Advertisment

ଭାତ କିମ୍ବା ରୁଟି ସହ ଖାଆନ୍ତୁ ‘ମସରୁମ୍ କୋର୍‌ମା’

‘ମସରୁମ୍ କୋର୍‌ମା’କୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।

author-image
Tapaswini Nayak
ଅଦ୍ୟତନ ହୋଇଛି
mashroom korma

mashroom korma

ଆବଶ୍ୟକ ସାମଗ୍ରୀ: ଛତୁ, ଦହି, ଚାରୁ ମଗଜ, କାଜୁ, ନଡ଼ିଆ କୋରା, ଅଦା ଓ ରସୁଣ ପେଷ୍ଟ, କଟା ପିଆଜ,କଟା କଞ୍ଚା ଲଙ୍କା, କଟା ଧନିଆ ପତ୍ର, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା, ଗୁଜୁରାତି, ଡାଲଚିନି, ଲବଙ୍ଗ, ତେଜପତ୍ର, ତେଲ, ଗରମ କସଲା, ଧନିଆ ପତ୍ର ଓ ସ୍ୱାଦନୁସାରେ ଲୁଣ ।

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାରୁମଗଜ ଓ କାଜୁକୁ ପାଣିରେ ଭିଜାଇ ରଖନ୍ତୁ। ଏହା ଭଲଭାବେ ଭିଜି ଗଲା ପରେ ଏହାକୁ ଛାଣି ଦିଅନ୍ତୁ। ଏହାପରେ କୋରା ନଡ଼ିଆ ସହ ଚାରୁ ମଗଜ ଏବଂ କାଜୁକୁ ମିଶାଇ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ। ପରେ କଡ଼େଇରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେଲାପରେ ସେଥିରେ ଜିରା, ତେଜପତ୍ର, ଲବଙ୍ଗ, ଗୁଜୁରାତି ଓ ଡାଲଚିନି ପକାଇ ଅଳ୍ପ ସମୟ ପାଇଁ ଭାଜନ୍ତୁ। ଏହା ଭାଜି ହୋଇଗଲା ପରେ  କରେଇରେ କଟା ପିଆଜ ପକାଇ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ।

ଏହା ଭାଜି ହୋଇଯିବା ପରେ ସେଥିରେ ଅଦାରସୁଣ ପେଷ୍ଟ୍‌, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ କଷନ୍ତୁ। ପରେ ସେଥିରେ ଅଳ୍ପ ଦହି ଓ ପୂର୍ବରୁ ପ୍ରସ୍ତୁତ କରିଥିବା ପେଷ୍ଟକୁ ପକାଇ କିଛି ସମୟ ପାଇଁ କଷନ୍ତୁ। ମସଲା ଭଲ ଭାବେ କଷି ହେବା ପରେ ଛତୁ ଓ ଗ୍ରୀନ୍‌ ମଟର ପକାଇ ଗୋଳାଇ ଦିଅନ୍ତୁ । ସେଥିରେ ଅଳ୍ପ ପାଣି ଦେଇ କିଛି ସମୟ ପାଇଁ ଢାଙ୍କି ଦିଅନ୍ତୁ। କିଛି ସମୟ ପରେ ସେଥିରେ ଗରମ ମସଲା ଓ ଧନିଆ ପତ୍ର ପକାଇ ଗ୍ୟାସରୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ମସରୁମ୍ କୋର୍‌ମା’।। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।

Advertisment
Orissa Food