ଗରମାଗରମ ରୋଟି ସହ ଖାଆନ୍ତୁ ଚିକେନର ଏହି ସୁନ୍ଦର ରେସିପି

ବୁଧବାରରେ ଘରେ ତିଆରି କରନ୍ତୁ ଚିକେନର ଏହି ସୁନ୍ଦର ରେସିପି।

ଗ୍ରୀନ ଚିକେନ୍‌ ଫ୍ରାଏ

  • Published: Wednesday, 28 August 2024
  • , Updated: 28 August 2024, 07:54 AM IST

ଆବଶ୍ୟକ ସାମଗ୍ରୀ : ଭୃସଙ୍ଗ ପତ୍ର, ଚିକେନ, ପିଆଜ, ଅଦା, ରସୁଣ, ବସା ଦହି, ଲୁଣ, ହଳଦିଗୁଣ୍ଡ ଓ ଲଙ୍କାଗୁଣ୍ଡ, ଗୋଟା ଗରମ ମସଲା ଓ ରିଫାଇନ ତେଲ । 

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଭୃସଙ୍ଗ ପତ୍ରକୁ ବାଟି ରଖନ୍ତୁ। ଏକ ପାତ୍ରରେ ଚିକେନ, ପିଆଜବଟା, ଅଦା ରସୁଣ ବଟା, ବସା ଦହି, ଲୁଣ, ହଳଦିଗୁଣ୍ଡ ଓ ଲଙ୍କାଗୁଣ୍ଡକୁ ପକାଇ ଗୋଳାଇ ଦିଅନ୍ତୁ। ପରେ ଚୁଲି ଲଗାଇ କରେଇ ବସାନ୍ତୁ। କରେଇ ଗରମ ହେବା ପରେ ସେଥିରେ ତେଲ ପକାଇ ଗୋଟା ଗରମ ମସଲା ପକାନ୍ତୁ । ଏହାପରେ ସେଥିରେ କିଛି ଫୁଟଣ ପକାଇ କଟା ପିଆଜ ପକାନ୍ତୁ। କଟା ପିଆଜ ଗୋଲଡେନ ଫ୍ରାଏ ହୋଇ ଯିବା ପରେ ସେଥିରେ ମ୍ୟାରିନେଟ ହୋଇଥିବା ଚିକେନ ପକାଇ ଦିଅନ୍ତୁ ।

ଏହାପରେ ଗ୍ୟାସ୍‌ ଚୁଲାକୁ ସିମ୍‌ କରି କରେଇକୁ ଘୋଡ଼ାଇ ଦିଅନ୍ତୁ । ସେଥିରେ କିଛି କଞ୍ଚାଲଙ୍କା ବି ପକାଇ ପାରିବେ । ଚିକେନ ସିଝି ଆସିବା ପରେ ସେଥିରେ ଭୃସଙ୍ଗପତ୍ର ବଟାକୁ ପକାଇ ଗୋଳାଇ ଦିଅନ୍ତୁ। ୨ରୁ ୩ ମିଟି ପରେ ପ୍ରସ୍ତୁତ ହୋଇଯିବ ଭୃସଙ୍ଗ ପତ୍ର ବଟା ଚିକେନ । ସେଥିରୁ ସବୁ ପାଣି ମାରି ଦିଅନ୍ତୁ । ଏବେ ସେଥିରେ ଚଟପଟା ସ୍ୱାଦ ଆଣିବାକୁ କିଛି ଲେମ୍ବୁ ଚିପୁଡ଼ି ଦିଅନ୍ତୁ। ଆପଣ ଏହାକୁ ଗରମାଗରମ ରୋଟି କିମ୍ବା ନାନ୍‌ ସହ ପରଷନ୍ତୁ । ଏହା ଖାଇବାକୁ ଖୁବ୍‌ ସ୍ୱାଦିଷ୍ଟ ଲାଗିଥାଏ ।

Related story