Advertisment

ହର୍ଲିକ୍ସ ଆଉ 'ହେଲଥ ଡ୍ରିଙ୍କ୍' ନୁହେଁ

ହର୍ଲିକ୍ସରୁ 'ହେଲଥ' ଲେବଲ୍ ହଟାଇଛି କମ୍ପାନୀ, ଏହାର କାରଣ କ’ଣ ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Horlicks

Horlicks

ଏଣିକି ହର୍ଲିକ୍ସ ଆଉ 'ହେଲଥ ଡ୍ରିଙ୍କ୍ସ' ଭାବେ ନାମିତ ହେବ ନାହିଁ। କାରଣ ହର୍ଲିକ୍ସ ଓ ବୁଷ୍ଟ ପରି ବ୍ୟବସାୟ ସଂସ୍ଥା ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ (HUL) ଏହାର 'ହେଲଥ ଡ୍ରିଙ୍କ୍ସ' କାଟାଗୋରିକୁ ପୁନଃ ନାମିତ କରିଛି।

Advertisment

କମ୍ପାନୀ ଏହାର 'ହେଲଥ ଫୁଡ୍ ଡ୍ରିଙ୍କ୍ସ' କାଟାଗୋରୀ ନାମକୁ ପରିବର୍ତ୍ତନ କରି 'ଫଙ୍କ୍‌ସ୍‌ନାଲ ନ୍ୟୁଟ୍ରିସନାଲ ଡ୍ରିଙ୍କ୍ସ' (FND) ଭାବରେ ନାମିତ କରିଛି। ଏଥିସହ ହର୍ଲିକ୍ସରୁ 'ହେଲଥ' ଲେବଲକୁ ହଟାଇ ଦେଇଛି କମ୍ପାନୀ। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଇ-କମର୍ସ ପ୍ଲାଟଫର୍ମକୁ 'ହେଲ୍ଦି ଡ୍ରିଙ୍କ୍ସ' ବର୍ଗରୁ ପାନୀୟ ପ୍ରଡକ୍ଟକୁ ହଟାଇବା ପାଇଁ କହିବା ପରେ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। 

ଖାଦ୍ୟ ନିରାପତ୍ତା ଏବଂ ମାନକ ଅଧିନିୟମ ୨୦୦୬ ଅନୁଯାୟୀ ପାନୀୟ ପ୍ରଡକ୍ଟରୁ ହେଲଥ ଡ୍ରିଙ୍କ୍ ହଟାଇବାକୁ କୁହାଯାଇଥିଲା। କାରଣ ବୋର୍ନଭିଟା ଏବଂ ହର୍ଲିକ୍ସ ପରି ପାନୀୟରେ ଅଧିକ ଚିନି ସ୍ତର ଥିବା ସୋଶାଲ ମିଡିଆ ଇନଫ୍ଲୁଏନ୍ସର ଫୁଡ୍ ଫାର୍ମ ଅଭିଯୋଗ କରିଥିଲା।

Advertisment

ଏହା ପରେ, ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (NCPCR) ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI)କୁ ନମୂନା ପରୀକ୍ଷା କରିବାକୁ କୁହାଯାଇଥିଲା। ପରୀକ୍ଷଣରୁ ଶର୍କରା ସ୍ତର ଅଧିକ ଥିବା ଜଣା ପଡିବା ପରେ ହେଲଥ ଡ୍ରିଙ୍କ୍ସ ହଟାଇବାକୁ ନିର୍ଦ୍ଦେଶ ଦିଆଯଇଥିଲା। 

HULର ମୁଖ୍ୟ ଫାଇନାନ୍ସିଆଲ ଅଫିସର ରିତେଶ ତିୱାରୀ କହିଛନ୍ତି, ବାଣିଜ୍ୟ ଏବଂ ଉଦ୍ୟୋଗ ବିଭାଗର ନିର୍ଦ୍ଦେଶ ପରେ ଏହି ପରିବର୍ତ୍ତନ ସଠିକ ଏବଂ ସ୍ୱଚ୍ଛତା ପ୍ରତିପାଦନ କରିବ। 

Bournvita Health Drink Horlicks