ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟରୁ A1, A2 ଲେବଲ୍ ହଟାଇବାକୁ ନିର୍ଦ୍ଦେଶ

ସମସ୍ତ ପ୍ରକାର ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟ, ଯେପରିକି ଘିଅ, ଦହି ଏବଂ ପନିରରେ A1, A2 ଲେଖିବାକୁ ବାରଣ କରାଯାଇଛି।

Milk Packet

ମିଲ୍କ ପ୍ୟାକେଟ୍

Debibandita Barick
  • Published: Thursday, 22 August 2024
  • Updated: 22 August 2024, 05:29 PM IST

Sports

Latest News

ଏଣିକି ଆଉ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟରେ ରହିବନି ଲେବଲ୍। ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପ୍ୟାକେଟରେ A1 ଓ A2 ଲେବଲ୍ ଲେଖିବାକୁ ବାରଣ କରିଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)। ସମସ୍ତ ପ୍ରକାର ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟ, ଯେପରିକି ଘିଅ, ଦହି ଏବଂ ପନିରରେ A1 ଓ A2 ଲେଖିବାକୁ ବାରଣ କରାଯାଇଛି।

ଏହା ଉପଭୋକ୍ତାଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରୁଥିବାରୁ ଏପରି ନିର୍ଦ୍ଦେଶ ଦିଆଯାଇଥିବା FSSAI ପକ୍ଷରୁ କୁହାଯାଇଛି। FSSAI କହିଛି ଯେ, A1 ଓ A2 ପ୍ରୋଟିନ୍‌ ସଂପର୍କରେ ପ୍ୟାକେଟରେ ଲେଖିବା ବିଭ୍ରାନ୍ତିକର। ଏହା ଲୋକଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରିଥାଏ। ତେଣୁ ଆଗକୁ ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟରେ A1 ଓ A2 ଲେବଲ୍ ରହିବ ନାହିଁ।

Also Read

ଯଦି ପୂର୍ବରୁ ଛାପା ବା ପ୍ରିଣ୍ଟ୍ ହୋଇଥିବା ପ୍ୟାକେଟରେ ଲେବଲ୍ ରହିଥାଏ, ତେବେ ୬ ମାସ ମଧ୍ୟରେ ଏହାକୁ ହଟାଇବାକୁ FSSAI ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। 

ଯାଞ୍ଚ ପରେ FSSAI କହିଛି ଯେ, କ୍ଷୀରର A1 ଓ A2 ଲେବଲ୍ ପ୍ରୋଟିନ୍ (ବିଟା-କେସିନ୍)ର ପାର୍ଥକ୍ୟ ସହିତ ଜଡ଼ିତ। କ୍ଷୀର ପ୍ୟାକେଟରେ A2 ଥିଲେ ଏହା ଫ୍ୟାଟ୍ ବୋଲି ଦର୍ଶାଇବା ବିଭ୍ରାନ୍ତକର ଓ ଏହା FSS ଅଧିନିୟମ, 2006 ଏବଂ ଏହା ଅଧୀନରେ କରାଯାଇଥିବା ନିୟମାବଳୀ ଅନ୍ତର୍ଗତ ନୁହେଁ।

ଖାଦ୍ୟ ନିରାପତ୍ତା ଏବଂ ମାନକ ନିୟମାବଳୀ, ୨୦୧୧ ଅନୁସାରେ ମଧ୍ୟ ମିଲ୍କ ପ୍ୟାକଟରେ ଦର୍ଶାଯାଉଥିବା A1 ଓ A2 ଲେବଲ୍ କ୍ଷୀରର ଭିନ୍ନତାକୁ ଉଲ୍ଲେଖ କରେ ନାହିଁ। ତେଣୁ ଏସବୁ ଲେବଲ୍ ଥିଲେ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story