Advertisment

ବଟର ଚିକେନ୍ ଏବଂ ଡାଲ୍ ମଖନୀ କାହା ଉଦ୍ଭାବନ ? ହାଇକୋର୍ଟରେ ପହଞ୍ଚିଲା ମାମଲା

ମୋତି ମହଲ ଏବଂ ଦରିଆଗଞ୍ଜ ରେସ୍ତୋରାଁ "ବଟର ଚିକେନ୍ ଏବଂ ଡାଲ୍ ମଖନୀ ଉଦ୍ଭାବକ" ଦାବି କରି ହାଇକୋର୍ଟରେ ପହଞ୍ଚିଛନ୍ତି।

Butter Chicken

Butter Chicken

Advertisment

ଆଇକନିକ୍ ଭାରତୀୟ ଫୁଡ୍, ବଟର ଚିକେନ୍ ଏବଂ ଡାଲ୍ ମଖନୀ ଉଦ୍ଭାବନକୁ ନେଇ ଉପୁଜିଛି ବିବାଦ। ଏହି ଫେମସ୍ ଫୁଡର ଉଦ୍ଭାବକ ମୁକୁଟ ପିନ୍ଧିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ଦୁଇ ରେସ୍ତୋରାଁ ମାଲିକ। ମୋତି ମହଲ ଏବଂ ଦରିଆଗଞ୍ଜ ରେସ୍ତୋରାଁ "ବଟର ଚିକେନ୍ ଏବଂ ଡାଲ୍ ମଖନୀ ଉଦ୍ଭାବକ" ଦାବି କରି ହାଇକୋର୍ଟରେ ପହଞ୍ଚିଛନ୍ତି।

Advertisment

ମୋତି ମହଲ ମାଲିକ ଦରିଆଗଞ୍ଜ ରେସ୍ତୋରାଁର ମାଲିକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ ଗ୍ରାହକମାନଙ୍କୁ ଭ୍ରମିତ କରୁଥିବା କହିଛନ୍ତି। ଦରିଆଗଞ୍ଜ ପୂର୍ବରୁ ମୋତି ମହଲ ସହ ଥିଲା, ଏହି ଦୁଇ ପ୍ରତିଷ୍ଠାନ ମଧ୍ୟରେ ଲିଙ୍କ୍ ଥିବା କହି ଲୋକଙ୍କୁ ଭ୍ରମିତ କରୁଥିବା ମୋତି ମହଲ ମାଲିକ ଅଭିଯୋଗ କରିଛନ୍ତି। 

ଏହି ଦୁଇ ରେସ୍ତୋରାଁ ଦୀର୍ଘ ଦିନ ଧରି ଦାବି କରି ଆସୁଛନ୍ତି ଯେ, ବଟର ଚିକେନ୍ ଏବଂ ଡାଲ୍ ମଖନି ସେମାନେ ଉଦ୍ଭାବନ କରିଛନ୍ତି। ଦରିଆଗଞ୍ଜ କହୁଛି, ମୋତି ମହଲ ପୂର୍ବରୁ ଆମ ସହ ଜଡିତ ଥିଲା, ଆମେ ବଟର ଚିକେନ୍ ଏବଂ ଡାଲ୍ ମଖନି ଉଦ୍ଭାବନ କରିଛୁ। ସେପଟେ ମୋତି ମହଲ କହୁଛି "ବଟର ଚିକେନ୍ ଏବଂ ଡାଲ୍ ମଖନୀ" ଉଦ୍ଭାବନ ଆମର।

Advertisment

ମୋତି ମହଲ କହିଛି ଯେ, ତାଙ୍କ ପ୍ରତିଷ୍ଠାନର କୁଣ୍ଡଲ ଲାଲ ଗୁଜରାଲ ଏହାକୁ ଉଦ୍ଭାବନ କରିଥିଲେ। ଏକଦା, ତନ୍ଦୁରି ଚିକେନ୍ ବିକ୍ରି ନହୋଇ ରହିଯିବାରୁ ସେ ଏହାକୁ ରିହାଇଡ୍ରେଟ୍ କରିବା ପାଇଁ ଏକ ସସ୍ ଆଣିଥିଲେ। ଏଥିରୁ ବଟର୍ ଚିକେନର ଜନ୍ମ ହୋଇଥିଲା। 

ଅନ୍ୟପକ୍ଷରେ, ଦରିଆଗଞ୍ଜ ପକ୍ଷରୁ ଯୁକ୍ତି ବାଢୁଥିବା ଓକିଲ କହିଛନ୍ତି, ଏହି ଦୁଇ ରେସ୍ତୋରାଁ ପୂର୍ବରୁ ମିଶ୍ରିତ ହୋଇ କାମ କରୁଥିଲେ। ଗୁଜରାଲର ମୋତି ମହଲ ଏବଂ ଦରିଆଗଞ୍ଜର ଜାଗ୍ଗି ପାକିସ୍ତାନର ପେଶୱାରରେ ମିଳିତ ଉଦ୍ୟମ। ଏହି ଦୁଇ ରେସ୍ତୋରାଁ ମଧ୍ୟରେ ଲିଙ୍କ୍ ଥିଲା ବୋଲି ସେ କହିଛନ୍ତି।

ଜଷ୍ଟିସ ସଞ୍ଜୀବ ନରଲା ମାମଲାର ଶୁଣାଣି କରି ଦୁଇ ରେସ୍ତୋରାଁ ମାଲିକମାନଙ୍କୁ ଏକ ମାସ ମଧ୍ୟରେ ଲିଖିତ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 29 ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ସେ ପର୍ଯ୍ୟନ୍ତ "ବଟର ଚିକେନ୍ ଏବଂ ଡାଲ୍ ମଖନୀ" କାହାର ତାକୁ ନେଇ ଚାଲିବ ବିତର୍କ। 

Delhi High Court Butter Chicken Butter Chicken Inventors
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe