Advertisment

ଦୋଳ ପୂର୍ଣ୍ଣିମାରେ ଘରେ ତିଆରି କରନ୍ତୁ କାଲାକନ୍ଦ

ଦୋଳ ପୂର୍ଣ୍ଣିମାରେ କାଲାକନ୍ଦ ମିଠା ଘରେ ତିଆରି କରି ଠାକୁରଙ୍କ ପାଖରେ ଭୋଗ ଲଗାଇ ପାରିବେ।

author-image
Tapaswini Nayak
kalakanda

kalakanda

ଆବଶ୍ୟକ ସାମଗ୍ରୀ:  ଖୁଆ, ଛେନା, କ୍ରିମ୍‌, କ୍ଷୀର, ଚିନି, ଡାଲଚିନି ଗୁଣ୍ଡ, କଟା ବାଦାମ୍ ଓ ଘିଅ ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛେନା ଓ ଖୁଆକୁ ଭଲଭାବେ ଏକାଠି ମିଶାଇ ଚକଟି ଦିଅନ୍ତୁ। ଏହାପରେ କରେଇରେ ଘିଅ ପକାଇ ଗରମ କରନ୍ତୁ। କରେଇରେ ଘିଅ ଗରମ ହେବା ପରେ ଛେନା ଓ ଖୁଆର ମିଶ୍ରଣକୁ ପକାନ୍ତୁ । ଏହାପରେ ସେଥିରେ କ୍ରିମ୍‌ ଓ କ୍ଷୀର ପକାଇ ଭଲ ଭାବେ ଗୋଳାନ୍ତୁ । ଏହାକୁ ଲଗାତାର ଭାବେ ଗୋଳାଇ ରଖନ୍ତୁ ଯେପରି ଏହା ତଳେ ଲାଗି ନଯାଏ ।

ଏହି ମିଶ୍ରଣକୁ ଅଳ୍ପ ଆଞ୍ଚରେ ଫୁଟାନ୍ତୁ। ଏହା ଫୁଟି ଶୁଖିଲା ହେବା ଯାଏ ଗୋଳାନ୍ତୁ । ଏହା ଶୁଖା ହୋଇଯିବା ପରେ ଏଥିରେ ଚିନି ଓ ଡାଲଚିନି ଗୁଣ୍ଡ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ଏହାପରେ କରେଇକୁ ତଳକୁ ଓହ୍ଲାଇ ଦିଅନ୍ତୁ। ଏହାପରେ ଏକ ବଡ଼ ଥାଳି ନିଅନ୍ତୁ ,ସେଥିରେ ହାଲକା ଭାବେ ଘିଅ ଲଗାଇ ଏଥିରେ ଏହି ମିଶ୍ରଣକୁ ପକାଇ ପିଠା ଆକାରରେ ଥାପି ଦିଅନ୍ତୁ।

Advertisment

ପରେ  ଏହା ଉପରେ କଟା ବାଦାମ୍‌, ଅଳ୍ପ କେଶର ପକାଇ ସଜାଇ ଦିଅନ୍ତୁ। ପରେ ଏହାକୁ କ୍ୟୁବ୍‌ ସାଇଜ୍‌ରେ କାଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ କାଲାକନ୍ଦ।

Odisha Food