Advertisment

ଗରମାଗରମ ରୁଟି ସହ ଖାଆନ୍ତୁ ଦହି ମଟନ

ଏହାକୁ ଭାତ ଓ ରୁଟି ସହ ଖାଇପାରିବେ।

author-image
Tapaswini Nayak
ଅଦ୍ୟତନ ହୋଇଛି
cord mutton

cord mutton

ଆବଶ୍ୟକ ସାମଗ୍ରୀ: ମଟନ, ସୋରିଷ ତେଲ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ହେଙ୍ଗୁ, ପାନ ମଧୁରୀ ଗୁଣ୍ଡ, ଧନିଆ ଗୁଣ୍ଡ, ଡାଲଚିନ ଗୁଣ୍ଡ,  ଦହି, ଗୁଜରାତି ଗୁଣ୍ଡ ଓ ଗୋଟା ଲବଙ୍ଗ

Advertisment

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ମଟନକୁ ଆଣି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ  ସେଥିରେ ଅଦା ପେଷ୍ଟକୁ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ହେଙ୍ଗୁ ପକାଇ ଗୋଳାଇ ଦିଅନ୍ତୁ।  ପରେ ସେଥିରେ ମଟନକୁ ପକାଇ  କିଛି ସମୟ  ପାଇଁ କଷନ୍ତୁ।

ମଟନ କଷି ହୋଇଯିବା ପରେ ସେଥିରେ ଏକ ଚାମଚ ପାନ ମଧୁରୀ ଗୁଣ୍ଡ, ଧନିଆ ଗୁଣ୍ଡ ଓ ଡାଲଚିନ ଗୁଣ୍ଡ ପକାଇ  ଗୋଳାଇ ଦିଅନ୍ତୁ। ତାପରେ  ଢ଼ାଙ୍କୁଣି  ଘୋଡ଼ାଇ  ଆଞ୍ଚରେ ବସାଇ ଦିଅନ୍ତୁ। କିଛି ସମୟ ପରେ ଢାଙ୍କୁଣି କାଢ଼ି ଦିଅନ୍ତୁ, ସେଥିରେ ବସା ଦହିକୁ ପକାଇ ଧିମା ଆଞ୍ଚ କରି ବସାଇ ଦିଅନ୍ତୁ। କିଛି ସମୟ ପରେ ସେଥିରେ ପାଣି ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୨୦ରୁ ୨୫ ମିନିଟ ପରେ ଘୋଡ଼ଣୀ କାଢ଼ି ଦିଅନ୍ତୁ। ସେଥିରେ ଗୁଜରାତି ଗୁଣ୍ଡ ଓ ଗୋଟା ଲବଙ୍ଗ ପକାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ମଟନ। ଏହାକୁ ଭାତ ଓ ରୁଟି ସହ ଖାଇପାରିବେ। 

Advertisment
Orissa Food Lifestyle