Advertisment

ରୁଟି ବା ନାନ୍‌ ସହ ଖାଆନ୍ତୁ ଜିରା ଛେନା ମସଲା

ଏହି ରେସିପିଟିକୁ ରୁଟି କିମ୍ୱା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ।

ଅଦ୍ୟତନ ହୋଇଛି
jeera nchena masala

jeera nchena masala

Advertisment

ଘରେ ପନିରର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ପନିର ଏକ ନୂଆ ରେସିପି ନେଇ କହିବୁ। ଏହି ରେସିପିର ନାଁ ହେଉଛି 'ଜିରା ଛେନା ମସଲା'। ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା 'ଜିରା ଛେନା ମସଲା'।

Advertisment

ଆବଶ୍ୟକ ସାମଗ୍ରୀ:  କ୍ଷୀର, କଞ୍ଚା ଲଙ୍କା, ଟମାଟୋ କଟା, ପିଆଜ କଟା, ଅଦା ପେଷ୍ଟ୍‌, ରସୁଣ ପେଷ୍ଟ୍‌, ଗୋଟା ଜିରା, ଗରମ ମସଲା (ଡାଲଚିନି, ଗୁଜୁରାତି ଓ ଜିରାରେ ପ୍ରସ୍ତୁତ), ରିଫାଇନ୍‌ ତେଲ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ଲେମ୍ବୁ, ପାଣି ଓ ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛେନା ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ କ୍ଷୀର ଢାଳି ଗ୍ୟାସରେ ବସାଇ ଫୁଟିବାକୁ ଛାଡ଼ିଦିଅନ୍ତୁ। କ୍ଷୀର ଫୁଟିଯିବା ପରେ ସେଥିରେ ଲେମ୍ବୁ ରସ ପକାନ୍ତୁ। କ୍ଷୀର ଛିଣ୍ଡି ଛେନା ପ୍ରସ୍ତୁତ ହୋଇଯିବା ପରେ ସେହି ଛେନାକୁ ଛାଣି ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଜିରା ପକାନ୍ତୁ। ତା’ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ କଞ୍ଚା ଲଙ୍କା ଓ ଟମାଟୋ ପକାଇ ଭାଜନ୍ତୁ। ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ୍‌ ପକାଇ ଭଲଭାବେ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ ଓ ୨ ମିନିଟ୍‌ ସେମିତି ଛାଡ଼ି ଦିଅନ୍ତୁ।

Advertisment

ମସଲା କଡ଼େଇରେ ନ ଲାଗିବା ପାଇଁ ଅଳ୍ପ ପାଣି ଦେବେ। କିନ୍ତୁ ମସଲା ପାଣିଆ କରିବେନି ଶୁଖିଲା ହିଁ ରଖିବେ। ମସଲା ପ୍ରସ୍ତୁତ ହୋଇଯିବା ପରେ ସେଥିରେ ଛେନାକୁ ଗୁଣ୍ଡକରି ପକାନ୍ତୁ। ତା’ପରେ ତାକୁ ଭଲଭାବେ ଗୋଳାଇ ଦିଅନ୍ତୁ।ମସଲାରେ ଛେନା ଭଲ ଭାବେ ମିଶିଯିବା ପରେ ଚୁଲିରୁ କଡ଼େଇ ଓହ୍ଲାଇ ଦିଅନ୍ତୁ।ତା’ପରେ ତାକୁ ଏକ ପାତ୍ରରେ କାଢ଼ି ଦେଇ ଉପରେ ଅଳ୍ପ ଧନିଆ ପତ୍ର ପକାଇ ଦିଅନ୍ତୁ।ଏବେ ପ୍ରସ୍ତୁତ ହୋଇଗଲା 'ଜିରା ଛେନା ମସଲା'। ଏହି ରେସିପିଟିକୁ ରୁଟି କିମ୍ୱା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe