Advertisment

ଘରେ ତିଆରି କରନ୍ତୁ ରାଶି ଆରିସା

ଏହି ରାଶି ଆରିସା ପିଠାକୁ ଆପଣ ବହୁ ଦିନ ଘରେ ରଖି ଖାଇପାରିବେ । ଏହାଛଡ଼ା ଘରକୁ କୁଣିଆ ଆସିଲେ ଏହାକୁ ପରଷି ପାରିବେ ।

author-image
Tapaswini Nayak
ଅଦ୍ୟତନ ହୋଇଛି
Rashi arisa

Rashi arisa

ଆବଶ୍ୟକ ସାମଗ୍ରୀ:  ଅରୁଆ ଚାଉଳ, ରାଶି, କାଜୁ ବାଦାମ, ଚିନା ବାଦାମ, ଗୁଡ଼, ନଡ଼ିଆ କୋରା ଓ ରିଫାଇନ୍ ତେଲ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅରୁଆ ଚାଉଳକୁ କିଛି ସମୟ ପାଣିରେ ଭିଜାଇ ରଖନ୍ତ। ପରେ ତାକୁ ଛାଣି ଚୂନା ପ୍ରସ୍ତୁତ କରନ୍ତୁ। ଚାଉଳକୁ ପାଣିରେ ଭିଜାଇବା ବେଳେ ରାଶିକୁ ମଧ୍ୟ ପାଣିରେ ବତୁରାଇ ଦିଅନ୍ତୁ। କିଛି ସମୟ ପରେ ଏହାକୁ ଛାଣି ଭଲ ଭାବେ ଦଳି ଦିଅନ୍ତୁ, ଯେମିତି ଏଥିରୁ ଚୋପା ଛାଡ଼ିଯିବ। ଏହାପରେ କାଜୁ ବାଦାମ ଓ ଚିନା ବାଦାମକୁ ଭାଜି ଏକ ପାତ୍ରରେ ରଖନ୍ତୁ।  

ଏସବୁ ପ୍ରସ୍ତୁତି ଶେଷ ହେବା ପରେ ଏକ କଡ଼େଇରେ କିଛି ପାଣି ଦେଇ ଗରମ କରନ୍ତୁ଼।ପାଣି ଗରମ ହେବା ପରେ ସେଥିରେ ଗୁଡ଼ ପକାଇ ଫୁଟାନ୍ତୁ। ଗୁଡ଼ ପାଣିରେ ମିଶି ଫୁଟିଯିବା ପରେ ସେଥିରେ ନଡ଼ିଆ କୋରା, ଭଜା ଚିନାବାଦାମ ଓ ଭଜା କାଜୁ ବାଦାମ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଗୁଡ଼ ଅଠା ଧରିବା ପରେ ସେଥିରେ ପ୍ରସ୍ତୁତ ଚାଉଳ ଚୂନାକୁ ପକାଇ ଜନ୍ତଣି ପ୍ରସ୍ତୁତ କରନ୍ତୁ। ଏବେ ଏହି ଜନ୍ତଣିକୁ ଛୋଟ ଛୋଟ ଗୁଳା କରି ଚାପି ଆରିସା ପିଠାର ଆକୃତି ଦିଅନ୍ତୁ ଓ ଏଗୁଡ଼ିକର ଦୁଇ ପଟେ ରାଶି ଲଗାଇ ରିଫାଇନ୍‌ ତେଲରେ ଛାଣନ୍ତୁ। ଦୁଇ ପଟ ଲାଲ୍‌ ହୋଇଗଲେ ଏଗୁଡ଼ିକୁ ପ୍ଲେଟକୁ କାଢ଼ି ଦିଅନ୍ତୁ।ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ରାଶି ଆରିସା’।

Advertisment

ଏହି ରାଶି ଆରିସା ପିଠାକୁ ଆପଣ ବହୁ ଦିନ ଘରେ ରଖି ଖାଇପାରିବେ । ଏହାଛଡ଼ା ଘରକୁ କୁଣିଆ ଆସିଲେ ଏହାକୁ ପରଷି ପାରିବେ ।

Baripada Old Copul