Advertisment

କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍

ଗୁଣବତ୍ତା ଓ ମାନ ଯାଞ୍ଚ ପରେ ରସାବଳିକୁ ଆଜି ଜିଆଇ ଟ୍ୟାଗ୍ ମିଳିଛି।

ଅଦ୍ୟତନ ହୋଇଛି
Rasabali

Rasabali

Advertisment

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍। ୨୦୨୧ ମସିହାରେ କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘ ରସାବଳିର ଜିଓଗ୍ରାଫିକାଲ ଇଣ୍ଡିକେସନ (ଜିଆଇ) ସ୍ୱୀକୃତି ପାଇଁ ଆବେଦନ କରିଥିଲା। ଗୁଣବତ୍ତା ଓ ମାନ ଯାଞ୍ଚ ପରେ ରସାବଳିକୁ ଆଜି ଜିଆଇ ଟ୍ୟାଗ୍ ମିଳିଛି। କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ ଦେବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା।

Advertisment

ଏହା ପୂର୍ବରୁ ଗତମାସରେ ନୟାଗଡ଼ ଜିଲ୍ଲାରେ ମିଳୁଥିବା ବିଶେଷ ପ୍ରକାର ବାଇଗଣ ‘କଣ୍ଟେଇମୁଣ୍ଡି’କୁ ଜିଓଗ୍ରାଫିକାଲ ଇଣ୍ଡିକେସନ(ଜିଆଇ) ମାନ୍ୟତା ମିଳିଥିଲା। ନୟାଗଡ଼ ଜିଲ୍ଲାରେ କଣ୍ଟିଲୋର ମହାନଦୀ ଅବବାହିକାରେ ମିଳୁଥିବା ଏହି ବିଶେଷ ପ୍ରକାରର ବାଇଗଣକୁ ଜିଆଇ ଟ୍ୟାଗ୍ ଦେବା ନିମନ୍ତେ ୨୦୨୧ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପକ୍ଷରୁ ଆବେଦନ କରାଯାଇଥିଲା। ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବାଣପୁରର ନୀଳମାଧବ କୃଷି ସଂଗଠନ ପକ୍ଷରୁ ଓୟୁଏଟି ଏହି ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିଥିଲେ। ସେହିପରି ଗତମାସରେ ମୟୂରଭଞ୍ଜ କାଇ ପିମ୍ପୁଡି ଚଟଣି ସହିତ ଢେଙ୍କାନାଳ ମଗଜି ଲଡୁ ଓ କୋରାପୁଟର କଳାଜିରା ଚାଉଳ ଆଦିକୁ ମିଳିଥିଲା ଜିଆଇ ଟ୍ୟାଗ।

GITag Rasabali
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe