କ୍ଷୀର, କଞ୍ଚା ଲଙ୍କା, ଟମାଟୋ କଟା, ପିଆଜ କଟା, ଅଦା ପେଷ୍ଟ୍, ରସୁଣ ପେଷ୍ଟ୍, ଗୋଟା ଜିରା, ଗରମ ମସଲା (ଡାଲଚିନି, ଗୁଜୁରାତି ଓ ଜିରାରେ ପ୍ରସ୍ତୁତ), ରିଫାଇନ୍ ତେଲ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ଲେମ୍ବୁ, ପାଣି ଓ ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଛେନା ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ କ୍ଷୀର ଢାଳି ଚୁଲିରେ ବସାଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। କ୍ଷୀର ଫୁଟିଯିବା ପରେ ସେଥିରେ ଲେମ୍ବୁ ରସ ପକାନ୍ତୁ। କ୍ଷୀର ଛିଣ୍ଡି ଛେନା ପ୍ରସ୍ତୁତ ହୋଇଯିବା ପରେ ସେହି ଛେନାକୁ ଛାଣି ଏକ ପାତ୍ରରେ ରଖନ୍ତୁ। ଏବେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଜିରା ପକାନ୍ତୁ।
ତା’ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ବାଦାମି ରଙ୍ଗ ହୋଇ ଆସିଲେ ସେଥିରେ କଞ୍ଚା ଲଙ୍କା ଓ ଟମାଟୋ ପକାଇ ଭାଜନ୍ତୁ। ଏହାପରେ ସେଥିରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ୍ ପକାଇ ଭଲଭାବେ କଷନ୍ତୁ। ମସଲା କଷି ହୋଇଯିବା ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ ଓ ୨ ମିନିଟ୍ ସେମିତି ଛାଡ଼ି ଦିଅନ୍ତୁ। ମସଲା କଡ଼େଇରେ ନ ଲାଗିବା ପାଇଁ ଅଳ୍ପ ପାଣି ଦେବେ। କିନ୍ତୁ ମସଲା ପାଣିଆ କରିବେନି ଶୁଖିଲା ହିଁ ରଖିବେ। ମସଲା ପ୍ରସ୍ତୁତ ହୋଇଯିବା ପରେ ସେଥିରେ ଛେନାକୁ ଗୁଣ୍ଡକରି ପକାନ୍ତୁ। ତା’ପରେ ତାକୁ ଭଲଭାବେ ଗୋଳାଇ ଦିଅନ୍ତୁ। ମସଲାରେ ଛେନା ଭଲ ଭାବେ ମିଶିଯିବା ପରେ ଚୁଲିରୁ କଡ଼େଇ ଓହ୍ଲାଇ ଦିଅନ୍ତୁ। ତା’ପରେ ତାକୁ ଏକ ପାତ୍ରରେ କାଢ଼ି ଦେଇ ଉପରେ ଅଳ୍ପ ଧନିଆ ପତ୍ର ପକାଇ ଦିଅନ୍ତୁ।
ପ୍ରସ୍ତୁତ ହୋଇଗଲା ' ଛେନା ମସଲା'। ଏହି ରେସିପିଟିକୁ ରୁଟି କିମ୍ୱା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।