Advertisment

ସିଙ୍ଗାପୁର ପରେ ହଂକଂରେ ବ୍ୟାନ୍ ହେଲା ଭାରତୀୟ ମସଲା MDH ଓ Everest

ଏହି ଦୁଇ ଭାରତୀୟ ମସଲା ମିଶ୍ରଣରେ କର୍ସିନୋଜେନିକ୍ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ଅଭିଯୋଗ ଆଣିଛନ୍ତି ସିଙ୍ଗାପୁର ଏବଂ ହଂକଂ ଖାଦ୍ୟ ନିରାପତ୍ତା ସଂସ୍ଥା।

ଅଦ୍ୟତନ ହୋଇଛି
MDH & Everest

MDH & Everest

Advertisment

ସିଙ୍ଗାପୁର ପରେ ହଂକଂ ବ୍ୟାନ୍ କଲା ଲୋକପ୍ରିୟ ଭାରତୀୟ ମସଲା ବ୍ରାଣ୍ଡ MDH ଏବଂ Everest । ଏହି ଦୁଇ ଭାରତୀୟ ମସଲା ମିଶ୍ରଣରେ କର୍ସିନୋଜେନିକ୍ କୀଟନାଶକ ଏଥିଲିନ ଅକ୍ସାଇଡର ଥିବା ଦର୍ଶାଇ ପ୍ରଥମେ ସିଙ୍ଗାପୁର ଏହାକୁ ବ୍ୟାନ୍ କରିଥିଲା। ପରବର୍ତ୍ତୀ ସମୟରେ ହଂକଂ ସରକାର MDH ଏବଂ Everest ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। 

Advertisment

ହଂକଂ ସରକାରଙ୍କ ଖାଦ୍ୟ ନିରାପତ୍ତା କେନ୍ଦ୍ର(CFS) କହିଛି ଯେ, MDH ଗ୍ରୁପ୍ - ମାଡ୍ରାସ କରୀ ପାଉଡର, ସମ୍ୱର ମସାଲା ପାଉଡର ଏବଂ କରୀ ପାଉଡରରୁ ଏଥିଲିନ ଅକ୍ସାଇଡ ମିଶିଥିବା ଜଣାପଡିଛି। 

CFS ଏକ ବିବୃତ୍ତିରେ କହିଛି ଯେ, "ସଂସ୍ଥା ଏହାର ନିୟମିତ ଖାଦ୍ୟ ନୀରିକ୍ଷଣ କାର୍ଯ୍ୟକ୍ରମ ଅଧୀନରେ ବଜାରରେ ଉପଲବ୍ଧ ତିନୋଟି ମସଲା ପ୍ରଡକ୍ଟ ନମୁନା ସଂଗ୍ରହ କରି ପରୀକ୍ଷା ନୀରିକ୍ଷା କରିଥିଲା। ପରୀକ୍ଷା ଫଳାଫଳରୁ ଜଣାପଡିଛି ଯେ, ଏହି ନମୁନାରେ କୀଟନାଶକ, ଏଥିଲିନ୍ ଅକ୍ସାଇଡ୍ ରହିଛି। ଏନେଇ ସଂସ୍ଥା ପକ୍ଷରୁ ସମ୍ପୃକ୍ତ ବିକ୍ରେତାଙ୍କୁ ସୂଚାଇ ଦିଆଯାଇଛି।"

Advertisment

ଏସବୁ ମସଲା ପ୍ରଡକ୍ଟର ବିକ୍ରୟ ବନ୍ଦ ଏବଂ ବଜାରରୁ ହଟାଇ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା CFS କହିଛି। ସଂସ୍ଥା ଆହୁରି କହିଛି ଯେ, ଏଭରେଷ୍ଟ ଗ୍ରୁପ୍‌ର ଫିସ୍ କରୀ ମସାଲାରେ ମଧ୍ୟ କୀଟନାଶକ ଏଥିଲିନ ଥିବା ଜଣାପଡିଛି। ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନସର ଏଥିଲିନ ଅକ୍ସାଇଡକୁ ଗ୍ରୁପ୍-୧ କାର୍ସିନୋଜେନ ଭାବେ ବର୍ଗୀକୃତ କରିଛି, ଯାହା ସ୍ତନ କର୍କଟ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ।

ଏସବୁ କାରଣ ଦର୍ଶାଇ ସିଙ୍ଗାପୁର ପରେ ଏବେ ହଂକଂ ଭାରତର ଏହି ଦୁଇ ମସଲା ପ୍ରଡକ୍ଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ ଭାରତ ସରକାର ଏପରି କୌଣସି ପଦକ୍ଷେପ ନେଇନାହାନ୍ତି। 

Hong Kong Ban Indian Masala Everest MDH
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe