Advertisment

ପଞ୍ଚୁକରେ ଘରେ ପ୍ରସ୍ତୁତ କରନ୍ତୁ ହବିଷ ଡାଲମା

ଏବେ ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ ଆରମ୍ଭ ହୋଇ ଯାଇଛି। ଘରେ ଘରେ ଅରୁଆ ଅନ୍ନ ସାଙ୍ଗକୁ ପ୍ରସ୍ତୁତ ହେଉଛି ହବିଷ ଡାଲମା। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ, ପ୍ରସ୍ତୁତ କରିବା ବି ସେତିକି ସହଜ ।

ଅଦ୍ୟତନ ହୋଇଛି
Dalma

Dalma

Advertisment

ଏବେ ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ ଆରମ୍ଭ ହୋଇ ଯାଇଛି। ଘରେ ଘରେ ଅରୁଆ ଅନ୍ନ ସାଙ୍ଗକୁ ପ୍ରସ୍ତୁତ ହେଉଛି ହବିଷ ଡାଲମା। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ, ପ୍ରସ୍ତୁତ କରିବା ବି ସେତିକି ସହଜ । ତେଣୁ ଆଜି ଆସନ୍ତୁ ଜାଣିବା ହବିଷ ଡାଲମାର ପ୍ରସ୍ତୁତ ପ୍ରଣାଳୀ। 

Advertisment

ଆବଶ୍ୟକ ସାମଗ୍ରୀ: ମୁଗ ଡାଲି, କଦଳି, ସାରୁ, ଖମ୍ବ ଆଳୁ, ପାଣି କଖାରୁ, କନ୍ଦମୂଳ,ଓଉ, ନଡ଼ିଆ କୋରା,ଅଦା, କଞ୍ଚାଲଙ୍କା ଶୁଖିଲା ଲଙ୍କା, ଲୁଣ, ଗୁଆ ଘିଅ, ଜିରା ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୁଗ ଡାଲିକୁ ଭଲ ଭାବେ ଧୋଇ ଦିଅନ୍ତୁ। ଗ୍ୟାସ୍‌ରେ ଏକ ହାଣ୍ଡି ବସାଇ ପାଣି ଗରମ କରନ୍ତୁ। ପାଣି ଫୁଟିଲେ ସେଥିରେ ପ୍ରଥମେ ମୁଗ ଡାଲି ପକାଇ ଦିଅନ୍ତୁ। ମୁଗ ଡାଲି ଅଧା ସିଝିଗଲେ ସେଥିରେ ସାରୁ, ଖମ୍ବ ଆଳୁ, କନ୍ଦମୂଳ, ପାଣି କଖାରୁ ପକାଇ ଦିଅନ୍ତୁ।

Advertisment

ପରିବା ଦରସିଝା ହୋଇଯିବା ପରେ ସେଥିରେ ଖଣ୍ଡ ଖଣ୍ଡ କଦଳି ସହ ଓଉକୁ ଅଧା ଛେଚିକି ପକାଇ ଦିଅନ୍ତୁ। କିଛି ସମୟ ପରେ ସେଥିରେ ନଡ଼ିଆ କୋରା ଓ ଅଦା, କଞ୍ଚାଲଙ୍କା ଛେଚାକୁ ପକାନ୍ତୁ। ଏବେ ସେଥିରେ ଆବଶ୍ୟକ ମୁତାବକ ଲୁଣ ପକାଇ ଦିଅନ୍ତୁ।  

ଅନ୍ୟ ଏକ ପାତ୍ରରେ ଗୁଆଘିଅ, ଶୁଖିଲା ଲଙ୍କା, ଜିରାର ଛୁଙ୍କ ପ୍ରସ୍ତୁତ କରନ୍ତୁ। ଡାଲମା ପ୍ରସ୍ତୁତ ହୋଇ ଆସିଲା ବେଳକୁ ସେଥିରେ ଏହି ଛୁଙ୍କ ପକାଇ ଘୋଡ଼ାଇ ଦିଅନ୍ତୁ। ଏହାପରେ ସେଥିରେ ଜିରା ଓ ଶୁଖିଲା ଲଙ୍କାରେ ପ୍ରସ୍ତୁତ ଗୁଣ୍ଡ ପକାଇ ଦିଅନ୍ତୁ।  

ଏବେ ଗରମଗରମ ଅରୁଆ ଭାତ ସହ ପରଷି ଦିଅନ୍ତୁ ହବିଷ ଡାଲମା। ଏହା ଖାଇବାକୁ ଖୁବ ସୁଆଦିଆ। 

Odia Food Recipe Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe