Advertisment

ଆଜି ଘରେ ପ୍ରସ୍ତୁତ କରନ୍ତୁ ଝାଡଖଣ୍ଡୀ ସ୍ପେଶାଲ ‘ଦୁଷକା’

ସକାଳ ଜଳଖିଆରେ ଆମେ ବରା, ଇଡଲି, ପୁରୀ, ତରକାରୀ ପସନ୍ଦ କରୁଥିବା ବେଳେ ଝାଡଖଣ୍ଡ ଲୋକଙ୍କ ପ୍ରଥମ ପସନ୍ଦ ଦୁଷକା । ଏହା ଖାଇବାକୁ ଯେତେ ସୁଆଦିଆ, ପ୍ରସ୍ତୁତ କରିବା ସେତେ ସହଜ ।

ଅଦ୍ୟତନ ହୋଇଛି
Duska

Duska

Advertisment

ସକାଳ ଜଳଖିଆରେ ଆମେ ବରା, ଇଡଲି, ପୁରୀ, ତରକାରୀ ପସନ୍ଦ କରୁଥିବା ବେଳେ ଝାଡଖଣ୍ଡ ଲୋକଙ୍କ ପ୍ରଥମ ପସନ୍ଦ ଦୁଷକା । ଏହା ଖାଇବାକୁ ଯେତେ ସୁଆଦିଆ, ପ୍ରସ୍ତୁତ କରିବା ସେତେ ସହଜ ।

Advertisment

ଆବଶ୍ୟକ ସାମଗ୍ରୀ: ଚାଉଳ , ବୁଟ ଡାଲି, ବିରି ଡାଲି, ରିଫାଇନ ତେଲ, ଅଦା, କଞ୍ଚାଲଙ୍କା, ଲୁଣ, ହଳଦି, ଧନିଆ ପାଉଡର, ଚାଟ ମସଲା, ଗୋଟା ଜିରା, ହେଙ୍ଗୁ ।

ପ୍ରସ୍ତୁତ ପ୍ରଣାଳୀ:ଏକ କପ୍‌ ଚାଉଳ ସାଙ୍ଗରେ ଅଧା କପ ବୁଟ ଡାଲି ଓ ତାହାର ଅଧା ବିରି ଡାଲିକୁ ଏକ ପାତ୍ରରେ ଭିଜାଇ ଦିଅନ୍ତୁ। ଏହାକୁ ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ। ପରେ ଏଥିରେ କିଛି ଅଦା, କଞ୍ଚାଲଙ୍କା ମିଶାଇ ବାଟି ଦିଅନ୍ତୁ ।

Advertisment

ଏହାକୁ ଏକ ପାତ୍ରରେ ବାହାର କରି ଫୁଲିବା ପାଇଁ ୨ ଘଣ୍ଟା ଛାଡ଼ି ଦିଅନ୍ତୁ। ଏବେ ସେଥିରେ ଲୁଣ, ହଳଦି, ଧନିଆ ପାଉଡର, ଚାଟ ମସଲା, ଗୋଟା ଜିରା, ହେଙ୍ଗୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।

ଏହାପରେ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଆଣ ମିଶ୍ରଣକୁ ଛୋଟ ଛୋଟ ଆକାରରେ ପକାଇ ମିଡିୟମ ଫ୍ଲେମ୍‌ରେ ଛାଣନ୍ତୁ। ଉଭୟ ପଟ ଗୋଲଡେନ ଫ୍ରାଏ ହେବା ପର୍ଯ୍ୟନ୍ତ ତାହାକୁ ଛାଣନ୍ତୁ।

ଏହାପରେ ଗରମାଗରମ ଦୁଷକାକୁ କଳା ଚଣା ତରକାରୀ କିମ୍ବା ଆଳୁ ଦମ୍‌ ସହ ପରଷନ୍ତୁ। ଏହା ସମସ୍ତଙ୍କୁ ନିଶ୍ଚିତ ଭାବେ ପସନ୍ଦ ଆସିବ ।

Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe