Advertisment

ବିଶ୍ୱର ଶ୍ରେଷ୍ଠ ୧୦ ମିଠା ମଧ୍ୟରେ ରସ ମଲାଇ ଦ୍ୱିତୀୟ

ପୋଲାଣ୍ଡର ସେର୍ନିକ୍ ମିଠାକୁ ମିଳିଛି ପ୍ରଥମ ସ୍ଥାନ।

author-image
Debibandita Barick
Ras Malai

Ras Malai

ଆମ ଦେଶରେ ବିଭିନ୍ନ ଖାଦ୍ୟ ମଧ୍ୟରୁ ମିଠାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ସେଥି ମଧ୍ୟରୁ ଛେନାରେ ତିଆରି ମିଠାର ସ୍ୱାଦ ଟିକେ ନିଆରା। ଏସବୁ ମିଠା ମଧ୍ୟରେ ରସଗୋଲା, ଛେନାପୋଡ଼, ରସ ମଲାଇ, ଛେନା ଝିଲ୍ଲୀ ଅନ୍ୟତମ। ନିକଟରେ ବିଶ୍ୱର ପ୍ରିୟ ମିଠାର ଏକ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ରସ ମଲାଇ ଦ୍ୱିତୀୟ ସ୍ଥାନରେ ରହିଛି।

Advertisment

ଲୋକପ୍ରିୟ ଫୁଡ୍ ଗାଇଡ୍ ଟେଷ୍ଟ୍ ଆଟଲାସ୍ '୧୦ ଶ୍ରେଷ୍ଠ ଛେନାରେ ତିଆରି ମିଠା'ର ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବିଶ୍ୱର ବିଭିନ୍ନ ଦେଶର ସୁଆଦିଆ ୧୦ ପ୍ରକାରର ମିଠା ସ୍ଥାନ ପାଇଛି। ଏଥିରେ ପ୍ରଥମ ସ୍ଥାନରେ ପୋଲାଣ୍ଡର ସେର୍ନିକ୍ ମିଠା ଥିବାବେଳେ ଦ୍ୱିତୀୟରେ ରହିଛି ଭାରତର ରସ ମଲାଇ।

ପଶ୍ଚିମବଙ୍ଗର ମିଠା ଭାବେ ପରିଚୟ ପାଇଥିବା ରସ ମଲାଇ ସାଧାରଣତଃ କ୍ଷୀର ଏବଂ ଛେନାରେ ପ୍ରସ୍ତୁତ କରାଯାଏ। ଏହି ମିଠାକୁ ୪.୪ ଷ୍ଟାର୍ ମିଳିଥିବା ବେଳେ ପୋଲାଣ୍ଡର ସେର୍ନିକକୁ ୪.୫ ଷ୍ଟାର୍ ମିଳିଛି। ପୋଲାଣ୍ଡର ସେର୍ନିକ୍ ଅଣ୍ଡା, ଚିନି ଏବଂ ତ୍ୱରୋଗରେ ପ୍ରସ୍ତୁତ କରାଯାଏ। ତ୍ୱରଗ ଏକ ପ୍ରକାର ଦହି ପନିର୍। ଏହି ପନିର କେକ୍ ଖୁବ୍ ନରମ ଏବଂ ଏହା ଉପରେ ଜେଲି ଏବଂ ଛୋଟ ଛୋଟ କଟା ଫଳରେ ସଜା ଯାଇଥାଏ। ଅନ୍ୟ କେଉଁ ଦେଶର ମିଠା ଟପରେ ରହିଛି ଜାଣନ୍ତୁ...

Advertisment

୧. ସେର୍ନିକ୍, ପୋଲାଣ୍ଡ 
୨. ରସ ମଲାଇ, ଭାରତ
୩. ସ୍ଫାକିଆନୋପିତା, ଗ୍ରୀସ୍
୪. ନ୍ୟୁୟର୍କ ଷ୍ଟାଇଲ୍ ପନିର କେକ୍, ଆମେରିକା
୫. ଜାପାନିଜ ପନିର କେକ୍, ଜାପାନ
୬. ବସ୍କ୍ୟୁ ଚିଜ୍ କେକ୍, ସ୍ପେନ୍ 
୭. ରାକୋକଜି ତୁରୋସ୍, ହଙ୍ଗେରୀ 
୮. ମେଲୋପିତା, ଗ୍ରୀସ୍
୯. କାସେକୁଚେନ୍, ଜର୍ମାନୀ 
୧୦. ମିସା ରେଜି, ଚେକ ରିପବ୍ଲିକ୍

Ras Malai Rank Ras Malai World Top Sweets Best Cheese Desserts