Advertisment

ସାବଧାନ! ଏହି ସବୁ ଖାଦ୍ୟକୁ ଫ୍ରିଜରେ ରଖନ୍ତୁ ନାହିଁ, ନଚେତ୍...

ଏପରି ଅନେକ ଖାଦ୍ୟ ଅଛି, ଯାହାକୁ ଆଦୌ ଫ୍ରିଜରେ ରଖିବା ଉଚିତ୍ ନୁହେଁ।

author-image
Debibandita Barick
Fridge With Foods

Fridge With Foods

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀରେ ଫ୍ରିଜର ବ୍ୟବହାର ବହୁଳ ହେଉଛି। ଖାଦ୍ୟ କିମ୍ବା ପରିବାକୁ ବେଶି ଦିନ ସତେଜ ରଖିବା ପାଇଁ ଫ୍ରିଜରେ ରଖୁଛନ୍ତି। ହେଲେ ଏପରି ଅନେକ ଖାଦ୍ୟ ଅଛି, ଯାହାକୁ ଆଦୌ ଫ୍ରିଜରେ ରଖିବା ଉଚିତ୍ ନୁହେଁ। କାରଣ ସେହି ସବୁ ଖାଦ୍ୟକୁ ଫ୍ରିଜ୍‌ରେ ରଖି ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ସେସବୁ ଖାଦ୍ୟ କଣ, ଜାଣନ୍ତୁ...

Advertisment

କଫି: କଫିକୁ ଥଣ୍ଡା, ଶୁଷ୍କ ଏବଂ ଅନ୍ଧକାର ସ୍ଥାନରେ ରଖିବା ଭଲ, କିନ୍ତୁ ଏହାକୁ ଫ୍ରିଜ୍‌ରେ ରଖିବା ଉଚିତ ନୁହେଁ। ଫ୍ରିଜରେ ରଖିବା ପରିବର୍ତ୍ତେ କଫିକୁ ଏୟାରଟାଇଟ୍‌ ବକ୍ସରେ ରଖିପାରିବେ। ଏୟାରଟାଇଟ୍‌ ବକ୍ସରେ ରଖିବା ଦ୍ୱାରା କଫିର ସ୍ୱାଦ ଏବଂ ସତେଜତା ଅକ୍ଷୁର୍ଣ୍ଣ ରହିଥାଏ। କଫିକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ମଧ୍ୟ ଏହା ମୁଣ୍ଡା ମୁଣ୍ଡା ହୋଇଯାଏ।

ଟମାଟୋ: ପ୍ରାୟ ସମସ୍ତେ ଟମାଟୋକୁ ସତେଜ ରଖିବା ଲାଗି ଫ୍ରିଜ୍‌ରେ ରଖିଥାନ୍ତି। ମାତ୍ର ଫ୍ରିଜ୍‌ରେ ଟମାଟୋ ରଖିବା ଦ୍ୱାରା ଏହାର ସ୍ୱାଦ ଏବଂ ଫ୍ଲେଭର ନଷ୍ଟ ହୋଇଯାଏ। ଏଥିସହ ଟମାଟୋ ପାଚିବା ପ୍ରଣାଳୀ ବାଧାପ୍ରାପ୍ତ ହୁଏ। ଅର୍ଥାତ୍ କଞ୍ଚା ବା ସାମାନ୍ୟ ଟାଣ ଟମାଟୋକୁ ଫ୍ରିଜରେ ରଖିଲେ ଏହା ପାଚି ନଥାଏ। ତେଣୁ ଟମାଟୋକୁ ଫ୍ରିଜ୍‌ରେ ନ ରଖି ବାହାରେ ରଖନ୍ତୁ।

Advertisment

ଆଳୁ: ଫ୍ରିଜରେ ରଖାଯାଇଥିବା ଆଳୁ ଖାଇବା ମଧୁମେହ ରୋଗୀଙ୍କ ପାଇଁ ସାଂଘାତିକ ହୋଇପାରେ। ଅତ୍ୟଧିକ ଥଣ୍ଡାରେ ରହିବା ଦ୍ୱାରା ଆଳୁରେ ଥିବା ଷ୍ଟାର୍ଚ ଚିନିରେ ପରିଣତ ହୁଏ। ଆଳୁକୁ ଫ୍ରିଜରେ ରଖିବା ପରିବର୍ତ୍ତେ ଏକ କାଗଜରେ ଗୁଡାଇ ଖୋଲା ସ୍ଥାନରେ ରଖନ୍ତୁ।

ମହୁ: ଔଷଧୀୟ ଗୁଣରେ ଭରପୂର ମହୁକୁ ଅନେକ ଖାଦ୍ୟରେ ବ୍ୟବହାର କରାଯାଏ। ତଥାପି, ବହୁତ କମ୍ ଲୋକ ପ୍ରତିଦିନ ମହୁ ବ୍ୟବହାର କରନ୍ତି। କିଛି ଲୋକ ନଷ୍ଟ ହେବା ଭୟରେ ଫ୍ରିଜରେ ମହୁକୁ ରଖିବା ଠିକ୍‌ ବୋଲି ଭାବନ୍ତି। କିନ୍ତୁ ଏହା କରିବା ଉଚିତ ନୁହେଁ, କାରଣ ଫ୍ରିଜରେ ରଖିବା ଦ୍ୱାରା ମହୁରେ ସ୍ଫଟିକ ସୃଷ୍ଟି ହେବା ଆରମ୍ଭ କରେ। ଫଳରେ ଏହାର ସ୍ୱାଦ ନଷ୍ଟ ହୋଇଯାଏ। ଏଭଳି ମହୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ।

ଅଣ୍ଡା: ଗବେଷଣାରୁ ଜଣାପଡ଼ିଛି ଯେ ଅଣ୍ଡାକୁ ଫ୍ରିଜ୍‌ରେ ରଖିଲେ ଏହାର ପ୍ରାକୃତିକ ସ୍ୱାଦ ଏବଂ ଫ୍ଲେଭର ବଦଳିଯାଏ। ତେଣୁ ଅଣ୍ଡାକୁ ବାହାରେ ରଖିବା ଭଲ।

କଦଳୀ: କଦଳୀକୁ ଫ୍ରିଜରେ ରଖି ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ। କାରଣ କଦଳୀକୁ ଫ୍ରିଜରେ ରଖିଲେ ଏହାର ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ।

ବ୍ରେଡ୍‌: ବ୍ରେଡ୍‌କୁ ଫ୍ରିଜ୍‌ରେ ରଖିଲେ ଏହା ଶୀଘ୍ର ଶୁଖିଯାଏ। ଫ୍ରିଜ୍‌ର ତାପମାତ୍ରା ଏହାକୁ ଅଧିକ ଟାଣ କରିଦିଏ। ଏହାଦ୍ୱାରା ବ୍ରେଡ୍‌ର ସ୍ୱାଦ ମଧ୍ୟ ନଷ୍ଟ ହୋଇଯାଏ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Lifestyle Health Tips Refrigerate Foods