Advertisment

ଦୋଳ ପୂର୍ଣ୍ଣିମାରେ ଘରେ ତିଆରି କରନ୍ତୁ କ୍ଷୀର ପେଡ଼ା

ଆଜି ଦୋଳ ପୂର୍ଣ୍ଣିମାରେ ଠାକୁରଙ୍କ ପାଖରେ ଏହାକୁ ଭୋଗ ଲଗାନ୍ତୁ।

ଅଦ୍ୟତନ ହୋଇଛି
Peda

Peda

Advertisment

ଆବଶ୍ୟକ ସାମଗ୍ରୀ: କ୍ଷୀର, ମିଲ୍କ ପାଉଡର, ଇଲାଇଚି, ପିସ୍ତାବାଦାମ୍‌ ଓ ଚିନି

ପ୍ରସ୍ତୁତି ପ୍ରଣାଳୀ: ପେଡ଼ା ତିଆରି କରିବା ପାଇଁ ପ୍ରଥମେ ଖୁଆ ପସ୍ତୁତ କରନ୍ତୁ। ଖୁଆ ପ୍ରସ୍ତୁତ କରିବା ପାଇଁ ପ୍ରଥମ ଗ୍ୟାସରେ କଡ଼େଇ ବସାଇ ଗରମ କରନ୍ତୁ। କଡ଼େଇ ଗରମ ହେବାପରେ ସେଥିରେ ଅଳ୍ପ ଗୁଆ ଘିଅ ପକାନ୍ତୁ। ଘିଅ ଗରମ ହୋଇଯିବା ପରେ ସେଥିରେ କ୍ଷୀର ପକାନ୍ତୁ। ପରେ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହା ପରେ ଅଳ୍ପ ଆଞ୍ଚରେ କ୍ଷୀରକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ।

Advertisment

କ୍ଷୀର ଫୁଟି ବହଳ ହୋଇଗଲେ ସେଥିରେ ଚିନି, ଇଲାଇଚି ପାଉଡର ପକାଇ ତାକୁ ଗୋଳାଇ ଦିଅନ୍ତୁ। ଏହା ପରେ ସେଥିରେ ମିଲ୍କ ପାଉଡର ପକାଇ ଭଲ କି ଗୋଳାଇ ଦିଅନ୍ତୁ। ଭଲ କି ଗୋଳାଇବେ, ନହେଲେ ମିଲ୍କ ପାଉଡର ବିଣ୍ଡା ହୋଇଯାଇପାରେ। କ୍ଷୀରରେ ମିଲ୍କ ପାଉଡର ଭଲ ଭାବେ ମିଶି ବହଳିଆ ହୋଇଯିବା ପରେ ଖୁଆ ପ୍ରସ୍ତୁତ ହୋଇଗଲା। ତା’ପରେ ତାକୁ ଗ୍ୟାସରୁ ଓହ୍ଲାଇ ଦେଇ ଥଣ୍ଡା ହେବାକୁ ଫ୍ରିଜରେ କିଛି ସମୟ ପାଇଁ ରଖି ଦିଅନ୍ତୁ।

ଏହା ପରେ ପାପୁଲିରେ ଘିଅ ଲଗାଇ ସେହି ଖୁଆକୁ ଆଣି ଗୋଲ ଗୋଲ କରି ଦିଅନ୍ତୁ। ତା’ପରେ ନିଜ ଇଛା ମୁତାବକ ଆପଣ ଏହାକୁ ଯେକୌଣସି ଆକାର ଦେଇ ପାରିବେ। ଏହା ଉପରେ ଆପଣ ପିସ୍ତା ବାଦାମ୍‌ କିମ୍ବା ନିଜ ପସନ୍ଦ ମୁତାବକ ଯେକୌଣସି ଡ୍ରାଇ ଫ୍ରୁଟ୍ ରଖିପାରିବେ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ କ୍ଷୀର ପେଡ଼ା।

Advertisment

ଆଜି ଦୋଳ ପୂର୍ଣ୍ଣିମାରେ ଠାକୁରଙ୍କ ପାଖରେ ଏହାକୁ ଭୋଗ ଲଗାନ୍ତୁ।

Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe