Advertisment

ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI

ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...

ଅଦ୍ୟତନ ହୋଇଛି
Water Bottle

Water Bottle

Advertisment

କେବଳ ପ୍ୟାକେଜିଂ ଖାଦ୍ୟ ନୁହେଁ, ପାନୀୟ ଜଳ ବି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ଭାରତର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI) ପ୍ୟାକେଜ୍ ପାଣି ଏବଂ ମିନେରାଲ ପାଣିକୁ ବିପଦପୂର୍ଣ୍ଣ ଖାଦ୍ୟ ଶ୍ରେଣୀରେ ତାଲିକାଭୁକ୍ତ କରିଛି। ବର୍ତ୍ତମାନ ଏହାର କଡ଼ା ଯାଞ୍ଚ ଏବଂ ଅଡିଟ୍ କରାଯିବ। 

Advertisment

ଏହି ଉତ୍ପାଦଗୁଡିକ ଉପରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (BIS) ପ୍ରମାଣପତ୍ରର ଆବଶ୍ୟକତାକୁ ହଟାଇବା ପାଇଁ ସରକାର ଅକ୍ଟୋବରରେ ନିଷ୍ପତ୍ତି ନେଇଥିଲେ। ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ, କୌଣସି ବି ସାମଗ୍ରୀର ଲାଇସେନ୍ସ କିମ୍ବା ପଞ୍ଜୀକରଣ ପୂର୍ବରୁ ବାଧ୍ୟତାମୂଳକ ଭାବେ ଯାଞ୍ଚ କରାଯିବ। ଏହାପରେ  FSSAI ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। 

ତେବେ FSSAI ପ୍ୟାକେଜ୍ ପାଣି ଏବଂ ମିନେରାଲ ପାଣିକୁ ଅଧିକ ବିପଦପୂର୍ଣ୍ଣ ଖାଦ୍ୟ ତାଲିକାଭୁକ୍ତ କରିବାର ଅର୍ଥ ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ଅସୁରକ୍ଷିତ। ଏଥିପାଇଁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ, ବରଂ FSSAIର ଏହି ପଦକ୍ଷେପ ପରେ ଆଗକୁ ଗ୍ରାହକଙ୍କ ନିକଟରେ ଉଚ୍ଚମାନର ଏବଂ ସୁରକ୍ଷିତ ପାଣି ପହଞ୍ଚିବ। 

Advertisment

କାରଣ ସଂଶୋଧିତ ନିୟମ ଅନୁସାରେ, ଖାଉଟିଙ୍କ ପାଇଁ ଗୁଣବତ୍ତା ଏବଂ ନିରାପତ୍ତା ବଜାୟ ରଖିବା ଉଦ୍ଦେଶ୍ୟରେ ଉତ୍ପାଦଗୁଡ଼ିକର ନିୟମିତ ଯାଞ୍ଚ ଏବଂ ବାର୍ଷିକ ଅଡିଟ୍ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ କେବଳ ପ୍ୟାକେଜ୍ ପାଣି ନୁହେଁ, ଭାରତର ବଜାରରେ ଉପଲବ୍ଧ ଅନ୍ୟ କେତେକ ଖାଦ୍ୟର ମଧ୍ୟ ମାନକ ମାପିବ FSSAI। ତେବେ ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ଅନ୍ୟ କେଉଁସବୁ ଖାଦ୍ୟ ରହିଛି, ଜାଣନ୍ତୁ...

  • ଦୁଗ୍ଧ ଏବଂ ଏଥିରୁ ପ୍ରସ୍ତୁତ ହେଉଥିବା ଦ୍ରବ୍ୟ।
  • ବିଭିନ୍ନ ପ୍ରକାର ମାଂସ, ମାଛ, ଅଣ୍ଡା ଏବଂ ଏଥିରୁ ତିଆରି ଖାଦ୍ୟ। 
  • ନିର୍ଦ୍ଦିଷ୍ଟ ପୁଷ୍ଟିକର ବ୍ୟବହାର ପାଇଁ ଉଦ୍ଦିଷ୍ଟ ଖାଦ୍ୟ।
  • ପ୍ୟାକେଜ୍ ଖାଦ୍ୟ।
  • ଭାରତୀୟ ମିଠା। 
  • ପୁଷ୍ଟିକର ଖାଦ୍ୟ ଏବଂ ଏଥିରୁ ତିଆରି ଖାଦ୍ୟ (ଭିଟାମିନ ଏବଂ ମିନେରାଲ୍ସର ମିଶ୍ରଣରୁ ତିଆରି ହେଉଥିବା ଚାଉଳ)
Drinking Water FSSAI High-risk Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe