ଘରେ ପ୍ରସ୍ତୁତ କରନ୍ତୁ ଗ୍ରୀନ ଚିକେନ୍‌ ଫ୍ରାଏ

ଫଟାଫଟ ଘରେ ପ୍ରସ୍ତୁତ କରି ପାରିବେ ଏହି ଚଟପଟି ରେସିପି ।

ଗ୍ରୀନ୍‌ ଚିକେନ୍‌ ଫ୍ରାଏ ।

  • Published: Saturday, 14 October 2023
  • , Updated: 14 October 2023, 12:35 PM IST

ଆବଶ୍ୟକ ସାମଗ୍ରୀ : ଭୃସଙ୍ଗ ପତ୍ର, ଚିକେନ, ପିଆଜ, ଅଦା, ରସୁଣ, ବସା ଦହି, ଲୁଣ, ହଳଦିଗୁଣ୍ଡ ଓ ଲଙ୍କାଗୁଣ୍ଡ, ଗୋଟା ଗରମ ମସଲା ଓ ରିଫାଇନ ତେଲ । 

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଭୃସଙ୍ଗ ପତ୍ରକୁ ବାଟି ରଖନ୍ତୁ । ଏକ ପାତ୍ରରେ ଚିକେନ, ପିଆଜବଟା, ଅଦା ରସୁଣ ବଟା, ବସା ଦହି, ଲୁଣ, ହଳଦିଗୁଣ୍ଡ ଓ ଲଙ୍କାଗୁଣ୍ଡକୁ ପକାଇ ଗୋଳାଇ ଦିଅନ୍ତୁ ।

ପରେ ଚୁଲି ଲଗାଇ କରେଇ ବସାନ୍ତୁ। କରେଇ ଗରମ ହେବା ପରେ ସେଥିରେ ତେଲ ପକାଇ ଗୋଟା ଗରମ ମସଲା ପକାନ୍ତୁ । ଏହାପରେ ସେଥିରେ କିଛି ଫୁଟଣ ପକାଇ କଟା ପିଆଜ ପକାନ୍ତୁ। କଟା ପିଆଜ ଗୋଲଡେନ ଫ୍ରାଏ ହୋଇ ଯିବା ପରେ ସେଥିରେ ମ୍ୟାରିନେଟ ହୋଇଥିବା ଚିକେନ ପକାଇ ଦିଅନ୍ତୁ ।

ଏହାପରେ ଗ୍ୟାସ୍‌ ଚୁଲାକୁ ସିମ୍‌ କରି କରେଇକୁ ଘୋଡ଼ାଇ ଦିଅନ୍ତୁ । ସେଥିରେ କିଛି କଞ୍ଚାଲଙ୍କା ବି ପକାଇ ପାରିବେ । ଚିକେନ ସିଝି ଆସିବା ପରେ ସେଥିରେ ଭୃସଙ୍ଗପତ୍ର ବଟାକୁ ପକାଇ ଗୋଳାଇ ଦିଅନ୍ତୁ । ୨ରୁ ୩ ମିଟି ପରେ ପ୍ରସ୍ତୁତ ହୋଇଯିବ ଭୃସଙ୍ଗ ପତ୍ର ବଟା ଚିକେନ । ସେଥିରୁ ସବୁ ପାଣି ମାରି ଦିଅନ୍ତୁ । ଏବେ ସେଥିରେ ଚଟପଟା ସ୍ୱାଦ ଆଣିବାକୁ କିଛି ଲେମ୍ବୁ ଚିପୁଡ଼ି ଦିଅନ୍ତୁ । ଆପଣ ଏହାକୁ ଗରମାଗରମ ରୋଟି କିମ୍ବା ନାନ୍‌ ସହ ପରଷନ୍ତୁ । ଏହା ଖାଇବାକୁ ଖୁବ୍‌ ସ୍ୱାଦିଷ୍ଟ ଲାଗିଥାଏ ।

Related story