Advertisment

କିପରି ତିଆରି କରିବେ ବାଜରା ଖେଚିଡି

ଏହାକୁ ଆପଣ ଆଚାର, ଦହି, ଆଳୁ ଚକଟା ସହ ଖାଇ ପାରିବେ।

ଅଦ୍ୟତନ ହୋଇଛି
khichdi

khichdi

Advertisment

ଆବଶ୍ୟକ ସାମଗ୍ରୀ:  ବାଜରା, ବାଦାମ ମଞ୍ଜି ଗରମ ମସଲା, ଧନିଆ ପାଉଡର, ହଳଦି ପାଉଡର, ଜିରା ,ନାଲି ଲଙ୍କା ପାଉଡର, ହେଙ୍ଗୁ, ଘିଅ, ଲୁଣ,

Advertisment

ପ୍ରସ୍ତୁତ ପ୍ରଣାଳି: ଏକ ପାତ୍ରରେ ବାଜରା ନେଇ ତାକୁ ପାଣିରେ ପକାଇ ଭଲ ଭାବରେ ପରିଷ୍କାର କରିଦିଅନ୍ତୁ। ପରେ ତାକୁ କିଛି ସମୟ ପାଇଁ ପାଣିରେ ଭିଜାଇ ଦିଅନ୍ତୁ। ବର୍ତ୍ତମାନ ବାଜରାରୁ ପାଣି ବାହାର କରି ଏହାକୁ ଚୁନା କରି ଦିଅନ୍ତୁ। ପରେ କୁକରରେ ପାଣି ନେଇ ଏଥିରେ ବାଜରା ଗୁଣ୍ଡ ପକାନ୍ତୁ। ସେଥିରେ କିଛି ଲୁଣ ଏବଂ ହଳଦୀ ପାଉଡର ପକାଇକୁକରରେ ଢାଙ୍କୁଣୀ ଦେଇ ସିଝାଇ ଦିଅନ୍ତୁ। ଏହା ସିଝି ଗଲା ପରେ ତାକୁଚ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପରେ କରେଇରେ ଘିଅ ପକାଇ ଗରମ କରନ୍ତୁ।

ଏଥିରେ ହେଙ୍ଗୁ, ଜିରା, ବାଦାମ ପକେଇ ଭାଜନ୍ତୁ।ଏବେ ଧନିଆ ପାଉଡର, ଗରମ ମସଲା, ଚିଲି ପାଉଡର ପକାଇ ୧ ମିନିଟ୍ ପାଇଁ ଭାଜନ୍ତୁ। ବର୍ତ୍ତମାନ ଏଥିରେ ରନ୍ଧା ହୋଇଥିବା ବାଜରା ପକେଇ ଭଲ ଭାବରେ ଘାଣ୍ଟନ୍ତୁ। ଯଦି ଆପଣ ଚାହାଁନ୍ତି, ସ୍ୱାଦ ବଢାଇବା ପାଇଁ ଆପଣ ଏଥିରେ ଟମାଟୋ ଏବଂ ଗ୍ରୀନ୍ ମଟର ମଧ୍ୟ ପକାଇ ପାରିବେ। ପ୍ରସ୍ତୁତ ହୋଇଗଲା ବାଜରା ଖେଚିଡି। ଏହାକୁ ଆପଣ ଆଚାର, ଦହି, ଆଳୁ ଚକଟା ସହ ଖାଇ ପାରିବେ।

Advertisment
Orissa Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe