chicken hong kong
ଆବଶ୍ୟକ ସାମଗ୍ରୀ: ବୋନଲେସ୍ ଚିକେନ, ଚିକେନ ଷ୍ଟକ, ଲୁଣ, ଗୋଲମରିଚ ଗୁଣ୍ଡ, କର୍ଣ୍ଣଫ୍ଲୋର, ରିଫାଇନ , ସ୍ପ୍ରିଙ୍ଗ ଓନିଅନ, ଶୁଖିଲା ଲଙ୍କା, ରେଡ ଚିଲି ସସ୍, ସୋୟା ସସ୍, ପିଆଜ, ଭିନେଗାର, ଅଣ୍ଡା ।
ପ୍ରସ୍ତୁତି ପ୍ରଣାଳୀ: ଏକ ପାତ୍ରରେ ବୋନଲେନସ ଚିକେନ ନେଇ ଭଲ ଭାବେ ଧୋଇ ଦିଅନ୍ତୁ । ସେଥିରେ ଲୁଣ, ଗୋଳମରିଚ ଗୁଣ୍ଡ, କର୍ଣ୍ଣଫ୍ଲୋର, ଏକ ଅଣ୍ଡାର ଧଳା ଅଂଶ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ।
ଏହି ମିଶ୍ରଣକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଘୋଡ଼ାଇ ରଖି ଦିଅନ୍ତୁ।ଏହାପରେ ଗ୍ୟାସରେ କଡେଇ ବସାଇ ତେଲ ପକାଇ ଗରମ କରନ୍ତୁ।। ତେଲ ଗରମ ହେବା ପରେ ବୋନଲେନସ ଚିକେନ ପକାଇ ଏହାକୁ ଫ୍ରାଏ କରନ୍ତୁ। ପରେ ସେଥିରେ ସ୍ପ୍ରିଙ୍ଗ ଓନିଅନ, ଶୁଖିଲା ଲଙ୍କା ପକାନ୍ତୁ।ଏହାପରେ ସେଥିରେ ଚିଲି ସସ୍, ସୋୟା ସସ୍, ପିଆଜ, ଫ୍ରାଏଡ ଚିକେନ, ଲୁଣ, ଗୋଲମରିଚ ଗୁଣ୍ଡ, ଭିନେଗାର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। କର୍ଣ୍ଣଫ୍ଲୋରରେ କିଛି ପାଣି ମିଶାଇ ଏହାକୁ ଚିକେନରେ ପକାଇ ଦିଅନ୍ତି। କିଛି ମସୟ ଏହାକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗରମ ଗରମ ବୋନଲେସ୍ ଚିକେନ ହଂକଂ । ଏହି ରେସିପିକୁ ନାନ୍ କିମ୍ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1723000257.jpg)