Advertisment

ହୋଲିରେ ଘରେ ତିଆରି କରନ୍ତୁ ଖୁଆ ଚିକେନ୍‌

ଖୁଆ ଚିକେନକୁ ଆପଣଙ୍କ ଭାତ ଓ ରୁଟିରେ ଖାଇ ପାରିବେ।

khua chicken

khua chicken

Advertisment

ଆବଶ୍ୟକ ସାମଗ୍ରୀ: ଚିକେନ୍, ଦହି, ଖୁଆ, ଶୁଖିଲା ଲଙ୍କା, ଧନିଆ, ପାନମଧୁରୀ, ପିଆଜ, କଳା ଜିରା, ଲବଙ୍ଗ, ଡାଲଚିନି, କ୍ୟାପ୍‌ସିକମ୍‌, ଅଦା ରସୁଣ ବଟା, କଟା ରସୁଣ, ଗରମ ମସଲା, ଧନିଆପତ୍ର,  ଲୁଣ, ହଳଦି ଓ  ଲଙ୍କା ଗୁଣ୍ଡ,

Advertisment

ପ୍ରସ୍ତୁତି ପ୍ରଣାଳୀ: ଖୁଆ ଚିକେନ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କରେଇରେ ଶୁଖିଲା ଲଙ୍କା, ପାନମଧୁରୀ, ଧନିଆ ଓ କଳାଜିରା ପକାଇ ଅଳ୍ପ ସମୟ ପାଇଁ ଭାଜି ଦିଅନ୍ତୁ । ଏହି ଭଜା ଗୋଟା ମସଲାକୁ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ।

ପରେ ଚିକେନ୍‌କୁ ଭଲ କରି ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଗୋଟା ମସଲା ଗୁଣ୍ଡ, ଦହି, ଖୁଆକୁ ପକାଇ ଭଲଭାବରେ ଗୋଳାଇ ଦିଅନ୍ତୁ। ପରେ ତାକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖି ଦିଅନ୍ତୁ।

Advertisment

ଏହାପରେ କରେଇରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଟା ଡାଲଚିନି ପକାନ୍ତୁ। ପରେ କଟା ପିଆଜ ପକାଇ ବାଦାମୀ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପିଆଜର ରଙ୍ଗ ବାଦାମୀ ହେବାପରେ ଅଦାରସୁଣ ବଟା ପକାଇ କିଛି ସମୟ ପାଇଁ କଷନ୍ତୁ। ମସଲା କଷି ହେବା ପରେ ସେଥିରେ କଟା କ୍ୟାପସିକମ୍‌ ଓ ଗୋଟା ରସୁଣ ପକାଇ୨ ରୁ ୩ ମିନିଟ୍ ଭାଜନ୍ତୁ। ପରେ ସେଥିରେ ଆବଶ୍ୟକ ଅନୁସାରେ ଲୁଣ, ହଳଳି ଓ ଲଙ୍କାଗୁଣ୍ଡ ପକାଇ ଦିଅନ୍ତୁ।

ଯେତେବେଳେ ମସଲାରୁ ତେଲ ଛାଡ଼ି ଆସିବ ସେତେବେଳେ ଗୋଳା ହୋଇ ରହିଥିବା ଚିକେନ୍‌କୁ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପରେ ତାକୁ କିଛି ସମୟ କଷନ୍ତୁ।  ସେଥିରେ ଅଳ୍ପ ପାଣି ଦେଇ ଚିକେନକୁ ସିଝିବା ପାଇଁ ଛାଡ଼ି ଦିଅନ୍ତୁ। ଚିକେନ ସିଝିଗଲା ପରେ ସେଥିରେ ଗରମ ମସଲା ଓ ଧନିଆପତ୍ର ପକାଇ ଦିଅନ୍ତୁ। ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ଖୁଆ ଚିକେନ୍‌’।

Lifestyle Odisha Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe