Advertisment

ଗରମାଗରମ ନାନ୍‌ ସହ ନିଅନ୍ତୁ ଗାର୍ଲିକ ପାଳଙ୍ଗ ପନୀରର ମଜା

ପାଳଙ୍ଗ ଶାଗକୁ ପ୍ରଥମେ ଛୋଟ ଛୋଟ କାଟି ଦିଅନ୍ତୁ। ଏହାକୁ ଗରମ ପାଣିରେ ୨ ମିନିଟ୍‌ ପାଇଁ ସିଝାଇ ଦିଅନ୍ତୁ।

ଅଦ୍ୟତନ ହୋଇଛି
garlic palak paneer with naan

garlic palak paneer with naan

Advertisment

 ପାଳଙ୍ଗ ଶାଗ ବଜାରରେ ଏବେ ଭରପୂର ମିଳିଥିବା ବେଳେ ସେଥିରୁ ବିଭିନ୍ନ ସ୍ୱାଦିଷ୍ଟ ଆଇଟମ୍‌ ପ୍ରସ୍ତୁତ ହୁଏ। ଆସନ୍ତୁ, ଆଜି ସେଥିରୁ ପ୍ରସ୍ତୁତ କରିବା ଗାର୍ଲିକ ପାଳଙ୍ଗ ପନୀର । 

Advertisment

ଆବଶ୍ୟକ ସାମଗ୍ରୀ: ପାଳଙ୍ଗ ଶାଗ, ପନୀର, ରିଫାଇନ ତେଲ, ଜିରା, ଫୁଟଣ,ଗୋଲମରିଚ, ଧନିଆ, ଶୁଖିଲା ଲଙ୍କା, ରସୁଣ, ଲୁଣ, ଚିନି, ଟମାଟୋ,ଫ୍ରେଶ୍‌ କ୍ରିମ୍‌ , ଧନିଆ ପତ୍ର । 

ପ୍ରସ୍ତୁତି ପ୍ରଣାଳୀ: ପାଳଙ୍ଗ ଶାଗକୁ ପ୍ରଥମେ ଛୋଟ ଛୋଟ କାଟି ଦିଅନ୍ତୁ। ଏହାକୁ ଗରମ ପାଣିରେ ୨ ମିନିଟ୍‌ ପାଇଁ ସିଝାଇ ଦିଅନ୍ତୁ। ସେଥିରେ କିଛି କଞ୍ଚା ଲଙ୍କା ପକାଇ ପାରନ୍ତି। ଏହାପରେ ଆଉ ଏକ ପାତ୍ରରେ ଥଣ୍ଡା ପାଣିରେ କିଛି ବରଫ ପକାଇ ଦିଅନ୍ତୁ। ପାଳଙ୍ଗ ଶାଗ ସିଝିଗଲେ ତାହାକୁ ତୁରନ୍ତ ବରଫ ପାଣିରେ ପକାଇ ଦିଅନ୍ତୁ। ଏହାଦ୍ୱାରା ଶାଗର ରଙ୍ଗ ଫିକା ପଡ଼େ ନାହିଁ। କିଛି ସମୟ ପରେ ପାଳଙ୍ଗ ଶାଗକୁ ଭଲ ଭାବେ ଛାଣି ନେଇ ସେଥିରେ କିଛି ରିଫାଇନ ତେଲ ଦେଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ।

Advertisment

ଏବେ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ସେଥରେ ଜିରା,ଫୁଟଣ ଓ ଶୁଖିଲା ଲଙ୍କା ପକାନ୍ତୁ। ଏହାପରେ ଛୋଟ ଛୋଟ ଖଣ୍ଡ କାଟି ଥିବା ରସୁଣ ପକାଇ ହାଲକା ଫ୍ରାଏ କରି ଦିଅନ୍ତୁ। ଏବେ ସେଥିରେ ପାଳଙ୍ଗ ପେଷ୍ଟ ପକାନ୍ତୁ। ସେଥିରେ ଲୁଣ, କିଛି ଚିନି ଓ ଛୋଟ ଛୋଟ ଟମାଟୋ ଖଣ୍ଡ ପକାନ୍ତୁ। ପାଳଙ୍ଗ ଭଲ ଭାବେ କଷି ହେବା ପରେ ସେଥିରେ ଗରମ ପାଣି ପକାନ୍ତୁ।

ଏହା ମଧ୍ୟରେ ପନୀରକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏକ ପ୍ୟାନ୍‌ରେ ତେଲ ଗରମ କରି ପନୀରକୁ ହାଲକା ଫ୍ରାଏ କରି ଦିଅନ୍ତୁ। ପାଳଙ୍ଗ ପେଷ୍ଟରେ ଫୁଟିଲା ପରେ ସେଥିରେ ପନୀରକୁ ପକାଇ ଦିଅନ୍ତୁ।

ଆଉ ଏକ ପ୍ୟାନ୍‌ରେ ଜିରା, ଗୋଲମରିଚ, ଧନିଆକୁ ହାଲକା ଫ୍ରାଏ କରି ତାହାର ଏକ ପାଉଡର ପ୍ରସ୍ତୁତ କରି ଦିଅନ୍ତୁ। ଏହାକୁ ପାଳଙ୍ଗ ପନୀରରେ ପକାଇ ଗୋଳାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଗାର୍ଲିକ ପାଳଙ୍ଗ ପନୀର। ତାହାକୁ ଏକ ପ୍ଲେଟରେ ସର୍ଭ କରି ତା’ ଉପରେ ଫ୍ରେଶ୍‌ କ୍ରିମ୍‌ ଓ ଧନିଆ ପତ୍ର ଦେଇ ସର୍ଭ କରନ୍ତୁ। ଗରମାଗରମ ନାନ୍‌ କିମ୍ବା ରୁଟି ସହ ଏହାର ମଜା ନେଇ ପାରିବେ ।

Indian Food Healthy Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe