Advertisment

ଓଜନ ପରିଚାଳନାଠୁ ହୃଦୟ ସ୍ୱାସ୍ଥ୍ୟ ବଜାୟ ରଖେ ପଇଡ ପାଣି

ପଇଡ ପାଣି ପିଇବା ଦ୍ୱାରା କେବଳ ଯେ ଜଳୀୟଅଂଶ ଅଭାବ ଦୂର ହୋଇଥାଏ ତାହା ନୁହେଁ, ଏଥିରେ ଆହୁରି ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି...

ଅଦ୍ୟତନ ହୋଇଛି
Raw Coconut Water

Raw Coconut Water

Advertisment

ଗ୍ରୀଷ୍ଣଦିନରେ ପଇଡ ପାଣିର ଚାହିଦା ଅନେକ। ଏଥିରେ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଖରାଦିନେ ପଇଡ ପିଇବା ଦ୍ୱାରା ଜଳୀୟଅଂଶ ଅଭାବ ଦୂର ହୋଇଥାଏ ଏହା ପ୍ରାୟ ସମସ୍ତଙ୍କୁ ଜଣା। ହେଲେ ଏଥିରେ ଆଉ କି କି ଉପକାରୀ ଗୁଣ ଅଛି ଜାଣନ୍ତି କି? ଜାଣିଲେ ଆଶ୍ଚର୍ଯ୍ୟ ହେବେ ହଜମ ପ୍ରକ୍ରିୟାଠୁ ହୃଦୟ ସ୍ୱାସ୍ଥ୍ୟ ବଜାୟ ରଖିବାରେ ବି ସହାୟକ ହୋଇପାରେ ପଇଡ ପାଣି। ନିମ୍ନରେ ପଇଡ ପାଣିର ଅନ୍ୟ କେତେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ବାବଦରେ ବର୍ଣ୍ଣନା କରାଯାଇଛି...

Advertisment

ପୁଷ୍ଟିକର ଗୁଣରେ ଭରା ପଇଡ ପାଣି
ଏଥିରେ ଅତ୍ୟାବଶ୍ୟକ ଭିଟାମିନ୍, ମିନେରାଲ୍ସ ଏବଂ ଆମିନୋ ଏସିଡ୍ ଭରପୂର ଥାଏ। ଏହା ବ୍ୟତୀତ ପ୍ରଚୁର ପରିମାଣର ପୋଟାସିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଏବଂ ସୋଡିୟମ୍ ଥାଏ, ଯାହା ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ବଜାୟ ରଖିବା, ରକ୍ତଚାପ ନିୟନ୍ତ୍ରଣ କରିବା ଏବଂ ମାଂସପେଶୀ କାର୍ଯ୍ୟକୁ ସମର୍ଥନ କରିବାରେ ସହାୟକ ହୋଇଥାଏ।

ହଜମରେ ସହାୟକ ହୁଏ ପଇଡ ପାଣି
ପଇଡ ପାଣିରେ ଥିବା ଏନଜାଇମ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ଏବଂ ପେଟର ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିଥାଏ। ହାଇଡ୍ରେଟିଂ ଏବଂ ଡିଟକ୍ସିଫାଇଙ୍ଗ୍ ଗୁଣ ଯୋଗୁଁ ପେଟ ଫୁଲା ଏବଂ କୋଷ୍ଠକାଠିନ୍ୟ ଲକ୍ଷଣକୁ ହ୍ରାସ କରିପାରେ ପଇଡ ପାଣି।

Advertisment

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ
ପଇଡ ପାଣିରେ ଥିବା ସାଇଟୋକିନିନ୍, ପ୍ଲାଣ୍ଟ ହରମୋନ ଆଣ୍ଟି-ଏଜିଂ, କର୍କଟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ପଇଡ ପାଣି ମଧ୍ୟ ସଂକ୍ରମଣରୁ ରକ୍ଷା କରିଥାଏ। 

ହୃଦୟ ସ୍ୱାସ୍ଥ୍ୟ
ଅଧ୍ୟୟନରୁ ଜଣାପଡିଛି ଯେ, ପଇଡ ପାଣିରେ ଥିବା ପୋଟାସିୟମ୍ ରକ୍ତଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ହୃଦଘାତର ଆଶଙ୍କାକୁ କମ୍ କରିଥାଏ। ଏହାର ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ଏବଂ କମ୍ ସୋଡିୟମ ହୃଦୟ ପାଇଁ ଲାଭଦାୟକ।

ଓଜନ ପରିଚାଳନା
ମିଠା ସ୍ୱାଦ ସତ୍ତ୍ୱେ ଅନ୍ୟାନ୍ୟ ପାନୀୟ ତୁଳନାରେ ପଇଡ ପାଣିରେ କ୍ୟାଲୋରୀ ଏବଂ ଶର୍କରା ପରିମାଣ ଖୁବ୍ କମ୍। ଅନ୍ୟ ପାନୀୟ ଅପେକ୍ଷା ପଇଡ ପାଣି ପିଇଲେ ଶରୀରରେ ଶର୍କରା ବୃଦ୍ଧି ହୋଇନଥାଏ।

ଚର୍ମ ପାଇଁ ବି ଉପକାରୀ ପଇଡ ପାଣି
ପଇଡ ପାଣି କେବଳ ଆଭ୍ୟନ୍ତରୀଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, ତାହା ନୁହେଁ; ଏହା ତ୍ୱଚା ପାଇଁ ବି ବେଶ୍ ଉପକାରୀ। ଏହାର ହାଇଡ୍ରେଟିଂ ଗୁଣଗୁଡିକ ଶୁଷ୍କ, ଚର୍ମକୁ ମଶ୍ଚରାଇଜ୍ ଏବଂ ସତେଜ କରିବାରେ ସାହାଯ୍ୟ କରିଥାଏ। ଏଥିସହ ଚର୍ମ ଜ୍ୱଳନକୁ ମଧ୍ୟ ଦୂର କରି ତ୍ୱଚାରେ ଚମକ ଭରିଥାଏ ପଇଡ ପାଣି।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

Health Tips Raw Coconut Water Coconut Water Benefits
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe