Advertisment

ଘରେ ବନାନ୍ତୁ ସୁଆଦିଆ ‘ମସ୍‌ରୁମ୍ ପରଟା’

ଏହି ରେସିପିଟିକୁ ଚଟଣି, ସସ୍‌ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ।

ଅଦ୍ୟତନ ହୋଇଛି
Mussurum partha

Mussurum partha

Advertisment

ଆବଶ୍ୟକ ସାମଗ୍ରୀ: ଛତୁ, ଅଟା,ମଇଦା, ଲୁଣ,ଜୁଆଣି,ଘିଅ,ଗୋଲମରିଚ ଗୁଣ୍ଡ,କଟା ପିଆଜ,କଟା କଞ୍ଚା ଲଙ୍କା,କଟା ଅଦା,ଲଙ୍କା ଗୁଣ୍ଡ,ଚାଟ୍‌ ମସଲା,ଆମଚୁର ପାଉଡର,କଟା ଧନିଆ ପତ୍ର,ତେଲ ଓ ସ୍ୱାଦନୁସାରେ ଲୁଣ ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଟା, ଲୁଣ, ମଇଦା, ଜୁଆଣି ଓ ଘିଅ ନେଇ ଭଲ ଭାବେ ଗୋଳାନ୍ତୁ। ଏହା ପରେ ଅଳ୍ପ ଅଳ୍ପ ପାଣି ଦେଇ ଅଟାକୁ ଚକଟି ଦିଅନ୍ତୁ। ଅଟା ଚକଟି ସାରିବା ପରେ ନରମ ହେବା ପାଇଁ ଏହାକୁ ଏକ କପଡ଼ାରେ କିଛି ସମୟ ଏକ ପାତ୍ରରେ ରଖି ଦିଅନ୍ତୁ। ଏହାପରେ ଚୁଲିରେ କଡେଇ ବସାଇ ତେଲ ପକାନ୍ତୁ । ତେଲ ଗରମ ହୋଇଗଲା ପରେ କଟା ଛତୁକୁ ପକାଇ ଅଳ୍ପ ଲୁଣ ଦେଇ ଓ ଗୋଲମରିଚ ଗୁଣ୍ଡ ଦେଇ କିଛି ସମୟ ଭାଜନ୍ତୁ। ଏହାପରେ ଏଥିରେ କଟା କଞ୍ଚା ଲଙ୍କା, କଟା ପିଆଜ, କଟା ଅଦା, ଲଙ୍କା ଗୁଣ୍ଡ, ଚାଟ୍‌ ମସଲା, ଆମଚୁର ପାଉଡର ଓ କଟା ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାନ୍ତୁ। ଏହାପରେ ମିଶ୍ରଣକୁ ଭଲ ଭାବେ ଭାଜନ୍ତୁ ।

ମସଲା ପ୍ରସ୍ତୁତ ହୋଇଯିବା ପରେ ଏହାକୁ କାଢ଼ି ଥଣ୍ଡା କରି ଏକ ପାତ୍ରରେ ରଖନ୍ତୁ। ଏହାପରେ ଆଗରୁ ଚକଟା ହୋଇଥିବା ଅଟାକୁ ଗୁଳା କରନ୍ତୁ ଓ ଏହାକୁ ଅଳ୍ପ ବେଲି ଏହା ମଝିରେ ଛତୁ ପୁର ଦେଇ ପୁଣି ବନ୍ଦ କରିଦିଅନ୍ତୁ । ଏହା ପରେ ସେହି ଗୁଳା ଗୁଡିକୁ ରୁଟି ବା ପରଟା ପରି ବେଲନ୍ତୁ। ଏହାପରେ ଚୁଲିରେ ତାୱା ବସାଇ ପରଟାକୁ ସେକନ୍ତୁ। ପରଟାର ଦୁଇ ପଟ ଭଲ ଭାବେ ସେକି ହୋଇଗଲା ପରେ ତେଲ ପକାଇ ଏପଟ ସେପଟ କରନ୍ତୁ। ପରଟା ଗୁଡିକ ଏକ ପାତ୍ରକୁ କାଢି ଦଅନ୍ତୁ ।

Advertisment

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ମସ୍‌ରୁମ୍ ପରଟା’। ଏହି ରେସିପିଟିକୁ ଚଟଣି, ସସ୍‌ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ। ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe