Advertisment

ଖାଉଛନ୍ତି କି ମେୟୋନିଜ? ହୋଇପାରେ ଘାତକ

ମେୟୋନିଜ ପାଟିକୁ ଯେତିକି ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ସେତିକି ହାନିକାରକ।

Burger

Burger

Advertisment

 ମେୟୋନିଜ ଏହା ଏକ ଏଭଳି ଫୁଡ୍ ଆଇଟମ୍‌, ଯାହା ଖାଦ୍ୟର ସ୍ୱାଦକୁ ଆହୁରି ବଢ଼ାଇ ଦିଏ। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କର ଏହା ଫେଭରେଟ୍। ମୋମୋ ଠାରୁ ଆରମ୍ଭ କରି ପାସ୍ତା, ବର୍ଗର ଓ ପିଜା ସବୁଥିରେ ଏହି ମେୟୋନିଜକୁ ଖାଇବା ପାଇଁ ପସନ୍ଦ କରନ୍ତି ଲୋକେ। ଆଜିକାଲି, ଯଦି ବର୍ଗର, ପିଜା କିମ୍ବା ଅନ୍ୟାନ୍ୟ ବାହ୍ୟ ଖାଦ୍ୟ ସହିତ ମେୟୋନିଜକୁ ନ ପରସା ଯାଏ ତେବେ ଖାଦ୍ୟର ସ୍ୱାଦ ଫିକା ଲାଗେ। ମେୟୋନିଜ ଦେଖିବାକୁ ଏକ କ୍ରିମ ଭଳି, ଯାହାକୁ ତେଲ, ଅଣ୍ଡାର ହଳଦିଆ ଅଂଶ, ଭିନେଗାର, ଲୁଣ କିଛି ମସଲାରେ ତିଆରି କରାଯାଏ।  ତେବେ ଏହି ମେୟୋନିଜ ପାଟିକୁ ଯେତିକି ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ସେତିକି ହାନିକାରକ। ଏଥିପାଇଁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗର ସାମ୍ନା କରିବାକୁ ପଡିପାରେ।

Advertisment
mayonnaiseମେୟୋନିଜ

- ସୁଗାର ତଥା ଡାଏବେଟିସ୍ ଥିବା ବ୍ୟକ୍ତି ମେୟୋନିଜ ଖାଇବା ଠାରୁ ଦୂରେଇ ରହିବା ଉଚିତ। ଏହା ଶରୀରର ବ୍ଲଡ ସୁଗାର ସ୍ତରକୁ ବଢ଼ାଇ ଦିଏ। କିଛି ଡାଇବେଟିସ୍ ରୋଗୀ ମୋମୋସ୍ କିମ୍ବା ବର୍ଗର୍‌ରେ ବହୁତ ଆଗ୍ରହ ସହିତ ମାୟୋନାଇଜ୍ ଦ୍ୱାରା ପ୍ରସ୍ତୁତ ଜିନିଷ ଖାଇଥାନ୍ତି, କିନ୍ତୁ ଏହା ରକ୍ତରେ ଶର୍କରା ସ୍ତରକୁ ବଢ଼ାଇ ଦିଏ। ତେଣୁ ସେମାନେ ମେୟୋନିଜ ଖାଇବା ଠାରୁ ଦୂରେଇ ରହିବା ଉଚିତ। 

- ଏବେ ସାଧାରଣତଃ ୫ରୁ ୧୧ ବର୍ଷର ପିଲାଙ୍କ ମଧ୍ୟରେ ମେଦବହୁଳତ ବେଶ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହା ପଛର କରଣ ଜଙ୍କ ଫୁଡ୍। ପିଲାମାନେ ଏହି ପ୍ରକାର ଖାଦ୍ୟ ଖାଇବାକୁ ବେଶ୍ ପସନ୍ଦ କରନ୍ତି। ଯଦି କୌଣସି ଖାଦ୍ୟ ପଦାର୍ଥରେ ମାୟୋନିଜ୍ ବ୍ୟବହୃତ ହୁଏ, ତେବେ ଏହା ପିଲାମାନଙ୍କ ଫେଭରେଟ୍ ପାଲଟିଯାଏ। ପିଲାମାନେ ଖାଦ୍ୟରେ ମାୟୋନିଜକୁ ବେଶ୍ ଅଧିକ ମାତ୍ରାରେ ଖାଇବା ପସନ୍ଦ କରନ୍ତି। ତେବେ ଏହି ମେୟୋନିଜ ଲାଗି ହିଁ ସେମାନେ ଧୀରେ ଧୀରେ ମୋଟାପଣର ଶିକାର ହୁଅନ୍ତି। ତେଣୁ ପିଲାଙ୍କୁ ଅଧିକ ମେୟୋନିଜ ଖାଇବା ଠାରୁ ଦୂରେଇ ରଖିବା ଉଚିତ। 

Advertisment

- ମେୟୋନିଜ ଖାଇବା ଯୋଗୁ ହାଇ କୋଲେଷ୍ଟ୍ରଲ ସମସ୍ୟା ବଢ଼ିବାରେ। ବିଶେଷଜ୍ଞ କହିବାକୁ ମୁତାବକ, ଏଥିରେ ଥିବା ଚର୍ବି ଅଂଶ ଶିରାପ୍ରସିାରେ ଯାଇ ଜମା ହୋଇଥାଏ ଏବଂ ଏହା ହାଇ କୋଲେଷ୍ଟ୍ରଲ ସମସ୍ୟା ସୃଷ୍ଟି କରିଥାଏ। ଧୀରେ ଧୀରେ ହୃଦଘାତ କିମ୍ବା ଅନ୍ୟାନ୍ୟ ହୃଦ୍ ଜନିତ ରୋଗ ହେବାର ଆଶଙ୍କା ଥାଏ। 

Lifestyle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe