Advertisment

ସନ୍ଧ୍ୟା ବେଳେ ଚା’ ସହ ପନିର ପକୋଡାର ମଜା ଅଲଗା, ଜାଣି ରଖନ୍ତୁ କିପରି କରିବେ

ଶୀତ ଦିନେ ସନ୍ଧ୍ୟା ବେଳେ ଗରମାଗରମ ପକୋଡା ଖାଇବାର ମଜା ଅଲଗା। ଚା’ ସହ ଏହାର ମଜା ଦୁଇ ଗୁଣ ହୋଇଯାଏ।

Paneer Pakoda

Paneer Pakoda

Advertisment

ଶୀତ ଦିନେ ସନ୍ଧ୍ୟା ବେଳେ ଗରମାଗରମ ପକୋଡା ଖାଇବାର ମଜା ଅଲଗା। ଚା’ ସହ ଏହାର ମଜା ଦୁଇ ଗୁଣ ହୋଇଯାଏ। ତେଣୁ ଆସନ୍ତୁ ଆଜି ଘରେ ପନିର ପକୋଡା ପ୍ରସ୍ତୁତ କରିବା। 

Advertisment

ଆବଶ୍ୟକ ଉପକରଣ: ପନିର, ବେସନ, ଲୁଣ, ହଳଦି, ଗୋଟା ଜିରା, ଚିଲି ଫ୍ଲେକ୍ସ, ଅଦା ରସୁଣ ଛେଚା, ଧନିଆ ପତ୍ର, ଲଙ୍କା ଗୁଣ୍ଡ, ରିଫାଇନ, ଚାଟ ମସଲା

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ବେସନ ନିଅନ୍ତୁ। ସେଥିରେ ଲୁଣ, ହଳଦି, ଗୋଟା ଜିରା, ଚିଲି ଫ୍ଲେକ୍ସ, ଅଦା ରସୁଣ ଛେଚା, ଧନିଆ ପତ୍ର, ଲଙ୍କା ଗୁଣ୍ଡ ପକାନ୍ତୁ। ଏବେ ସେଥିରେ ଅଳ୍ପ ଅଳ୍ପ ପାଣି ଦେଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ। ଘୋଳକୁ ବେଶି ମୋଟା କି ପତଳା କରନ୍ତୁ ନାହିଁ। ସେଥିରେ କିଛି ରିଫାଇନ ତେଲ ପକାନ୍ତୁ। ଏହାକୁ ୧୦ ମିନିଟ୍‌ ଘୋଡ଼ାଇ ଛାଡ଼ି ଦିଅନ୍ତୁ ।

Advertisment

ଏହାପରେ ପନିରକୁ ଛୋଟ ଛୋଟ ସ୍କୋୟାର ସାଇଜର କାଟି ଦିଅନ୍ତୁ। ପନିର ଉପରେ କିଛି ଲୁଣ ଓ ଚାଟ ମସଲା ଛିଞ୍ଚି ଦିଅନ୍ତୁ। ଏହାପରେ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ପନିରକୁ ବେସନ ଘୋଳରେ ବୁଡ଼ାଇ ଛାଣନ୍ତୁ। ଏହାକୁ ମିଡିୟମ ଫ୍ଲେମରେ ଫ୍ରାଏ କରନ୍ତୁ। ଉଭୟ ପାର୍ଶ୍ୱ ଗୋଲଡେନ ଫ୍ରାଏ ହେବା ପରେ ତାହାକୁ ବାହାର କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପନୀର ପକୋଡା।

ଏହାକୁ ଟମାଟୋ ସସ୍‌ ଓ ଗ୍ରୀନ୍‌ ଚଟଣି ସହ ସର୍ଭ କରନ୍ତୁ।

Odia Food Recipe Healthy Food
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe