Advertisment

ତରକାରୀରେ ଅଧିକ ମସଲା ପଡ଼ି ଯାଇଥିଲେ ନଫିଙ୍ଗି କରନ୍ତୁ ଏହି କାମ, ବୃଥା ଯିବନି ପରିଶ୍ରମ

ଯଦି ତରକାରୀରେ ଅଧିକ ମସଲା ପଡିଯାଉଛି, ତେବେ ନଷ୍ଟ ନକରି ସେହି ତରକାରୀକୁ କିପରି ଖାଇପାରିବେ, ଜାଣନ୍ତୁ ଟିପ୍ସ...

author-image
Debibandita Barick
ଅଦ୍ୟତନ ହୋଇଛି
Curry

Curry

ରାନ୍ଧିବା ଏକ କଳା ଏବଂ ଯେଉଁମାନେ ଭଲ ରୋଷେଇ କରନ୍ତି ସେମାନଙ୍କୁ ସମସ୍ତେ ପ୍ରଶଂସା କରନ୍ତି। ସମସ୍ତେ ଭିନ୍ନ ଭିନ୍ନ ଶୈଳୀରେ ରୋଷେଇ କରନ୍ତି। କିନ୍ତୁ ଅଧିକାଂଶ ଲୋକ ଭାବନ୍ତି ତରକାରୀରେ ଅଧିକ ତେଲ-ମସଲା ପକାଇଲେ ସ୍ୱାଦ ଟିକେ ବଢିଯାଏ। କିନ୍ତୁ ବେଳେ ବେଳେ ଏହି କାରଣରୁ ତରକାରି ଖରାପ ଲାଗିଥାଏ। ଯଦି ତରକାରୀରେ ଅଧିକ ମସଲା ପଡିଯାଉଛି, ତେବେ ନଷ୍ଟ ନକରି ସେହି ତରକାରୀକୁ କିପରି ଖାଇପାରିବେ, ଜାଣନ୍ତୁ ଟିପ୍ସ... 

Advertisment

ଦହି
ଦହି ହେଉଛି ଏକ ଉପାଦାନ, ଯାହା ଗ୍ରେଭି ତିଆରିରେ ବହୁଳ ଭାବରେ ବ୍ୟବହୃତ ହୁଏ, ଏହା ଖାଦ୍ୟକୁ ଭଲ ସ୍ୱାଦ ଦେଇଥାଏ ଏବଂ ଆକର୍ଷଣୀୟ କରିଥାଏ। ଯଦି ତରକାରୀରେ ଅଧିକ ମସଲା ପଡିଯାଇଥାଏ ତେବେ ଏଥିରେ ଦହି ମିଶାଇ ସନ୍ତୁଳିତ(ବାଲାନ୍ସ) କରିପାରିବେ। ଦହିରେ ଥଣ୍ଡା ଗୁଣ ଥାଏ, ଯାହା ମସଲାଯୁକ୍ତ ତରକାରୀରେ ମିଶାଇଲେ ଏହାର ମସଲା ଭାଗ କମି ଯାଇଥାଏ।

ପାଳଙ୍ଗ କିମ୍ବା ସବୁଜ ପତ୍ରଯୁକ୍ତ ପନିପରିବା 
ଯଦି କୌଣସି ଗ୍ରେଭିରେ ବହୁତ ମସଲା ପଡିଯାଇଥାଏ, ତେବେ ଏଥିରେ ପାଳଙ୍ଗ କିମ୍ବା କୌଣସି ସବୁଜ ପତ୍ରଯୁକ୍ତ ପନିପରିବା ପକାଇପାରିବେ। ଯେକୌଣସି ପତ୍ରଯୁକ୍ତ ପନିପରିବାକୁ ଗ୍ରାଇଣ୍ଡିଂ କରି ତରକାରୀରେ ମିଶାଇବା ଫଳରେ ମସଲା ସନ୍ତୁଳିତ ହୋଇଥାଏ। ଏହା ତରକାରୀରୁ ମସଲାକୁ ଦୂର କରିବା ସହ ଅଧିକ ପୁଷ୍ଟିକର କରିଥାଏ।

Advertisment

କାଜୁ କିମ୍ବା ବାଦାମ 
ସାଧାରଣତଃ କାଜୁ କିମ୍ବା ବାଦାମକୁ ମସଲାରେ ମିଶା ଯାଇଥାଏ। ଯଦି ତରକାରୀରେ ଅଧିକ ମସଲା ହୋଇଯାଇଥାଏ, ତେବେ କାଜୁ କିମ୍ବା ବାଦାମ ମିଶାଇ ପାରିବେ। ଏହା ମଧ୍ୟ ତରକାରୀର ଗଠନକୁ ଉନ୍ନତ କରିଥାଏ।

ନଡ଼ିଆ ରସ
ମସଲାକୁ ସନ୍ତୁଳିତ କରିବା ପାଇଁ ନଡ଼ିଆ ରସ ହେଉଛି ସର୍ବୋତ୍ତମ ବିକଳ୍ପ। ଏହାର ମୃଦୁ ମିଠା ସ୍ୱାଦ ତରକାରୀରୁ ମସଲାକୁ ଦୂର କରିବା ସହ ସ୍ୱାଦକୁ ଦ୍ୱିଗୁଣିତ କରିଥାଏ।

ଚିନି
ମସଲାଯୁକ୍ତ ତରକାରୀରେ ଟିକେ ଚିନି ମଧ୍ୟ ମିଶାଇ ପାରିବେ, ଫଳରେ ମସଲା ପରିମାଣ ସନ୍ତୁଳିତ ହୋଇଥାଏ। ତଥାପି, ଚିନିକୁ ଅଳ୍ପ ପରିମାଣରେ ବ୍ୟବହାର କରନ୍ତୁ। କାରଣ ଅଧିକ ଚିନି ତରକାରୀକୁ ମିଠା କରିପାରେ।

ଟମାଟୋ 
ଯଦି ତରକାରୀ ଅତ୍ୟଧିକ ମସଲାଯୁକ୍ତ ହୋଇଯାଏ ତେବେ ଏଥିରେ ଟମାଟୋ ପ୍ୟୁରି କିମ୍ବା କଟା ଟମାଟୋ ମିଶାନ୍ତୁ। ଏହା ଫଳରେ ତରକାରୀରେ ମସଲାର ପରିମାଣ ସନ୍ତୁଳିତ ହୋଇଥାଏ। 

Lifestyle Cooking Tips