Advertisment

ପଣା ସଂକ୍ରାନ୍ତିରେ ଘରେ ତିଆରି କରନ୍ତୁ ବେଲ ପଣା

ପଣା ସଂକ୍ରାନ୍ତି ଦିନ ପ୍ରତି ଘରେ ବେଲ ପଣା ପ୍ରସ୍ତୁତ ହୋଇଥାଏ।

author-image
Tapaswini Nayak
ଅଦ୍ୟତନ ହୋଇଛି
Bela pana

Bela pana

ପଣା ସଂକ୍ରାନ୍ତି ଦିନ ପ୍ରତି ଘରେ ବେଲ ପଣା ପ୍ରସ୍ତୁତ ହୋଇଥାଏ। ଏହି ପଣାକୁ ଠାକୁରଙ୍କ ପାଖରେ ଲାଗି କରାଯାଇଥାଏ। ଠାକୁରଙ୍କ ପାଖରେ ଭୋଗ ହେବା ପରେ ପଣା ପିଇଥାନ୍ତି। ବେଲ ପଣା ଅତି ସ୍ୱାଦିଷ୍ଟ। ଏହା ପେଟ ପାଇ ଭଲ। ତେବେ ଆସନ୍ତୁ ଜାଣିବା ପଣା ସଂକ୍ରାନ୍ତିରେ ଘରେ କିଭଳି ସ୍ୱାଦିଷ୍ଟ ବେଲ ପଣା ତିଆରି କରିବେ?

Advertisment

ଆବଶ୍ୟକ ସାମଗ୍ରୀ: ବେଲ,ଗୁଡ କିମ୍ବା ଚିନି, ଗୋଲ ମରିଚ, ଛେନା, ନଡ଼ିଆ କୋରା, ବୁନ୍ଦି ବା ଲଡୁ, ଅଙ୍ଗୁରୁ,କଦଳୀ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଆବଶ୍ୟକ ଅନୁସାରେ ପାଣି ନିଅନ୍ତୁ। ତା’ ପରେ ବେଲକୁ ଫଟାଇ ତା’ଭିତରରେ ମଞ୍ଜିକୁ ଚାମଚ ସାହାଯ୍ୟରେ କାଢ଼ି ଦିଅନ୍ତୁ। ପରେ ବେଲକୁ ଏକ ଚାମଚରେ ବାହାର କରି ଏକ ପାତ୍ରରେ ରଖନ୍ତୁ। ତାକୁ ଭଲ ଭାବରେ ଚକଟି ସେଥିରେ ଥିବା ଖଦଡ଼ା ଅଂଶକୁ ବାହାର କରି ଦିଅନ୍ତୁ। ଏହାପରେ ବେଲ ରସକୁ ଅନ୍ୟ ପାତ୍ରରେ ଥିବା ପାଣିରେ ମିଶାଇ ଦିଅନ୍ତୁ।

Advertisment

ଏହାପରେ ଆପଣ କଦଳୀ, ଅଙ୍ଗୁର, ନଡ଼ିଆ କୋରା, ଛତୁଆ ଗୁଣ୍ଡ, ଛେନା, ରସଗୋଲା, ଦହି ଆବଶ୍ୟକ ଅନୁସାରେ ଏଥିରେ ମିଶାନ୍ତୁ। ପରେ ତାକୁ ହାତରେ ଗୋଳାଇ ଦିଅନ୍ତୁ। ପଣାରେ ଆପଣ ଚିନି ବା ଗୁଡ଼ ବ୍ୟବହାର କରିପାରିବେ। ପଣାର ସ୍ୱାଦ ବଢ଼ାଇବା ପାଇଁ ଆପଣ ଏଥିରେ ବୁନ୍ଦି କିମ୍ବା ଲଡୁକୁ ଗୁଣ୍ଡ କରି ପକାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବେଲ ପଣା। ଏହାକୁ  ଆପଣ କିଛି ସମୟ ପାଇଁ ଫ୍ରିଜରେ ରଖି ନିଜେ ପିଇବା ସହ ପ୍ରିୟଜନଙ୍କୁ ପିଇବାକୁ ଦିଅନ୍ତୁ।

Orissa Food