍ତୁ ଆପଣ ଜାଣିଛନ୍ତି ଲିମ୍ବପତ୍ର ଖାଇବା ଦ୍ୱାରା ଆମ ଶରୀର ପାଇଁ କେତେ ଲାଭ ଦାୟକ ହୋଇଥାଏ। ଆୟୁର୍ବେଦ ଓ ପାରମ୍ପରିକ ଚିକିତ୍ସା ବ୍ୟତୀତ ଗବେଷଣାରେ ବୈଜ୍ଞାନିକମାନେ ଲିମ୍ବପତ୍ରର ଔଷଧୀୟ ଗୁଣ ବିଷୟରେ ଅନେକକଥା ଦର୍ଶାଇଛନ୍ତି। ପ୍ରତି ଦିନ ଖାଲିପେଟରେ ଲିମ୍ବ ପତ୍ର ଖାଇବା ଦ୍ୱାରା ଆମ ଶରୀରର ବିଭିନ୍ନ ରୋଗ ଭଲ ହୋଇଯାଇଥାଏ ବୋଲି ବିଶେଷଜ୍ଞମାନେ ମଧ୍ୟ ମତ ଦେଇଛନ୍ତି। ତାହାହେଲେ ଆସନ୍ତୁ ଜାଣିବା ଲିମ୍ବ ପତ୍ର ଖାଇବା ଦ୍ୱାରା ଆମ ଶରୀର ପାଇଁ କ’ଣ ଫାଇଦା ହୋଇଥାଏ ।

Advertisment

ବ୍ଲଡ ସୁଗାର କଣ୍ଟ୍ରୋଲ କରିଥାଏ

ଆଜିକାଲି ମଧୁମେହ ରୋଗୀଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଛି। ଏହି ରୋଗ ଭଲ ହେବା ପାଇଁ ରୋଗୀମାନେ ଡାକ୍ତରଙ୍କ ପରାମର୍ଶରେ ମେଡିସିନ୍ ଖାଉଛନ୍ତି। ଏହାସହ ଘରୋଇ ଉପଚାର ମଧ୍ୟ କରୁଛନ୍ତି। ମଧୁମେହ ରୋଗୀମାନେ ଯଦି ପ୍ରତିଦିନ ସକାଳେ ଖାଲି ପେଟରେ ଲିମ୍ବ ପତ୍ର ଖାଆନ୍ତି, ତାହାହେଲେ ସେମାନଙ୍କର ବ୍ଲଡ ସୁଗାର କଣ୍ଟ୍ରୋଲ ରହିଥାଏ। ଶରୀର ପାଇଁ ଲାଭଦାୟକ ହୋଇଥାଏ।

ରକ୍ତ ସଫା ରଖିଥାଏ

ଲିମ୍ବପତ୍ରର ଏପରି ଔଷଧୀୟ ଗୁଣ ରହିଛି, ଯାହା ଆମ ଶରୀରର ରକ୍ତକୁ ସଫା ରଖିଥାଏ। ପ୍ରତିଦିନ ସକାଳେ ଖାଲିପେଟରେ ଏହାକୁ ଖାଇଲେ ଆମ ରକ୍ତରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରି ଦେଇଥାଏ। ଆମ ଶରୀରକୁ ବିଭିନ୍ନ ରୋଗଦାଉରୁ ରକ୍ଷା କରିଥାଏ।

Advertisment

ପାଚନ ସମସ୍ୟାକୁ ଠିକ୍ କରିଥାଏ

ପାଚନ ସମସ୍ୟାକୁ ଠିକ୍‌ କରିଥାଏ ଲିମ୍ବପତ୍ର। ପ୍ରତିଦିନ ସକାଳେ ଲିମ୍ବକୁ ପତ୍ରକୁ ପାଣିରେ ସିଜାଇ ତାର ପାଣିକୁ ପିଇଲେ ପେଟରେ ଅମ୍ଲ ହୋଇ ନଥାଏ। କେବେ ପେଟରେ ଯନ୍ତ୍ରଣା ମଧ୍ୟ ହୋଇନଥାଏ। ଏହା ଆମ ଶରୀରରେ ବିଷାକ୍ତ ପଦାର୍ଥକୁ ବାହାର କରି ପେଟସଫା କରିବାରେ ସାହାଯ୍ୟ କରିଥାଏ।

ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ

ନିମ୍ବ ପତ୍ରରେ ଭିଟାମିନ୍ ଓ ମିନେରାଲ୍ସ ରହିଥାଏ। ଏହା ଖାଇବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଯାହାଫଳରେ ଆମ ଶରୀରକୁ ରୋଗ ଦାଉରୁ ରକ୍ଷା କରିଥାଏ।

Lifestyle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe