Advertisment

ପାରିଜାତକ ପିଠାର ସ୍ୱାଦ ନିଆରା; ନିଜେ ଖାଆନ୍ତୁ, ଅନ୍ୟକୁ ଖୁଆନ୍ତୁ

ଏହାକୁ ଛୋଟ ଛୋଟ ଗୁଳା କରି କାକରା ପରି ପିଠା ଗଢ଼ି ଦିଅନ୍ତୁ। ଏହାପରେ ଗ୍ୟାସ୍‌ରେ ଏକ ପ୍ୟାନ୍‌ରେ ଗୁଆଘିଅ କିମ୍ବା ରିଫାଇନ ଗରମ କରନ୍ତୁ।

ଅଦ୍ୟତନ ହୋଇଛି
Parijata Pitha

Parijata Pitha

Advertisment

ଆବଶ୍ୟକ ସାମଗ୍ରୀ: ନଡ଼ିଆ, କଦଳି, ଗୋଲମରିଚ, ଲବଙ୍ଗ, ଗୁଜରାତି, ଗୁଡ, ଲୁଣ, ଅଟା, ଗୁଆ ଘିଅ, କ୍ଷୀର, ରିଫାଇନ

Advertisment

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ନଡ଼ିଆ କୋରା, କଦଳି, ଗୋଲମରିଚ ଗୁଣ୍ଡ, ଗୁଡ, ଲୁଣ, ଲବଙ୍ଗ, ଗୁଜରାତି ଗୁଣ୍ଡ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ସେଥିରେ ଅଟା, ଗୁଆ ଘିଅ, କ୍ଷୀର ପକାଇ ଭଲ ଭାବେ ଚକଟି ଅଟା ଚକଟା ପରି ପ୍ରସ୍ତୁତ କରି ଦିଅନ୍ତୁ।

ପରେ ଏହାକୁ ଛୋଟ ଛୋଟ ଗୁଳା କରି କାକରା ପରି ପିଠା ଗଢ଼ି ଦିଅନ୍ତୁ। ଏହାପରେ ଗ୍ୟାସ୍‌ରେ ଏକ ପ୍ୟାନ୍‌ରେ ଗୁଆଘିଅ କିମ୍ବା ରିଫାଇନ ଗରମ କରନ୍ତୁ। ଏହାପରେ ସେଥିରେ ପାରିଜାତକ ପିଠାକୁ ପକାନ୍ତୁ। ଉଭୟ ପଟ ଭଲ ଭାବେ ଗୋଲଡେନ ଫ୍ରାଏ ହେବା ପର୍ଯ୍ୟନ୍ତ ଏହାକୁ ଫ୍ରାଏ କରନ୍ତୁ।

Advertisment

ଏହାପରେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ଗରମ କରନ୍ତୁ। ସେଥିରେ ଗୁଡ଼ ଓ ଅଳ୍ପ ପାଣି ଦେଇ ଏକ ପାଗ ପ୍ରସ୍ତୁତ କରନ୍ତୁ। ସେଥିରେ ପାରିଜାତକ ପିଠାକୁ ପକାଇ ଭଲ ଭାବେ ଓଲଟପାଲଟ କରି ଦିଅନ୍ତୁ। ଏହାପରେ କାଜୁ, କିସମିସ ଦେଇ ଏହାକୁ ପ୍ଲେଟରେ ସଜାଇ ଦିଅନ୍ତୁ।

Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe