Advertisment

ତ୍ୱଚାରେ ନଡ଼ିଆ ତେଲ ଲଗାଉଛନ୍ତି କି? ହୋଇପାରେ ସମସ୍ୟା

ଚେହେରା ଏବଂ କେଶ ପାଇଁ ନଡ଼ିଆ ତେଲ ଅତ୍ୟନ୍ତ ଲାଭଦାୟକ ବୋଲି ବିଶ୍ୱାସ।

ଅଦ୍ୟତନ ହୋଇଛି
Coconut Oil For Skin

Coconut Oil For Skin

Advertisment

ବର୍ଷ ବର୍ଷ ଧରି ନଡ଼ିଆ ତେଲର ଚାହିଦା ଢ଼େର ଅଧିକା ରହିଛି। ଚେହେରା ଏବଂ କେଶ ପାଇଁ ନଡ଼ିଆ ତେଲ ଅତ୍ୟନ୍ତ ଲାଭଦାୟକ ବୋଲି ବିଶ୍ୱାସ। ଲୋକମାନେ ନିଜ କେଶକୁ ବଜାୟ ରଖିବା ପାଇଁ ନଡ଼ିଆ ତେଲ ବ୍ୟବହାର କରନ୍ତି। ସେହିପରି କିଛି ଲୋକ ବିଶ୍ ବିଶ୍ୱାସ କରନ୍ତି ଯେ ନଡ଼ିଆ ତେଲ ଚର୍ମ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏଥିରେ ଥିବା ଫ୍ୟାଟି ଏସିଡ୍, ଭିଟାମିନ୍-ଇ, ଲିନୋଲିକ୍ ଏସିଡ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଚର୍ମ ପାଇଁ ସେରମ୍ ପରି କାମ କରେ। ଏହା ତ୍ୱାଚାକୁ ନରମ ରଖେ। କିନ୍ତୁ ଏହା ସଂପୂର୍ଣ୍ଣ ସତ୍ୟ ନୁହେଁ। ନଡ଼ିଆ ତେଲର ମଧ୍ୟ ଅନେକ ଗୁଡ଼ିଏ ଖରାପ ଗୁଣ ରହିଛି। ଏହି ତେଲଗୁ ତ୍ୱଚାରେ ଲଗାଇବା କ୍ଷତିକାରକ ହୋଇପାରେ।

Advertisment
  • ତ୍ୱଚାରେ ପ୍ରତିଦିନ ନଡ଼ିଆ ତେଲ ଲଗାଇବା ଦ୍ୱାରା ଆଲର୍ଜି ହୋଇପାରେ। ଯଦି ଆପଣ ମୁହଁରେ କଞ୍ଚା ନଡିଆ ତେଲ ଲଗାନ୍ତି, ତେବେ ଆପଣ ଆଲର୍ଜି ହେବାର ସମ୍ଭାବନା ଅଧିକ ରହିଛି। ଏହାଦ୍ୱାରା ଆପଣଙ୍କ ତ୍ୱଚାରେ ଘା’ ହୋଇପାରେ।
  • କୋଲାଜେନ୍ ଉତ୍ପାଦନ ବୃଦ୍ଧି କରି ତ୍ୱଚା କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ପରି ବାର୍ଦ୍ଧକ୍ୟର ଲକ୍ଷଣକୁ ରୋକିବା ପାଇଁ ନଡ଼ିଆ ତେଲ ଅତ୍ୟନ୍ତ ଲୋକପ୍ରିୟ। କିନ୍ତୁ ବାସ୍ତବରେ ଏହା କେବଳ ତ୍ୱଚାକୁ ଚିକ୍କଣ କରିଥାଏ। ନଡ଼ିଆ ତେଲ ଚର୍ମର ଗଭୀର ସ୍ତରରେ ପ୍ରବେଶ କରିପାରିବ ନାହିଁ ଏବଂ ଏହିପରି କୋଲାଜେନ୍ ଉତ୍ପାଦନ ବୃଦ୍ଧିରେ ଏହାର କୌଣସି ଭୂମିକା ନାହିଁ।
  • ମୁହଁରେ ନଡ଼ିଆ ତେଲ ଲଗାଇବା ଦ୍ୱାରା ବ୍ରଣ ସମସ୍ୟା ବଢ଼ି ଯାଇପାରେ। କାରଣ ଏହା ଆପଣଙ୍କ ଚେହେରାରେ ଅତିରିକ୍ତ ତେଲ ଜମା କରିଥାଏ। ନଡ଼ିଆ ତେଲ କମେଡୋଜେନିକ୍ ଅଟେ ଏବଂ ଏହା ଆପଣଙ୍କ ଓପନ୍‌ ପୋଟସ୍‌କୁ ବନ୍ଦ କରିଦିଏ। ଏହି କାରଣରୁ ବ୍ରଣ ସମସ୍ୟା ବଢ଼ିଯାଏ।
  • ନଡ଼ିଆ ତେଲ ନିଜର ମଇଶ୍ଚରାଇଜିଂ ଗୁଣ ପାଇଁ ମଧ୍ୟ ବେଶ୍‌ ଲୋକପ୍ରିୟ। କିନ୍ତୁ ଏହି ନଢ଼ିଆ ତେଲ ତ୍ୱଚାକୁ ମଶ୍ଚରାଇଜ କରିବା ବଦଳରେ ଡ୍ରାଏ କରିଥାଏ। ଏହା ଚର୍ମ ଉପରେ ଏକ ମୋଟା ଆସ୍ତରଣ ଜମା କରିଥାଏ। ଫଳରେ ତ୍ୱଚା ମଶ୍ଚରାଜ ହେବା ବଦଳରେ ଅତ୍ୟଧିକ ଡ୍ରାଏ ହୋଇଯାଏ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି।
Lifestyle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe