Advertisment

ରୁଟି କିମ୍ବା ନାନ୍ ସହ ଖାଆନ୍ତୁ ମଲାଇ ପନିର ମସଲା

ଘରେ ତିଆରି କରନ୍ତୁ ମଲାଇ ପନିର ମସଲା।

malai paneer

malai paneer

Advertisment

ଆବଶ୍ୟକ ସାମଗ୍ରୀ: ପନିର, କଟା ପିଆଜ, ଟମାଟୋ ପ୍ୟୁରି, କାଜୁ ବଟା, ଅଦା ରସୁଣ ବଟା, କସ୍ତୁରୀ ମେଥି, ଗରମ ମସଲା, ଫ୍ରେଶ୍‌ କ୍ରିମ୍‌, ଗୋଲମରିଚ ଗୁଣ୍ଡ, ଲୁଣ, ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ବଜାରରୁ କିଛି ପନିର ଆଣି ତାକୁ ଛୋଟ ଛୋଟ ପିସ୍‌ କରି କାଟି ଦିଅନ୍ତୁ। ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପନିରକୁ ପକାଇ ଛାଣନ୍ତୁ। ପନିର ଛାଣି ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ତା’ପରେ ମଲାଇ ପନିର ମସଲା ପାଇଁ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ କଟା ପିଆଜକୁ ନାଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପିଆଜ ନାଲି ହୋଇଯିବା ପରେ ସେଥିରେ ଅଦା ରସୁଣ ପେଷ୍ଟ,ହଳଦି ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ମସଲାକୁ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ଟମାଟୋ ପ୍ୟୁରି ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ କାଜୁ ବଟାକୁ ପକାଇ ଅଳ୍ପ ପାଣି ଦେଇ କିଛି ସମୟ କଷନ୍ତୁ। ତା’ପରେ ଭାଜି ରଖିଥିବା ପନିରକୁ ସେଥିରେ ପକାଇ ଦିଅନ୍ତୁ।

Advertisment

ଏହାପରେ ସ୍ୱାଦନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ ଓ ଅଳ୍ପ କସ୍ତୁରୀ ମେଥି ପକାଇ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଫୁଟିବାକୁ ଛାଡ଼ି ଦିଅନ୍ତୁ । ପରେ ସେଥିରେ ଫ୍ରେଶ୍‌ କ୍ରିମ୍‌ ଓ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ। କିଛି ସମୟ ପରେ କରେଇକୁ ଗ୍ୟାସ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମଲାଇ ପନିର ମସଲା। ଏହାକୁ ଆପଣ ଭାତ ଓ ନାନ ସହ ଖାଇପାରିବେ। 

Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe