ଆହାର କେନ୍ଦ୍ର କହିଲେ ସାଧାରଣ ଲୋକେ ବୁଝନ୍ତି, ଯେଉଁଠି ପାଞ୍ଚ ଟଙ୍କିଆ ମିଲ୍ ମିଳେ ଆଉ ଗଣ୍ଡେ ଖାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେବାକୁ ପଡ଼େ। କିନ୍ତୁ ଏ ଦୃଶ୍ୟ ଦେଖି କିଏ କହିବ, ଇଏ ହେଉଛି ଗୋଟିଏ ଆହାର କେନ୍ଦ୍ର। କଟକ ସହରର ନେତାଜୀ ବସ ଟର୍ମିନାଲ ପରିସରରେ ନିର୍ମାଣ ହୋଇଥିବା ଆହାର କେନ୍ଦ୍ରର ଦୃଶ୍ୟ ଦେଖିଲେ, ଆପଣ ବି ଧୋକା ଖାଇଯିବେ ।