Advertisment

ଶିଳ୍ପପତି ଓ ମାଷ୍ଟର ସେଫଙ୍କୁ କିମିଆ କଲା ଦହିବରା ଆଳୁଦମ୍, ଭୂରି ଭୂରି କଲେ ପ୍ରଶଂସା

"ଏକ ସୁସ୍ୱାଦୁ ଷ୍ଟ୍ରିଟ୍ ଫୁଡ୍ ଦହିବରା ଆଳୁଦମ, ଯାହା କେବେ ଓଡ଼ିଶାର ବାହାରକୁ ଆସିପାରି ନାହିଁ। ଯଦି ପାରୁଛନ୍ତି କେବେ ଟ୍ରାଏ କରନ୍ତୁ - ଖୁବ୍ ୟୁମି!"

ଅଦ୍ୟତନ ହୋଇଛି
dahi bara aloo dum

dahi bara aloo dum

Advertisment

ଆମ ଓଡ଼ିଶାର ଖାଇବା ଯାହା ପାଟିରେ ବାଜିଛି, ସେ ଗୁଣ ଗାଇଛି.. ପୂର୍ବରୁ ଏମେତି କେତେ ଉଦାହରଣ ରହିଛି। ରସଗୋଲା ହେଉ କି ପିଠାପଣା, ଓଡ଼ିଶାର ପାରମ୍ପାରିକ ଖାଦ୍ୟର ଥାଏ ସ୍ୱତନ୍ତ୍ର ପରିଚୟ। ଏବେ ଏହି ପରିଚୟରେ ଯୋଡ଼ି ହୋଇଛି ଆଉ ଏକ ପ୍ରସିଦ୍ଧ ଷ୍ଟ୍ରିଟ୍ ଫୁଡ୍ ଦହିବରା ଆଳୁଦମ୍।

Advertisment

ଜାତୀୟ ସ୍ତରରେ ଏବେ କଟକ ପ୍ରସିଦ୍ଧ ଦହିବରା ଆଳୁଦମକୁ ନେଇ ଚର୍ଚ୍ଚା ଚାଲିଛି। ବୁଧବାର ଶିଳ୍ପପତି ହର୍ଷ ଗୋଏଙ୍କା ଦହିବରା ଆଳୁଦମର ଭୂରି ଭୂରି ପ୍ରଶଂସା କରିଛନ୍ତି। ସେ ସୋଶାଲ ମିଡିଆରେ ଦହିବରା ବିକ୍ରି ସମୟର ଏକ ଭିଡିଓ ଶେଆର୍ କରିଛନ୍ତି, ଯାହା ଖୁବ୍ ମାତ୍ରାରେ ଭାଇରାଲ୍ ହେଉଛି। ଗୋଏଙ୍କା ଦହିବରା ଆଳୁଦମକୁ ପ୍ରଶଂସା କରିବା ସହ ଦେଶରେ ଏପରି ଏକ ଖାଦ୍ୟକୁ ପରିଚୟ ମିଳୁ ବୋଲି କହିଛନ୍ତି।

Advertisment

ଗୋଏଙ୍କା ଏକ୍ସ ପୋଷ୍ଟରେ ଲେଖିଛନ୍ତି, "ଏକ ସୁସ୍ୱାଦୁ ଷ୍ଟ୍ରିଟ୍ ଫୁଡ୍ ଦହିବରା ଆଳୁଦମି, ଯାହା କେବେ ଓଡ଼ିଶାର ବାହାରକୁ ଆସିପାରି ନାହିଁ। ଯଦି ପାରୁଛନ୍ତି କେବେ ଟ୍ରାଏ କରନ୍ତୁ - ଖୁବ୍ ୟୁମି!

ସେହିପରି ମାଷ୍ଟର ସେଫ୍ ବିକାଶ ଖାନ୍ନା ମଧ୍ୟ ଦହିବରା ଆଳୁଦମର ଖୁବ୍ ପ୍ରଶଂସା କରିଛନ୍ତି। ନିକଟରେ ଖନ୍ନା ଓଡ଼ିଶା ଭ୍ରମଣ ସମୟରେ ରାସ୍ତାକଡ଼ରେ ଛିଡ଼ା ହୋଇ ଦହିବରା ଖାଇଥିବାର ଭିଡିଓ ପୋଷ୍ଟ କରିଛନ୍ତି। ସେ ଏକ ସାକ୍ଷାତକାର ସମୟରେ ମଧ୍ୟ ଦହିବରା ଆଳୁଦମକୁ ପ୍ରଶଂସା କରିଛନ୍ତି, ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

ଖାନ୍ନା ଦହିବରା ଖାଇବା ସମୟର ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ସ୍ୱାଦ, ଗଠନ, ରଙ୍ଗ ଏବଂ ରୋଷେଇର ତରିକାରେ ଏହା ଅନ୍ୟତମ ଶ୍ରେଷ୍ଠ ଉଦାହରଣ। ସବୁବେଳେ ଦହିବରା ଆଳୁଦମ୍।

Dahi Bara Aloo Dum Harsh Goenka Vikas Khanna Street Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe