Advertisment

ଭାତ କିମ୍ବା ରୁଟି ସହ ଖାଆନ୍ତୁ ସୁଆଦିଆ ଦହି ପୋଟଳ, ଜାଣି ରଖନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଖରା ଦିନେ ପୋଟଳ ସବୁଠି ମିଳୁଥିବା ବେଳେ ଏହା ଖାଇବାକୁ ବି ସୁଆଦିଆ। ପୋଟଳ ଭଜା, ତରକାରୀ, ରସା ଆଦି ଆମେମାନେ ସବୁବେଳେ ଖାଉଥିବା ବେଳେ ଆଜି ପ୍ରସ୍ତୁତ କରିବା ଦହି ପୋଟଳ ।

dahi potala

Recipe

Advertisment

ଖରା ଦିନେ ପୋଟଳ ସବୁଠି ମିଳୁଥିବା ବେଳେ ଏହା ଖାଇବାକୁ ବି ସୁଆଦିଆ। ପୋଟଳ ଭଜା, ତରକାରୀ, ରସା ଆଦି ଆମେମାନେ ସବୁବେଳେ ଖାଉଥିବା ବେଳେ ଆଜି ପ୍ରସ୍ତୁତ କରିବା ଦହି ପୋଟଳ । ଏହା ପ୍ରସ୍ତୁତ କରିବାକୁ ଯେତେ ସହଜ, ଖାଇବାକୁ ସେତେ ସୁଆଦିଆ ।

Advertisment

ଆବଶ୍ୟକ ସାମଗ୍ରୀ: ପୋଟଳ, ରିଫାଇନ୍‌ ତେଲ, ଡାଲଚିନି, ଗୁଜରାତି, ଚିନି, ପିଆଜ, ଅଦା, ରସୁଣ, ଟମାଟୋ, ଲୁଣ,ହଳଦି, ଲଙ୍କା ଗୁଣ୍ଡ, ଜିରା ଓ ଧନିଆ ଗୁଣ୍ଡ,ଦହି , ଗରମ ମସଲା, ଧନିଆ ପତ୍ର

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ପୋଟଳକୁ ମଝିରୁ ୪ ଫାଳ କରି କରି ଦିଅନ୍ତୁ। ଏହାପରେ ଗ୍ୟାସ୍‌ ଅନ୍‌ କରି ପ୍ୟାନ୍‌ ବସାଇ ପୋଟଳକୁ ପକାନ୍ତୁ। ଲୁଣ, ହଳଦି ଦେଇ ତାହାକୁ ଫ୍ରାଏ କରି ଦିଅନ୍ତୁ।

Advertisment

ଏହାପରେ ପ୍ୟାନ୍‌ରେ ମସଲା କଷିବା ପାଇଁ ତେଲ ଦିଅନ୍ତୁ। ସେଥିରେ କିଛି ଚିନି ସହ ଡାଲଚିନି ଓ ଗୁଜରାତି ପକାନ୍ତୁ। ଏବେ ସେଥିରେ କଟା ପିଆଜ ପକାନ୍ତୁ। ପିଆଜ ଗୋଲଡେନ ଫ୍ରାଏ ହେବା ପରେ ସେଥିରେ ଅଦା, ରସୁଣ ପେଷ୍ଟ ପକାନ୍ତୁ। ମସଲାରେ ଲୁଣ,ହଳଦି, ଲଙ୍କା ଗୁଣ୍ଡ, ଜିରା ଓ ଧନିଆ ଗୁଣ୍ଡ ପକାଇ ଭଲ ଭାବେ କଷି ଦିଅନ୍ତୁ। ଏହାପରେ ସେଥିରେ ଟିକି ଟିକି କଟା ଟମାଟୋ ପକାନ୍ତୁ । ଟମାଟୋ ନରମ ହେବା ପରେ ସେଥିରେ ଭଲ ଭାବେ ଫେଣ୍ଟି ଦହି ପକାନ୍ତୁ।

ଦହି ଭଲ ଭାବେ ମସଲା ସହ ମିଶି କଷି ହେବା ପରେ ସେଥିରେ ଅଳ୍ପ ପାଣି ପକାଇ ଦିଅନ୍ତୁ। ଏହା ଭଲ ଭାବେ ଫୁଟିବା ପରେ ସେଥିରେ ଫ୍ରାଏ ହୋଇଥିବା ପୋଟଳକୁ ପକାଇ ଦିଅନ୍ତୁ। ଭଲ ଭାବେ ଗୋଳାଇବା ପରେ ଢାଙ୍କୁଣି ଦେଇ ଗ୍ୟାସ୍‌କୁ ସିମ୍‌ କରି ଦିଅନ୍ତୁ। ପ୍ରାୟ ୨, ୩ ମିନିଟ୍‌ ପରେ ଏହାକୁ ଭଲଭାବେ କଷି ସେଥିରେ ଗରମ ମସଲା ପକାଇ ଦିଅନ୍ତୁ। ତାହା ଉପରେ ଧନିଆ ପତ୍ର ଦେଇ ପରଷି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ ଦହି, ପୋଟଳ ।

ଏହାକୁ ଆପଣ ଭାତ, ରୁଟି କିମ୍ବା ପରଟା ସହ ଖାଇ ପାରିବେ।

Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe