Advertisment

ଘରେ ତିଆରି କରନ୍ତୁ କଞ୍ଚା ଲଙ୍କା ମଟନ୍‌

କଞ୍ଚା ଲଙ୍କା ମଟନ୍‌କୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।

kancha-lanka-mutton

kancha-lanka-mutton

Advertisment

ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ପିଆଜ ବଟା,ଅଦା ରସୁଣ ବଟା, କଞ୍ଚା ଲଙ୍କା, ଗରମ ମସଲା, କଟା ଧନିଆ ପତ୍ର, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋରିଷ ତେଲ ଓ ଲୁଣ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଞ୍ଚା ଲଙ୍କାରୁ ମଞ୍ଜି ବାହାର କରି ଛେଚି ରଖନ୍ତୁ। ତା'ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ପିଆଜ ଓ ଅଦା ରସୁଣ ବଟା ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଲଙ୍କା ଗୁଣ୍ଡ, ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ଗୁଣ୍ଡ ପକାଇ ମସଲାକୁ ଅଳ୍ପ ସମୟ ପାଇଁ କଷନ୍ତୁ। ମସଲା କଷି ହେବା ପରେ ସେଥିରେ ଛେଚା କଞ୍ଚା ଲଙ୍କାକୁ ପକାଇ ପୁଣି କଷନ୍ତୁ। ମସଲା କଷି ହେବାପରେ ମଟନକୁ ପକାଇ ଦିଅନ୍ତୁ । ଏହାପରେ ମାଂସକୁ ଭଲ ଭାବେ କଷନ୍ତୁ।

ମାଂସ କଷି ହେବା ପରେ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ଏହାପରେ ମାଂସ ସିଝିବା ପାଇଁ ୩୦ ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଏହାପରେ ଘୋଡଣୀ ବାହାର କରି କଟା ଧନିଆ ପତ୍ର ଓ ଗରମ ମସଲା ପକାଇ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ' କଞ୍ଚା ଲଙ୍କା ମଟନ୍‌। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ। 

Advertisment
Kancha Lankamutton
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe