Advertisment

ମାଇକ୍ରୋୱେଭରେ ଭୁଲରେ ବି ଏସବୁ ଖାଦ୍ୟକୁ ଦ୍ୱିତୀୟ ଥର ଗରମ କରନ୍ତୁ ନାହିଁ

ଅନେକ ପ୍ରକାର ଖାଦ୍ୟ ଅଛି, ଯେଉଁଗୁଡିକୁ ଏକାଧିକ ଥର ମାଇକ୍ରୋୱେଭରେ ଗରମ କରିବା ଦ୍ୱାରା ଏହାର ପୁଷ୍ଟିକର ଉପାଦାନ ନଷ୍ଟ ହୋଇଯାଏ।ଏସବୁ ଖାଦ୍ୟ କଣ, ଜାଣନ୍ତୁ...

ଅଦ୍ୟତନ ହୋଇଛି
Microwave

Microwave

Advertisment

ବର୍ତ୍ତମାନର ବ୍ୟସ୍ତ ଜୀବନଶୈଳୀରେ ଲୋକେ ଗୋଟିଏ ଥର ରୋଷେଇ କରି ଏହାକୁ ଗରମ କରି ଖାଇବାରେ ଅଭ୍ୟସ୍ତ। ଏଥିପାଇଁ ମାଇକ୍ରୋୱେଭର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ହେଲେ ଜାଣନ୍ତି କି, ମାଇକ୍ରୋୱେଭରେ ଖାଦ୍ୟକୁ ବାରମ୍ବାର ଗରମ କରିବା ଦ୍ୱାରା ଏହାର ସ୍ୱାଦ ଏବଂ ପୁଷ୍ଟିକର ଉପାଦାନ ନଷ୍ଟ ହୋଇଯାଏ?

Advertisment

ଆଜ୍ଞା ହଁ, ଅନେକ ପ୍ରକାର ଖାଦ୍ୟ ଅଛି, ଯେଉଁଗୁଡିକୁ ଏକାଧିକ ଥର ମାଇକ୍ରୋୱେଭରେ ଗରମ କରିବା ଦ୍ୱାରା ଏହାର ପୁଷ୍ଟିକର ଉପାଦାନ ନଷ୍ଟ ହୋଇଯାଏ। ତେବେ ଏସବୁ ଖାଦ୍ୟ କଣ, ଜାଣନ୍ତୁ... 

ମାଇକ୍ରୋୱେଭରେ କ'ଣ ଗରମ କରିବା ଉଚିତ୍ ନୁହେଁ?
ଅଣ୍ଡା ଏବଂ ଏଥିରୁ ତିଆରି ଖାଦ୍ୟ - ସିଝା ଅଣ୍ଡାକୁ ଆଦୌ ମାଇକ୍ରୋୱେଭରେ ଗରମ କରନ୍ତୁ ନାହିଁ। ଏହା ବ୍ୟତୀତ, ମାଇକ୍ରୋୱେଭରେ ଅଣ୍ଡାରୁ ନିର୍ମିତ ଖାଦ୍ୟକୁ ମଧ୍ୟ ଗରମ କରି ଗରମ କରି ଖାଆନ୍ତୁ ନାହିଁ। 

Advertisment

ମାଂସ- ଅଧିକାଂଶ ଲୋକ ନନଭେଜ ଖାଦ୍ୟକୁ ଗରମ କରି ଖାଇବା ପାଇଁ ପସନ୍ଦ କରନ୍ତି। ବାସ୍ତବରେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଓଭେନରେ ଏହି ପ୍ରକାର ଖାଦ୍ୟ ଗରମ କରିବା ଦ୍ୱାରା ସ୍ୱାଦରେ ପରିବର୍ତ୍ତନ ଆସିଥାଏ। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। 

ସବୁଜ ପତ୍ରଯୁକ୍ତ ପନିପରିବା - ସବୁଜ ପତ୍ରଯୁକ୍ତ ପନିପରିବାକୁ ଓଭେନରେ ଗରମ କରିବାକୁ ବାରଣ କରାଯାଏ। ପାଳଙ୍ଗ ଓ ଅନ୍ୟାନ୍ୟ ପ୍ରକାର ଶାଗକୁ ଓଭେନରେ ଦ୍ୱିତୀୟ ଥର ଗରମ କରିବା ଅନୁଚିତ୍। ସବୁଜ ପନିପରିବାରେ ନାଇଟ୍ରେଟ୍ ଥାଏ, ଦ୍ୱିତୀୟ ଥର ଗରମ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପାଲଟିଯାଏ, ଯାହା କ୍ୟାନସର ଭଳି ମାରାତ୍ମକ ରୋଗ ବିପଦ ଆଶଙ୍କାକୁ ବୃଦ୍ଧି କରିପାରେ।

ଫ୍ରାଏଡ୍ ଖାଦ୍ୟକୁ- ମାଇକ୍ରୋୱେଭରେ ଫ୍ରେଞ୍ଚ୍ ଫ୍ରା ଏବଂ ପକୋଡା ପରି ଫ୍ରାଏଡ୍ ଖାଦ୍ୟକୁ ଗରମ କରିବା ଠାରୁ ଦୂରେଇ ରୁହନ୍ତୁ। ମାଇକ୍ରୋୱେଭରେ ଫ୍ରାଏଡ ଖାଦ୍ୟ ଗରମ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ଚା'- ମାଇକ୍ରୋୱେଭରେ ଚା' ମଧ୍ୟ ଗରମ ନ କରିବା ଉଚିତ୍। ପ୍ରଥମତଃ ଚା ତିଆରି କରି ଦୀର୍ଘ ସମୟ ରଖିବା ଦ୍ୱାରା ଏହା ଖରାପ ହୋଇ ଯାଇଥାଏ, ଯଦି ପୁନର୍ବାର ଏହାକୁ ମାଇକ୍ରୋୱେଭରେ ଗରମ କରୁଛନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଆହୁରି ହାନିକରାକ ହୋଇପାରେ। 

Lifestyle Microwave Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe